September 21, 2024

ଉପାଧ୍ୟକ୍ଷଙ୍କ ପ୍ରତିଶ୍ରୁତି ୫ଦିନ ପରେ ଖୋଲିଲା ଅଫିସ ଫାଟକ ଠିକା ନେଇଥିବା ସଂସ୍ଥା ସହ ଆଲୋଚନା ପରେ ଦାବି ପୂରଣ ହେଲେ କାର୍ଯ୍ୟ ରେ ଯୋଗ ଦେବା ନେଇ ନିଷ୍ପତ୍ତି ନେବେ ସଫେଇ କର୍ମଚାରୀ ….

Share

 

 

ଉମରକୋଟ – ଦୀର୍ଘ ୫ ଦିନ ଧରି ଧରି ଉମରକୋଟ ପୌର ପରିଷଦର ସଫେଇ କର୍ମଚାରୀ ମାନେ କାର୍ଯ୍ଯ ବନ୍ଧ ଆନ୍ଦୋଳନ କରିବା ସହ ପରିଷଦ କାର୍ଯ୍ୟଳୟ ଓ ଫାଟକ ସମୁଖରେ ଅଳିଆ ପକାଇ ଅଭିନବ ଉପାୟରେ ଆନ୍ଦୋଳନ କରିଥିଲେ। ପୌର ପରିଷଦ ର ଉପାଧ୍ୟକ୍ଷ ସୁଧାଂଶୁ ଦାସ ଙ୍କ ନିର୍ଭର ପ୍ରତିଶୃତି ପରେ ସଫେଇ କର୍ମଚାରୀ ମାନେ ଅଫିସ କାର୍ଯ୍ୟ ରେ ଅସୁବିଧା ସୃଷ୍ଟି ନ କରିବା ପାଇଁ ସମ୍ମତି ପ୍ରଦାନ କରିବା ସହ ଆଜି ଅଫିସ କାର୍ଯ୍ୟ ସ୍ୱାଭାବିକ ରହିଥିଲା।କିନ୍ତୁ ଅଧକ୍ଷା କାର୍ଯ୍ୟାଳୟ ସମ୍ମୁଖରୁ ଅଳିଆ କଢ଼ା ନଯାଉ ବୋଲି କହିଥିଲେ। ତେବେ ଶନିବାର ସଫେଇ କାର୍ଯ୍ୟର ଠିକାଦାର ଉମରକୋଟ ରେ ପହଞ୍ଚିବା ପରେ ସମସ୍ତ ଦାବି କୁ ନେଇ ଆଲଚନା କରାଯିବ ଯଦି ଦାବି ପୂରଣ ହୁଏ ତାହେଲେ ଆସନ୍ତା କାଲିଠାରୁ ସମସ୍ତ ସଫେଇ କର୍ମଚାରୀ କାର୍ଯ୍ୟରେ ଯୋଗ ଦେବୁ ବୋଲି ସୂଚନା ମିଳିଛି। ସଫେଇ କର୍ମଚାରୀ ଙ୍କ ଦାବୀ ହେଲା ଇ ପି ଏଫ୍ ଅର୍ଥ ନ କାଟି ନଗଦ ଟଙ୍କା ଦିଆଯାଉ,ପୂର୍ବରୁ ଯେଉଁ ଇ ପି ଏଫ କଟାଯାଇଛି ତାହାର ପ୍ରମାଣ ଦିଆଯାଉ ଏବଂ ପ୍ରତି ମାସର ଦରମା ଠିକ ସମୟରେ ଦିଆଯାଉ, ସମୟ ପୂର୍ବରୁ ଗ୍ଲବସ ଓ ବୁଟ ଜୋଗାଇବା, ପୁରୁଣା ଏଜେନସି କାଟି ଥିବା ଇପିଏଫ୍ ଅର୍ଥ ର ରସିଦ ଦେଖାଉ ନଚେତ ଟଂକା ଫେରସ୍ତ କରୁ ଇତ୍ୟାଦି ଦାବୀ ନେଇ
କିଛି ଦିନ ପୂର୍ବେ ପୌର ପ୍ରଶାସନକୁ ଅବଗତ କରିଥିଲେ। କିନ୍ତୁ ପୌର ପ୍ରଶାସନ କୌଣସି ପଦକ୍ଷେପ ନ ନେବାରୁ ଜାନୁଆରୀ ୧ ରୁ ସଫେଇ କାର୍ଯ୍ୟ ବନ୍ଧ କରିବା ସହ ମୁଖ୍ୟ ଫାଟକ ସମ୍ମୁଖରେ ଓଳିଆ ପକାଇ ପ୍ରତିବାଦ କରିଥିଲେ। ଆଜି ଉପାଧ୍ୟକ୍ଷ ସୁଧାଂଶୁ ଦାସ ଙ୍କ ଅଫିସ ରେ ନିଜେ ସୁଧାଂଶୁ ସଫେଇ କର୍ମଚାରୀଙ୍କ ସହ ଆଲଚୋନା କରିଥିଲେ। ଉପାଧ୍ୟକ୍ଷଙ୍କ ସହ କାଉନସିଲର ଭିକି ନାୟକ, ନେତ୍ର ହରିଜନ ଓ ଚିତ୍ତରଞ୍ଜନ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ତେବେ ସଫେଇ କର୍ମଚାରୀ ଙ୍କ ସମସ୍ତ ଦାବୀ ପୂରଣ କରାଯିବା ପାଇଁ ପଦକ୍ଷେପ ନିଆ ଯିବ ବୋଲି ପ୍ରତିଶ୍ରୁତି ଦେବା ସହ ଯାହା ଦାବୀ ଅଛି କାଲି ସଫେଇ ସଂସ୍ଥା ର ମାଲିକ ଉମରକୋଟ ଆସିବା ପରେ ଆଲୋଚନା କରାଯାଇ ଦାବୀ ପୂରଣ କରାଯିବା ବୋଲି ପ୍ରତିଶ୍ରୁତି ଦେବା ପରେ ସଫେଇ କର୍ମଚାରୀ ଏଥିରେ ସମ୍ମତି ପ୍ରଦାନ କରିଥିଲେ। ତେବେ ଆସନ୍ତା କାଲି ସଫେଇ ସଂସ୍ଥା ର ମାଲିକ ଙ୍କ ସହ ଆଲଚୋନା ପରେ ସଫେଇ କର୍ମଚାରୀ କାର୍ଯ୍ୟରେ ଯୋଗ ଦେଇ ପାରନ୍ତି। ତେବେ ସଫେଇ କର୍ମଚାରୀଙ୍କ ଦାବୀ ପ୍ରତି ପୌର ପରିଷଦ ଅବଗତ ଅଛି, କାଲି କୁ ସଫେଇ ସଂସ୍ଥା ର ମାଲିକ ଉମରକୋଟ ପହଞ୍ଚିବ। ପରେ ଆଲୋଚନା ପରେ ସଫେଇ କାର୍ଯ୍ୟ ସ୍ଵାଭାବିକ ହେଇ ଯିବ ବୋଲି ପୌର ଉପାଧକ୍ଷ ସୁଧାଂଶୁ ଦାସ ସୁଚନା ପ୍ରଦାନ କରିଛନ୍ତି।(ନବରଙ୍ଗପୁର ଜିଲ୍ଲା ଉମରକୋଟ ରୁ ଏମ୍.ଦିନା°ଶୁ ଆଚାରୀଙ୍କ ରିପୋର୍ଟ)