April 28, 2026

ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଗୁରୁ ଦିବସ ପାଳିତ

IMG-20240905-WA0044
Share

 

ପଦ୍ମପୁର : ୫/୦୯ (ଜୟନ୍ତ କୁମାର ସେଠ)ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର, ପଦ୍ମପୁରଠାରେ ଗୁରୁ ଦିବସ ପାଳିତ ହୋଇଯାଇଛି ।ଏହି ଉତ୍ସବରେ ବିଦ୍ୟା ମନ୍ଦିର ରେ କୋଷାଧ୍ୟକ୍ଷ ଘନଶ୍ୟାମ ପୁଞ୍ଜି ଦୀପ ପ୍ରଜ୍ବଳନ ପୂର୍ବକ ଗୁରୁ ଦିବସ ବିଷୟରେ ମାର୍ଗଦର୍ଶନ କରିଥିଲେ।ଏହି ଉତ୍ସବରେ ଅନ୍ୟତମ ଅତିଥି ଶ୍ରୀଯୁକ୍ତ ରୋହିତ କୁ. ମେହେର ଉପସ୍ଥିତ ରହି ଶିଶୁ ଭାଇ ଭଉଣୀମାନଙ୍କୁ ଗୁରୁ ବିଷୟରେ ଆର୍ଶୀବଚନ ପ୍ରଦାନ କରିଥିଲେ । ପ୍ରଧାନ ଆଚାର୍ଯ୍ୟ ଚୈତନ୍ୟ ଭୋଇ ଅତିଥି ପରିଚୟ ସହିତ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ମୁଖ୍ୟ ଅତିଥିଙ୍କୁ ଉପଢୋକନ ଦେଇ ଗୁରୁ ପୂଜନ କରାଯାଇଥିଲା। ବିଦ୍ୟା ମନ୍ଦିର ପ୍ରମୁଖ ଦେବରାଜ ଡନସନା ଧନ୍ୟବାଦ ଦେଇଥିଲେ ।ସେହିପରି ଶିଶୁ ମନ୍ଦିର ବିଭାଗ ରେ ପ୍ରାତଃ ପର୍ଯ୍ୟାୟରେ ଶ୍ରୀଯୁକ୍ତ ଦୁର୍ବାଦଳ ସାହୁ ଦୀପ ପ୍ରଜ୍ୱଳନ କରିଥିଲେ । ଶ୍ରୀ ଥବିର ଡ଼ନସନା, ଶ୍ରୀ ଦୀନବନ୍ଧୁ ଦେହେରୁ,ଶ୍ରୀମତୀ ସୁଜାତା ତ୍ରିପାଠୀ ପ୍ରମୁଖ ଗୁରୁଦିବସ ବିଷୟରେ ବୌଦ୍ଧିକ ପ୍ରଦାନ କରିଥିଲେ ।ଦିବା ପର୍ଯ୍ୟାୟରେ ସମ୍ପାଦକ ଶ୍ରୀଯୁକ୍ତ ଜନକଲାଲ ମେହେର ଦୀପ ପ୍ରଜ୍ୱଳନ କରି ରାଧା କ୍ରିଷ୍ଣନ୍ ଙ୍କ ବିଷୟରେ ଆଲୋକ ପାତ କରିଥିଲେ ।ପର୍ଯ୍ୟାୟ ପ୍ରମୁଖ ମୁଦିରଥ ପଣ୍ଡା ଅତିଥି ପରିଚୟ ଓ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ ।ପ୍ରାରମ୍ଭରେ ସ୍ବାଗତ ସଂଗୀତ ଗାନ କରାଯାଇ ଥିଲା ।ରଂଜିତା ଗୁରୁମା ସଂଯୋଜନା କରିଥିଲେ ଓ ସୁକାନ୍ତ କିଶୋର ସାହୁ ଗୁରୁ ଦିବସ ବିଷୟରେ କହିଥିଲେ । ସଂଜୀବ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।ଶେଷରେ ସମସ୍ତ ଭାଇ ଭଉଣୀ ଙ୍କ ଦ୍ୱାରା ଗୁରୁ ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ସମସ୍ତ ଗୁରୁଜୀ ଗୁରୁମା ଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳ ହୋଇଥିଲା ।