April 29, 2026

ଆଜି ପବିତ୍ର ଗୁରୁଦିବସ ରେ ପୂଜ୍ୟ ପୂଜାର କାର୍ଯ୍ୟକ୍ରମ ଆମ୍ବପଡ଼ା ହାଇସ୍କୁଲ ଅନୁଷ୍ଠିତ ହୋଇଥିଲା l

IMG-20250905-WA0017
Share

ଆଜି ପବିତ୍ର ଗୁରୁଦିବସ ରେ ପୂଜ୍ୟ ପୂଜାର କାର୍ଯ୍ୟକ୍ରମ ଆମ୍ବପଡ଼ା ହାଇସ୍କୁଲ ଅନୁଷ୍ଠିତ ହୋଇଥିଲା l ଏହି କାର୍ଯ୍ୟକ୍ରମକୁ ବାମୁଣ୍ଡି ଭାଗବତ ଟୁଙ୍ଗୀର ଅଧକ୍ଷ ଅନ୍ତର୍ଯ୍ୟାମୀ ପଟ୍ଟନାୟକ ଙ୍କ ଅଧକ୍ଷତା ରେ ମୁଖ୍ୟଅତିଥିଭାବେ ଗବେଷକ କବି ଐତିହାସିକ ବଦ୍ରିନାରାୟଣ ମିଶ୍ରଙ୍କ ସହିତ ବିଶିଷ୍ଟ ଅତିଥିମାନେ ଯୋଗ ଦେଇଥିଲେ l ଏହି କାର୍ଯ୍ୟକ୍ରମ ଏକ ନିଆରା କାର୍ଯ୍ୟକ୍ରମ ଥିଲା ବ୍ରହ୍ମଗିରି ବ୍ଲକ ର ପଚିଶ ଜଣ ଅବସରପ୍ରାପ୍ତ ଶିକ୍ଷକ ମାନଙ୍କୁ ସମ୍ମାନିତ କରାଯାଇଥିଲା l ଯୋଉଟାକି ସାରା ବିଶ୍ୱ ଛାତ୍ରସମାଜ ପାଇଁ ପ୍ରେରଣା ଥିଲା l ବ୍ରହ୍ମଗିରି ବ୍ଲକ ର ପୁରାତନ ଶିକ୍ଷକ ମାନଙ୍କୁ ଡାକି ସମ୍ମାନ ଦେବା ପରମ୍ପରା ବିଶ୍ୱବାସୀଙ୍କୁ ଚକିତ କରିଛି l ଏହି କାର୍ଯ୍ୟକ୍ରମ କେବଳ ବ୍ରହ୍ମଗିରି ବ୍ଲକ ରେ ସୀମିତ ନରହି ପୁରୀଜିଲ୍ଲା, ଓଡିଶା, ଭାରତ ଏବଂ ଅନ୍ତର୍ଜାତୀୟ କ୍ଷେତ୍ରରେ ନାମ କମେଇବ କହିଛନ୍ତି ବିଶିଷ୍ଟ ସମାଜସେବୀ, ସାହିତ୍ୟିକ, ଗବେଷକ, ଐତିହାସିକ ବଦ୍ରିନାରାୟଣ ମିଶ୍ର ଲଲ

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ

You may have missed