April 29, 2026

ଗଜପତି ଜିଲ୍ଲା ରୁ ବାହାର ରାଜ୍ୟକୁ ଚୋରାରେ ଗଞ୍ଜେଇ ଚାଲାଣ ବେଳେ ଦେଢ଼ କୋଟି ଟଙ୍କାର ଗଞ୍ଜେଇ ଜବତ

IMG-20250905-WA0008
Share

 

 

ପାରଳାଖେମୁଣ୍ଡି:୫/୯(ଗରୁଡ ଧ୍ୱଜ ଚୌଧୁରୀ)ଗଜପତି ଜିଲାରୁ ରାଜ୍ୟ ବାହାରକୁ ଗଞ୍ଜେଇ ଚୋରାଚାଲାଣ ବେଳେ ଦେଢ଼ କୋଟି ଟଙ୍କାର ଗଞ୍ଜେଇକୁ ଜବତ କରାଯାଇଛି. ସମ୍ପୃକ୍ତ ଘଟଣାରେ ପୋଲିସକୁ ଦୂରରେ ଦେଖି ଚୋରାଚାଲାଣକାରୀମାନେ ଫେରାର ହୋଇଯାଇଛନ୍ତି. ସେମାନଙ୍କୁ ଧରିବା ପାଇଁ ପୋଲିସ ପକ୍ଷରୁ ବ୍ୟାପକ ଉଦ୍ୟମ ଆରମ୍ଭ ହୋଇଛି. ଘଟଣାରୁ ପ୍ରକାଶ, ମୋହ‌ନା ଥାନା କଲେଜ ଛକସ୍ଥିତ ତାରିଣୀ ମନ୍ଦିର ନିକଟରୁ ଏକ ପିକ୍‌ଅପ୍ ଭ୍ୟାନ ସହ ୭ କୁଇଣ୍ଟାଲ ୨୦ କିଲୋ ଗଞ୍ଜେଇକୁ ପୋଲିସ ଜବତ କରିଛି। ପୋଲିସକୁ ଦେଖ୍ ଚୋରାଚାଲାଣକାରୀ ରାସ୍ତା କଡରେ ଗାଡି ରଖ୍ ଫେରାର ହୋଇଯାଇଛନ୍ତି। ଘଟଣାର ତଦନ୍ତ ଚାଲିଥିବା ମୋହନା ଥାନା ଅଧିକାରୀ ବସନ୍ତ ସେଠୀ ଆମ ଗଜପତି ଜିଲ୍ଲା ପ୍ରତିନିଧି ଙ୍କୁ କହିଛନ୍ତି, ବୁଧବାର ରାତିରେ ସ୍ଥାନୀୟ କଲେଜ ଛକରେ ମୋହନା ପୋଲିସ ପେଟ୍ରୋଲି କରୁଥିଲା । ଏହି ସମୟରେ ଏକ ପିକ୍‌ଅପ୍ ଭ୍ୟାନ (ଓଡି ୦୭ ଏଜେ ୭୨୧୪) ରାସ୍ତାରେ ରଖିଦେଇ ଡ୍ରାଇଭର ଫେରାର ହୋଇଯିବା ପୋଲିସ ଦେଖିବାକୁ ପାଇଥିଲା। ଭ୍ୟାନ ନିକଟରେ ପହଞ୍ଚୁ ପୋଲିସ ଏହାକୁ ଯାଞ୍ଚ କରିବାରୁ ଭିତରେ କିଛି କୁଣ୍ଡା ବସ୍ତା ଥିବା ଏବଂ ତା’ ତଳେ ଗଞ୍ଜେଇ ରଖାଯାଇଥିବା ଦେଖ‌ିବାକୁ ପାଇଥିଲା । ପୋଲିସ ଭ୍ୟାନ ସହ ଗଞ୍ଜେଇ ଜବତ କରିଥିଲା। ଆର.ଉଦୟଗିରି ଏସ୍‌ଡିପିଓ ସୁରେଶ ତ୍ରିପାଠୀଙ୍କ ଉପସ୍ଥିତିରେ ଜବତ ଗଞ୍ଜେଇ ଓଜନ କରାଯାଇଥିଲା। ଏହା ୭ କୁଇଣ୍ଟାଲ ୨୦ କେଜି ହୋଇଥିଲା। ଜବତ ଗଞ୍ଜେଇର ମୂଲ୍ୟ ପ୍ରାୟ ଦେଢ଼ କୋଟି ଟଙ୍କା ହେବ ବୋଲି ସୂଚନା ମିଳିଛି. ଫେରାର ହୋଇଯାଇ ଥିବା ଚୋରାଚାଲାଣକାରୀଙ୍କୁ ଧରିବା ପାଇଁ ପୋଲିସ ସମସ୍ତ ଉଦ୍ୟମ ଜାରୀ ରଖିଛି l