April 24, 2026

କାଶୀନଗର ବ୍ଲକ ର ଦୁଇଟି ବିଦ୍ୟାଳୟ ରେ ପି ଏମ ଶ୍ରୀ ଉତ୍ସବ ଅନୁଷ୍ଠିତ

IMG-20260106-WA0128
Share

ପାରଳାଖମୁଣ୍ଡି:୬/୧(ଗରୁଡ଼ ଧ୍ଵଜ ଚୌଧୁରୀ)ଗଜପତି ଜିଲ୍ଲା ମଧ୍ୟରେ ଥିବା ୧୩ ଗୋଟି ପି.ଏମ ଶ୍ରୀ ବିଦ୍ୟାଳୟ ମଧ୍ୟରୁ କାଶୀନଗର ଓ ଖାରଡ଼ାର ଦୁଇଟି ବିଦ୍ୟାଳୟ ଅନ୍ୟତମ. କାଶୀନଗର ବ୍ଲକ ସ୍ଥିତ ଏହି ଦୁଇ ପିଏମଶ୍ରୀ ବାରଣାସୀ ସରକାରୀ ଉଚ୍ଚ ବିଦ୍ୟାଳୟ ଓ ଖାରଡ଼ା ସ୍ଥିତ ଵି ଏମ ନୋଡାଲ ବିଦ୍ୟାଳୟର ପରିସରରେ ବିଦ୍ୟାଳୟ ସ୍ତରୀୟ ପିଏମଶ୍ରୀ ଉତ୍ସବ ବିଦ୍ୟାଳୟର ପ୍ରଧାନଶିକ୍ଷକ ଆର. ଦିଲୀପ କୁମାରଙ୍କ ଅଧ୍ୟକ୍ଷତାରେ ଆରମ୍ଭ ହୋଇ ଯାଇଛି. କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପାରଳାଖେମୁଣ୍ଡି ବିଧାୟକ ଇଂ ରୁପେଶ ପାଣିଗ୍ରାହୀ ଓ ଗଜପତି ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜି.ତିରୁପତି ରାଓ ଉପସ୍ଥିତ ରହି ଉଦ୍ଘାଟନ କରିଥିବାବେଳେ ନିମନ୍ତ୍ରିତ ଅତିଥି ଭାବେ କାଶୀନଗର ଏନ ଏ ସି ଅଧ୍ୟକ୍ଷା ଏମ.ସୁଦ୍ଧା ରାଣୀ, କାର୍ଯ୍ୟ ନିର୍ବାହୀ ଅଧିକାରୀ ଭାଗବତ ସାହୁ, ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ଜେ ନର୍ମଦା ଦାଶ, ଅତିରିକ୍ତ ଜିଲ୍ଲା ଗୋଷ୍ଠୀ ଶିକ୍ଷା ଅଧିକାରୀ ଏସ ଗିରିଧାର, ସମାଜସେବୀ ହୃଷିକେଶ ଗୌଡ଼, ଆଲୁମିନି ସଦସ୍ୟ, ପି ଟି ଏ ସଭାପତି ଓ ସଭ୍ୟ, ସି ଆର ସି ସି, କଲେଜ ଅଧ୍ୟକ୍ଷ ମାନଙ୍କ ସହ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ମାନେ କାଶୀନଗର ଠାରେ ମଂଚାସୀନ ହୋଇଥିବା ବେଳେ ଖାରଡ଼ା ଠାରେ ବିଧାୟକ ଇଂ ରୁପେଶ କୁମାର ପାଣିଗ୍ରାହୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜି ତିରୁପତି ରାଓ, ବ୍ଲକ ଅଧ୍ୟକ୍ଷା ବାଲା ସାଇମ୍ମା, ସରପଞ୍ଚ ଅଖିଳ କୁମାର ପାତ୍ର ପ୍ରମୁଖ ମଂଚାସୀନ ହୋଇଥିଲେ.

