April 27, 2026

ବିଜେଡିର ଜନ ସମ୍ପର୍କ ପଦଯାତ୍ରା 

IMG-20241005-WA0079
Share

       ବୁଗୁଡା : ତା ୦୫/୧୦/୨୪ : ବୁଗୁଡା ବ୍ଲକର ବିରଞ୍ଚିପୁର ପଞ୍ଚାୟତରୁ ବିଜୁ ଜନତା ଦଳର ଜନ ସମ୍ପର୍କ ପଦଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମ ଅବସରରେ ବିରଞ୍ଚିପୁର ଓ ବି.ବ୍ରହ୍ମପୁର ଗ୍ରାମରେ ଜନ ସମ୍ପର୍କ ପଦଯାତ୍ରା ସାଙ୍ଗକୁ ଜନସଭା ଆୟୋଜିତ ହୋଇଥିଲା। କବିରାଜ ଗୌଡ଼ଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ, ଗଞ୍ଜାମ ଜିଲ୍ଲା ବିଜେଡି ସାଧାରଣ ସଂପାଦକ ସୁଧାଂଶୁ ଶେଖର ପାଢ଼ୀ, ଗଞ୍ଜାମ ଜିଲ୍ଲା ସଂପାଦକ ମନୋରଞ୍ଜନ ଦାଶ , ରବୀନ୍ଦ୍ର କୁମାର ପଣ୍ଡା, ଜିଲ୍ଲା ପରିଷଦ ସଭ୍ୟା ସମିତା ସ୍ୱାଇଁ , ବିରଞ୍ଚିପୁର ସରପଞ୍ଚ ମନ୍ଦାକିନୀ ସେଠୀ , ବୁଗୁଡ଼ା ନଗର ସଭାପତି କେ.ତ୍ରିଲୋଚନ ଦୋରା, ଜିତେନ୍ଦ୍ର ନାୟକ,ପ୍ରାକ୍ତନ ଜିଲ୍ଲା ପରିଷଦ ସଦସ୍ୟ ଖଦାଳ ଖଟେଇ, କୈଳାସ ପ୍ରଧାନ, ବିଜୁଳି ଜେନା, କାର୍ତ୍ତିକ ସାହାଣୀ,ବରୁଣ ସେନାପତି, ଶଙ୍କର ଜେନା, ସୁଶାନ୍ତ ପ୍ରଧାନ, କୃଷ୍ଣ ରା, ଟୁକୁନା ସ୍ୱାଇଁ,ବୁଗୁଡ଼ା ନଗର ଯୁବ ବିଜେଡ଼ି ସଭାପତି କେଶବ ସାହୁଙ୍କ ସମେତ ବିଭିନ୍ନ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ/ ସଭ୍ୟା, ପୂର୍ବତ୍ତନ ସରପଞ୍ଚ, ସମିତି ସଭ୍ୟ ଏବଂ ଶହ ଶହ ଦଳୀୟ କର୍ମୀ ସାମିଲ୍ ହୋଇଥିଲେ।