July 14, 2026

ଗାଡ଼ି ଧକ୍କାରେ ମା’ ସହ ଦୁଇ ଛୁଆ ଭାଲୁ ମୃତ …

jgugu
Share

 

Feb 5, 2023
ନୀଳଗିରି: ବାଲେଶ୍ବର ଜିଲାର ନୀଳଗିରି ଅଞ୍ଚଳ ଭାଲୁ ପ୍ରବଣ ଅଞ୍ଚଳ ହୋଇଥିବାବେଳେ ଗାଡ଼ି ଧକ୍କାରେ ମା’ସହ ୨ ଭାଲୁ ଛୁଆଙ୍କ ମୃତ୍ୟୁ ହୋଇଛି। ଶନିବାର ରାତିରେ ଖାଦ୍ୟ ଅନ୍ୱେଷଣ ଉଦେଶ୍ୟରେ ଗୋଟିଏ ମାଈ ଭାଲୁ; ତା ଦୁଇ ଛୁଆକୁ ସାଥିରେ ନେଇ ଜନବସତି ଆଡ଼କୁ ଯାଉଥିଲା,,
ମିତ୍ରପୁର- ଅଯୋଧ୍ୟା ରାସ୍ତା ପାର୍ ହେଉଥିବା ସମୟରେ ପାଟଣା ଛକ ନିକଟରେ ଏକ ଅଜଣା ଗାଡ଼ି ସେମାନଙ୍କୁ ଧକ୍କା ଦେଇଥିଲା। ଫଳରେ ରାସ୍ତା ଉପରେ ଏହି ତିନି ଭାଲୁଙ୍କ ମୃତ୍ୟୁ ଘଟିଥିଲା। ଖବର ପାଇ ନୀଳଗିରି ରେଞ୍ଜ ଅଧିକାରୀ ଆଇଶା ଏ. ନିଶା ଦୁର୍ଘଟଣା ସ୍ଥଳରେ ପହଞ୍ଚି ମା’ ସହ ଦୁଇ ଭାଲୁ ଛୁଆର ମୃତ ଦେହ ଉଦ୍ଧାର କରିଥିଲେ। ରବିବାର ସଜନାଗଡ଼ ନର୍ସରୀ ରେ ସେମାନଙ୍କ ମୃତଦେହ ବ୍ୟବଚ୍ଛେଦ କରାଯାଇଛି।

ଦେବାଶିଷ ଦାଶ୍ କ୍କ ରିପୋର୍ଟ

You may have missed