September 21, 2024
Share

 

 

୧-ରାଜ୍ୟର ସମସ୍ତ ଗୁରୁ, ଶିକ୍ଷକ- ଶିକ୍ଷୟିତ୍ରୀ, ଅଧ୍ୟାପକ-ଅଧ୍ଯାପିକାମାନଙ୍କୁ ଗୁରୁ ଦିବସ ଉପଲକ୍ଷେ ଅଶେଷ ଶୁଭକାମନା 🙏

 

୨-ଜିଲ୍ଲା ବୁଲିବେ ସଚିବ, ଗସ୍ତ କାଳରେ ଆହାର କେନ୍ଦ୍ର, ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନର ମାନ ପରଖିବେ।

 

୩-ଝାରପଡ଼ା ସ୍ବତନ୍ତ୍ର କାରାଗାରର ଗୁମର: ଟେନିସ ବଲରେ ଭିତରକୁ ଯାଉଛି ଗଞ୍ଜେଇ।

 

୪-ନୂଆ ଦିଲ୍ଲୀ:ଉତ୍କର୍ଷ ହେବ ୫୦୦୦ ଉଚ୍ଚ ଶିକ୍ଷାନୁଷ୍ଠାନ: ଧର୍ମେନ୍ଦ୍ର

 

୫-ପୁରୀ ଜିଲ୍ଲାର ବାର୍ଡ଼ ଫ୍ଲୁ ପ୍ରଭାବିତ ଅଞ୍ଚଳ ଗସ୍ତ କଲେ ୧୦ ଜଣିଆ କେନ୍ଦ୍ରୀୟ ପ୍ରତିନିଧି ଦଳ।

 

୬-ସୁଭଦ୍ରା ଫର୍ମ ଦାଖଲ କରିବାର କୌଣସି ଶେଷ ତାରିଖ ନାହିଁ।୧୭ ତାରିଖ ପରେ ପଞ୍ଜିକରଣ କଲେ ମଧ୍ୟ ହିତାଧିକାରୀମାନେ ଟଙ୍କା ପାଇପାରିବେ।

 

୭-ନୂଆ ରାସନକାର୍ଡ ପାଇଁ ଏବେ ସୁଦ୍ଧା ୯ଲକ୍ଷ ଆବେଦନ କରିଛନ୍ତି,ସେପ୍ଟେମ୍ବର ସୁଦ୍ଧା ହିତାଧିକାରୀଙ୍କୁ ନୂଆ ରାସନ କାର୍ଡ ଦିଆଯିବ: ମନ୍ତ୍ରୀ

 

୮-ନୂଆଁଖାଇ ପାଇଁ ୯ ତାରିଖରେ ସ୍କୁଲ ଛୁଟି, ବନ୍ଦ ରହିବ ସରକାରୀ ଓ ବେସରକାରୀ ଅନୁଷ୍ଠାନ।

 

୯-ରେଭେନ୍ସାରେ ହଙ୍ଗାମା: ନାଁ ପରିବର୍ତ୍ତନକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ।

 

୧୦-ମିଶନ ଶକ୍ତି କାର୍ଯ୍ୟକ୍ରମରେ ୭୦ ଲକ୍ଷ ମା’ମାନଙ୍କୁ ଏକାଠି କରିଛି ବିଜେଡି।ବିଜୁ ଜନତା ଦଳ ସବୁବେଳେ ମା’ମାନଙ୍କ ସହ ରହି ଆସିଛି : ନବୀନ

 

୧୧-ପୂର୍ବ ସରକାରର ‘ସ୍ୱତନ୍ତ୍ର ଉନ୍ନୟନ ପରିଷଦ’ ଉଚ୍ଛେଦ କଲେ ମୋହନ ସରକାର।

 

୧୨-ଭୁବନେଶ୍ୱର:ଆଗାମୀ ଅଧିବେଶନରେ ଆସିବ ପେସା ଆଇନ୍: ମନ୍ତ୍ରୀ

 

୧୩-ଭଦ୍ରକ ଟାଉନ ପୋଲିସକୁ ସଫଳତା, ମୋଟ ୫୨ ମୋଟର ସାଇକେଲ ଉଦ୍ଧାର ସହ ୭ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ।

 

୧୪-କନ୍ଧମାଳ:ଗାଡିମଟର ଯାଞ୍ଚ୍ ହେବ କଡାକଡି, ହେଲମେଟ ବାଧ୍ୟତାମୂଳକ।

 

୧୫-ଯାଜପୁର,ବାଲିସାହି ପ୍ରାଥମିକ ବିଦ୍ୟାଳୟ:ମଦ ପିଇ ସ୍କୁଲରେ ଗଡ଼ିଲେ ମାତାଲ ଶିକ୍ଷକ, ନିଲମ୍ବିତ କଲେ ଶିକ୍ଷା ଅଧିକାରୀ।

 

୧୬-କାଲିମେଳା:ସାର ଗାଡ଼ିରେ ହେଉଥିଲା ୫୦୦ରୁ ଊର୍ଦ୍ଧ୍ବ କଇଁଛ ଚାଲାଣ, ମାଡ଼ିବସିଲା ବନବିଭାଗ, ୪ ଗିରଫ।

 

୧୭-୨୦୨୬ ମାର୍ଚ୍ଚ ସୁଦ୍ଧା ଓଡ଼ିଶାରୁ ମାଓବାଦୀ ମୂଳପୋଛ ହେବେ: ଡିଜିପି ୱାଇ ବି ଖୁରାନିଆ।

 

୧୮-ନଭେମ୍ବର ୧୫ରୁ ଐତିହାସିକ କଟକ ବାଲିଯାତ୍ରା, ୮ ଦିନ ପାଇଁ ଏହି ବାଲିଯାତ୍ରା ଅନୁଷ୍ଠିତ ହେବ ବୋଲି ଜଣାପଡିଛି।

 

୧୯-ହିମାଚଳ ବିଧାନସଭାରେ ନୂଆ ବିଧେୟକଗୃହିତ:ଦଳବଦଳକାରୀଙ୍କୁ ପେନସନ୍ ମନା।

 

୨୦-ବ୍ରୁନେଇର ରାଜଧାନୀରୁ ଚେନ୍ନାଇକୁ ବିମାନ ସେବା, ପ୍ରତିରକ୍ଷା ଏବଂ ମହାକାଶ କ୍ଷେତ୍ରରେ ସହଯୋଗ ପାଇଁ ହେଲା ବୁଝାମଣା

 

୨୧-ପ୍ୟାରିସ୍‌ ପାରାଲିମ୍ପିକ୍ସ, ସଟ୍‌ ପୁଟ୍‌ରେ ସଚିନ୍‌ ସରଜେରାଓ ଜିତିଲେ ରୌପ୍ୟ, ଭାରତର ପଦକ ସଂଖ୍ୟା ୨୧କୁ ବୃଦ୍ଧି।

 

୨୨-ଆମେରିକାରେ ଭୟଙ୍କର ସଡକ ଦୁର୍ଘଟଣା, SUV ସହ ଜଳିଗଲେ ୪ ଭାରତୀୟ।

 

🙏 *ସୁପ୍ରଭାତ* 🙏