April 26, 2026

ଖୋର୍ଦ୍ଧା ଜିଲ୍ଲା ସ୍ତରୀୟ ବିଦ୍ଯାଳୟ ସ୍ତରୀୟ ଦୌଡକୁଦ ଉଦଯାପନ ଦିବସରେ ପୁରସ୍କାର ବିତରଣ..

IMG-20251105-WA0017
Share

 

ବେଗୁନିଆ(ମାନସ ରଞ୍ଜନ କର) ସ୍ଥାନୀୟ ଡିଙ୍ଗର ଉଚ୍ଚ ବିଦ୍ୟାଳୟରେ ଜିଲ୍ଲା ସ୍ତରୀୟ ଦୌଡକୁଦ ପ୍ରତିଯୋଗିତା ଉଦଯାପନ ଦିବସରେ ପୁରସ୍କାର ବିତରଣ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦିବାକର ସାହୁଙ୍କ ତତ୍ତ୍ଵାବଧାନରେ ଅନୁଷ୍ଟିତ ପୁରସ୍କାର ବିତରଣ ଉତ୍ସବ ରେ ମୁଖ୍ୟ ଅତିଥି ଭାବରେ ବେଗୁନିଆ ବ୍ଳକ ବରିଷ୍ଠ ଗୋଷ୍ଠୀ ଶିକ୍ଷା ଅଧିକାରୀ ଭାଷ୍କର ଲେଙ୍କା, ମୁଖ୍ୟବକ୍ତା ଭାବରେ ଜିଲ୍ଲା

ଶାରିରିକ ଶିକ୍ଷା ଅଧିକାରୀ ଦିଲ୍ଲିପ କୁମାର ମୋଦି ସମ୍ମାନୀୟ ଅତିଥି ଭାବରେ ଅବସରପ୍ରାପ୍ତ ଶାରୀରିକ ଶିକ୍ଷକ ଭାଗିରଥି ଜେନା,ଶିକ୍ଷାବିତ ମିରରହେମତ ଅଲ୍ଲୀ,ଆଞ୍ଚଳିକ ସାଧନା କେନ୍ଦ୍ର ସଂଯୋଜିକା ଡିଙ୍ଗର କ୍ଳଷ୍ଟର ରୀନାଞ୍ଜଳି ସାହୁ,ବିଦ୍ୟାଳୟ ପରିଚାଳନା କମିଟିର ଉପ ସଭାପତି ଛବିଲତା ବେହେରା,ଗୋଷ୍ଠୀ କ୍ରୀଡା ସମ୍ପାଦକ ଶ୍ରୀନିବାସ ରଣସିଂହ ମଞ୍ଚ ମଣ୍ଡନ କରି ଛାତ୍ରଛାତ୍ରୀ ମାନଙ୍କୁ ଶୁଭ ଆଶିସ ପ୍ରଦାନ କରିଥିଲେ।ଖୋର୍ଦ୍ଧା ଜିଲ୍ଲାର ଚମ୍ପିୟନ ଯଥା କ୍ରମେ ଶୁଭଙ୍କର ବେହେରା,ଟାଙ୍ଗୀ ବ୍ଲକ ଶାସ୍ୱତ କୁମାର ବେହେରା,ବେଗୁନିଆ ବ୍ଳକ ମୋନାଲିସା କାଣ୍ଡି,ଖୋର୍ଦ୍ଧା ବ୍ଳକ ପ୍ରୀୟଙ୍କା ବେହେରା ବୋଲଗଡ

ବ୍ଲକର ଚ଼ମ୍ପିୟନ ମାନଙ୍କୁ ମୁଖ୍ୟଅତିଥି ଚମ୍ପିୟନ ଟ୍ରଫି ପ୍ରଦାନ କରିଥିଲେ।ସର୍ବପରି ଟାଙ୍ଗୀ ବ୍ଲକ ଖୋର୍ଦ୍ଧା ଜିଲ୍ଲାର ଶ୍ରେଷ୍ଠ ଚମ୍ପିୟନ ରୂପେ ବିବେଚିତ ହେଲେ କାର୍ଯ୍ୟ କମିଟିକୁ ବିଦ୍ୟାଳୟର ସଂସ୍କୃତ ଶିକ୍ଷକ ମନୋଜ କୁମାର ପରିଚାଳନା କରିଥିଲେ ପରିଶେଷରେ ମୁଖ୍ୟ ଅତିଥିଙ୍କ ଦ୍ୱାରା କ୍ରୀଡା ପତକା ଅବତରଣ କରାଯାଇ ଖୋର୍ଦ୍ଧା ଜିଲ୍ଳା ଶାରୀରିକ ଶିକ୍ଷା ଅଧିକାରୀଙ୍କୁ ପ୍ରଦାନ କରାଗଲା।ବିଦ୍ଯାଳୟର କ୍ରୀଡା ଶିକ୍ଷକ ପ୍ରକାଶ ଚନ୍ଦ୍ର ଦାସ ଧନ୍ୟବାଦ ଅର୍ପଣ କରିଥିଲେ।