ପିଏମଶ୍ରୀ ଉତ୍ସବ ୨୦୨୫ କାର୍ଯ୍ୟକ୍ରମ ଜାତୀୟ ଶିକ୍ଷା ନୀତି ୨୦୨୦କୁ ପ୍ରଣୟନ କରି ଏହି ଦୁଇ ବିଦ୍ୟାଳୟ କୁ ଗୋଟେ ମୋଡେଲ ସ୍କୁଲ କରି ଛାତ୍ର ଛାତ୍ରୀ ମାନଙ୍କ ପ୍ରତିଭାକୁ ଠିକ ଭାବେ ପରିବେଷଣ କରିବା ନିମନ୍ତେ ଏକ ପରିବେଶ ସୃଷ୍ଟି କରିବା ଉଦେଶ୍ୟ ରେ ସେମାନଙ୍କ ସାମୁହିକ ବିକାଶ ଦ୍ୱାରା ସେମାନେ ବିଭିନ୍ନ ଜ୍ଞାନ କୌଶଳ ମାଧ୍ୟମରେ ଜିଜ୍ଞାସା ମେଳା, ପିଏମଶ୍ରୀ ବ୍ୟାଙ୍କ, ଆକାଂକ୍ଷୀ ଛାତ୍ର ପରିଷଦ, ବିଭିନ୍ନ ପ୍ରକାର ଖାଦ୍ୟ ଷ୍ଟଲ ଜରିଆରେ ମେଳାରେ ଉପସ୍ଥାପନ କରାଯାଇଥିଲା l ଏହି କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରତିଭା ଅନ୍ବେଷଣ କରିବା ପାଇଁ ଏହା ଏକ ପ୍ରକୃଷ୍ଟ ସ୍ଥାନ ଯାହା କି ପ୍ରତ୍ୟେକ ଛାତ୍ର ଛାତ୍ରୀ ମାନେ କାର୍ଯ୍ୟକ୍ରମରେ ପ୍ରଦର୍ଶନ କରି ସଂଶ୍ଲିଷ୍ଟ ହେବା ପାଇଁ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ଗିରିଧାରୀ କହିଥିଲେ.ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ ଓ ମନରଞ୍ଜନ କାର୍ଯ୍ୟକ୍ରମ ହୋଇଥିଲା.ସଂସ୍କୃତିକ କାର୍ଯ୍ୟକ୍ରମରେ ଭଲ ପଦର୍ଶନ ଓ ଉପସ୍ଥାପନା ଦେଇଥିବା ଛାତ୍ରଛାତ୍ରୀଙ୍କୁ ପ୍ରଥମ, ଦ୍ୱତୀୟ ଓ ତୃତୀୟ ସ୍ତରରେ ପୁରସ୍କୃତ କରାଯାଇଥିଲା.ଏହି କାର୍ଯ୍ୟକ୍ରମ ରାଜ୍ୟ ସରକାରଙ୍କ ଭିଜନ ୨୦୩୬ ସକାଶେ ଏକ ପଦକ୍ଷେପ ଯାହାକି ବିକଶିତ ଓଡିଶାର ଲକ୍ଷ୍ୟ ବୋଲି ପ୍ରଧାନ ଶିକ୍ଷକ ଦିଲୀପ ବାବୁ କହିଛନ୍ତି । ଆଜିର ଏ କାର୍ଯ୍ୟକ୍ରମକୁ ବିଦ୍ୟାଳୟର ହିନ୍ଦୀ ଶିକ୍ଷକ ଅଜୟ କୁମାର ଗିରି ସଂଯୋଜନା କରିଥିଲେ. ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ସମସ୍ତ କର୍ମଚାରୀମାନେ ସମ୍ପୂର୍ଣ୍ଣ ସହଯୋଗ କରି କାର୍ଯ୍ୟକ୍ରମକୁ ସଫଳ କରିଥିଲେ.

You may have missed