April 24, 2026

ଗଜପତିରୁ ଦକ୍ଷିଣ ଭାରତ ତୀର୍ଥଯାତ୍ରାରେ ଯାଇଥିଲେ…. ଶବ ହୋଇ ଫେରିଲେ, ଲୁହରେ ଭିଜିଲା ଗଜପତିର ଗୋବିନ୍ଦପୁର ଗ୍ରାମ  

IMG-20260106-WA0127
Share

 

 

ପାରଳାଖେମୁଣ୍ଡି:୬/୧( ଗରୁଡ଼ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲାରୁ ଦକ୍ଷିଣ ଭାରତ ତୀର୍ଥଯାତ୍ରା ପାଇଁ ଯାଇଥିଲେ. ହେଲେ ସେଠାରେ ଦୁର୍ଘଟଣା ଯୋଗୁଁ ଶବ ହୋଇ ନିଜ ଗ୍ରାମକୁ ଫେରିଲେ. ଘଟଣା ନେଇ ଲୁହରେ ଭିଜିଲା ଗଜପତିର ଗୋବିନ୍ଦପୁର ଗ୍ରାମ. ଏଭଳି ଏକ ଅଭାବନୀୟ ଦୁଃଖଦ ଘଟଣା ଘଟିଛି, ଗଜପତି ଜିଲ୍ଲା ମୋହନା ବ୍ଲକ୍ ଗୋବିନ୍ଦପୁର ଗ୍ରାମରେ । ଏହି ଗ୍ରାମର ୪ ଜଣ ଯୁବକ ଗତ ୨୬ ତାରିଖରେ ଦକ୍ଷିଣ ଭାରତ ଭ୍ରମଣରେ ବାହାରିଥିଲେ | କିଛି ସ୍ଥାନ ଭ୍ରମଣପରେ ଡିସେମ୍ବର ୩୧ ତାରିଖରେ ତାମିଲନାଡୁ କନ୍ୟାକୁମାରୀରେ ସନ୍ଧ୍ୟା ସାଢ଼େ ୮ ଟାରେ ପହଞ୍ଚିଥିଲେ। ସେଠାରେ ରାତ୍ର ରହଣୀ ପାଇଁ ରୁମ୍ ଖୋଜିବାକୁ ଦୁଇ ଦୁଇ ଜଣ ସାଙ୍ଗ ଅଲଗା ଅଲଗା ହୋଇ ବାହାରିଥିଲେ | ନୀଳାଞ୍ଚଳ ନାୟକ(୨୫) ଓ ତାଙ୍କ ସମ୍ପର୍କୀୟ ଭାଇ ସନ୍ତୋଷ ନାୟକ ଯାଉଥିବା ସମୟରେ ଯମଦୂତ ଭାବେ ଧକ୍କାଦେଇଥିଲା ଏକ କାର୍. ଏଥିରେ ନୀଳାଞ୍ଚଳ ନାୟକ ଗୁରୁତର ହୋଇଥିବା ବେଳେ ସନ୍ତୋଷ ସାମାନ୍ୟ ଆହତ ହୋଇଥିଲେ। ୩ଜଣ ସାଙ୍ଗ ମିଶି ନୀଳାଞ୍ଚଳଙ୍କୁ ଡାକ୍ତରଖାନା ନେଇଥିଲେ | କନ୍ୟାକୁମାରୀରେ ଚିକିତ୍ସା ସମଯରେ ଜାନୁୟାରୀ ୨ ତାରିଖ ରାତିରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ସ୍ଥାନୀୟ ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ କରିଥିଲା। କନ୍ୟାକୁମାରୀପୁଲିସ ଦୁର୍ଘଟଣା ଘଟାଇଥିବା କାରକୁ ଠାବ କରିଥିବା

ବେଳେ ମୃତ ନୀଳାଞ୍ଚଳଙ୍କ ଶବ ଗାଁକୁ ଅଣାଯାଇଛି। ଶବ ତାଙ୍କ ଗାଁ ଗୋବିନ୍ଦପୁରରେ ପହଞ୍ଚିବା ପରେ ଗାଁ’ରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି | ନୀଳାଞ୍ଚଳ ଗାଁର ଜଣେ ଦାୟିତ୍ବବାନ ଯୁବକ ଥିବା ବେଳେ ପରିବାରର ରୋଜଗାରିଆ ପୁଅ ଥିଲେ | ତେଣୁ ସାରା ଗାଁ’ର ସମସ୍ତଙ୍କ ଆଖିରେ ଲୁହ ଦେଖୁବାକୁ ମିଳିଥିଲା। ତାଙ୍କ ପରିବାରକୁ ସରକାରୀ ସହାୟତା ପ୍ରଦାନ ପାଇଁ ନିବେଦନ କରିଛନ୍ତି ଗ୍ରାମବାସୀ | ତାଙ୍କ ପରିବାରକୁ ରେଡକ୍ରସ ପାଣ୍ଠିରୁ ୩୦ ହଜାର ଟଙ୍କା ପ୍ରଦାନ କରାଯାଇଥିବା ତହସିଲଦାର ଚକ୍ରଧର ପାଢ଼ୀ କହିଛନ୍ତି।