April 23, 2026

ବଜ୍ରାଘାତରେ ଜଣେ ମହିଳା ମୃତ ଓ ତିନି ଗୁରୁତର

IMG-20260406-WA0024
Share

 

ଭବାନୀପାଟଣା (ଧୀରଜ ଆଚାର୍ଯ୍ୟ) କଳାହାଣ୍ଡି ଜିଲ୍ଲା, ଜୁନାଗଡ଼ ସହର ନିକଟସ୍ଥ ବଳଦିଆମାଲ ଗ୍ରାମରେ ଗତକାଲି ସନ୍ଧ୍ୟାରେ କିଛି ମହିଳା ନିକଟସ୍ଥ ଚାଷ ଜମିରୁ କାମ କରି ଘରକୁ ଫେରୁଥିବା ବେଳେ, ହଠାତ ବଜ୍ରାଘାତ ହୋଇଥିଲା। ଏଥିରେ ସଙ୍ଗେ ସଙ୍ଗେ ସଞ୍ଚିତା ବିଶ୍ୱାଳ ନାମ୍ନୀ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବାବେଳେ, ଅନ୍ୟ ତିନି ଜଣ ମହିଳା ଗୁରୁତର ହୋଇଥିଲେ। ଏହାପରେ ସ୍ଥାନୀୟ ଲୋକେ ସଙ୍ଗେ ସଙ୍ଗେ ସମସ୍ତଙ୍କୁ ଜୁନାଗଡ଼ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ସଞ୍ଚିତାଙ୍କୁ ମୃତ ଘୋଷଣା କରିଥିବାବେଳେ, ଅନ୍ୟ ତିନି ଜଣ ମହିଳା ଚିକିତ୍ସିତ ହେଉଛନ୍ତି। ଗୁରୁତର ହୋଇଥିବା ମହିଳା ତିନି ଜଣ ହେଲେ ଖିରଦେଇ ପ୍ରଧାନୀ, ସଂଯୁକ୍ତା ଲହଜଲ ଓ ଭୂମିସୁତା ଲହଜଲ। ଏନେଇ ଜୁନାଗଡ଼ ପୋଲିସକୁ ଖବର ଦିଆଯିବା ପରେ, ଜୁନାଗଡ଼ ପୋଲିସ ଏକ ଅପମୃତ୍ୟୁ ମାମଲା ୠଜ୍ଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

You may have missed