April 25, 2026

କଂଗ୍ରେସ ଭଵନରେ ନୀଳକଣ୍ଠ ଙ୍କୁ ସମ୍ବର୍ଦ୍ଧନା…

uiyi8y
Share

 

କୋରାପୁଟ ଜ଼ିଲ୍ଲା କୋଟପାଡ଼ କଂଗ୍ରେସ କାର୍ଯ୍ୟାଳୟ ଠାରେ ପୂର୍ବତନ ପଞ୍ଚାୟତ ସମିତିର ଅଧକ୍ଷ ଶ୍ରୀ ନୀଳକଣ୍ଠ ପୂଜାରୀଙ୍କୁ ଦଳୀୟ ନେତା ଓ କର୍ମୀ ଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିବାର ଜଣାଯାଇଛି I ଶ୍ରୀ ପୂଜାରୀ ବିଜେଡି ଛାଡି କଂଗ୍ରେସ ରେ ଯୋଗ ଦେଇ ଥିବାରୁ ଆଜିର ଏହି କାର୍ଯକ୍ରମ ରେ ବ୍ଲକ କଂଗ୍ରେସ କମିଟି ର ସଭାପତି ଶ୍ରୀ ପ୍ରକାଶ ଚନ୍ଦ୍ର ମହାନ୍ତି. ନଗର କଂଗ୍ରେସ କମିଟି ସଭାପତି ଶ୍ରୀ ବାପୁନ ତ୍ରିପାଠୀ. ପିସିସି ସଭ୍ୟ ଶ୍ରୀ ମଣି ପ୍ରସାଦ ପଟ୍ଟନାୟକ. ମୋନହର ବିଶୋଇ. ପର୍ଶୁରାମ ଚାଲାଣ.ପୂର୍ବତନ ସରପଞ୍ଚ ସନାରୁ ଚାଲାଣ. ରାଜ ମୋହନ ଭଣ୍ଡାରୀ. ଦେବୀ ପ୍ରସାଦ ନାୟକ. ସଙ୍କର ପଣ୍ଡା. ରମା ବିଶୋଇ,ସୁବାସ ମାଝୀ ଉପସ୍ଥିତି ରେ ପୁଷ୍ପ ମାଲ୍ୟ ସହ ଉପ ଢୌକନ ଦେଇ ସୋମ୍ବର୍ଦ୍ଧିତ କରା ଯାଇଥିଲା I ବରିଷ୍ଟ କଂଗ୍ରେସ ନେତା ଶ୍ରୀ ଜିତେନ୍ଦ୍ର ନାଥ ମହାପାତ୍ର ସମସ୍ତେ ଏକ ଜୁଟ ହୋଇ ଦଳ କୁ ମଜଭୁତ କରି ସଂଘଠନ କରି ବାକୁ ହେବ ବୋଲି ପରାମର୍ଶ ପ୍ରଦାନ କରି ଥିଲେ. କୋରାପୁଟ ଜ଼ିଲ୍ଲା ପ୍ରତି ନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ଖବର ଉପାନ୍ତ ଓଡିଶା I

You may have missed