କୋଶଳ ଜ୍ୟୋତିଜ୍ଞାନ ପଣ୍ଡିତ ମହାସଭା ପକ୍ଷରୁ ରାଜ୍ୟ ସ୍ତରୀୟ ଜ୍ୟୋତିଷ ସମ୍ବିଳନୀ
କୋଶଳ ଜ୍ୟୋତିଜ୍ଞାନ ପଣ୍ଡିତ ମହାସଭା ପକ୍ଷରୁ ରାଜ୍ୟ ସ୍ତରୀୟ ଜ୍ୟୋତିଷ ସମ୍ବିଳନୀ
ଉଲୁଣ୍ଡା – ୪/୯ (ଉପାନ୍ତ ଖବର) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣ ରେ କୋଶଳ ଜ୍ୟୋତିଜ୍ଞାନ ପଣ୍ଡିତ ମହାସଭା, ବଲାଙ୍ଗିର ତରଫରୁ ରାଜ୍ୟ ସ୍ତରୀୟ ଜ୍ୟୋତିଷ ସମ୍ମିଳନୀ ଅନୁଷ୍ଟିତ ହୋଇ ଯାଇଛି । ପଣ୍ଡିତ ଗୁଣ ସାଗର ପଣ୍ଡା ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ସମ୍ମିଳନୀରେ ପଣ୍ଡିତ ତ୍ରିଲୋଚନ ରାଉତ ମୁଖ୍ୟଅତିଥି ଏବଂ ଯୋଗେନ୍ଦ୍ର ହୋତା ଓ ରାମକୃଷ୍ଣ ପଣ୍ଡା ସମ୍ମାନିତ ଅତିଥି ଭାବରେ ଯୋଗ ଦାନ କରିଥିଲେ ।ରାଜ୍ୟର ବରିଷ୍ଟ ପଞ୍ଜିକା ଗଣକ ମେଡେନ କୁମାର ବିଶି ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇଥିଲେ। ମହାସଭା ର ସଂପାଦକ ତଥା ବରିଷ୍ଠ ବାସ୍ତୁବିଦ୍ ପ୍ରକାଶ ପୂଜାରୀ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ବରପାଲି ଜୋନ ର ବରିଷ୍ଠ ସଦସ୍ୟ ପଣ୍ଡିତ ଯଦୁମଣି ତ୍ରିପାଠୀ ମହାସଭା ର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ ।ଜ୍ୟୋତିଷ ଶାସ୍ତ୍ର ର ଉନ୍ନତି ଓ ଶାସ୍ତ୍ରୀୟ ବ୍ୟବସ୍ଥା ରେ ଜ୍ୟୋତିଷୀୟ ବିଧି ବ୍ୟବସ୍ଥା ବିଷୟ ରେ ଉପସ୍ଥାପନ କରାଯାଇଛି, ସେହି ଶାସ୍ତ୍ର ଅନୁଯାୟୀ କାର୍ଯ୍ୟଦ୍ବାରା ସମାଜର ବିଶେଷ କଲ୍ୟାଣ ସାଧିତ ହେଇ ପାରୁଚି ବୋଲି ସଭାରେ ଉପସ୍ଥିତ ବରିଷ୍ଟ ଜ୍ୟୋତିର୍ବିଦ୍ ଗଣ ନିଜ ନିଜ ବକ୍ତବ୍ୟରେ କହିଁଥିଲେ । ଉପସ୍ଥିତ ସଭାରେ ପଣ୍ଡିତ ଶ୍ରୀ କାମପାଳ ନାୟକ, ବଳରାମ ବାବୁ, ପ୍ରେମରାଜ ପତି, ସନ୍ତୋଷ ପୁରୋହିତ, ସନ୍ତୋଷ ପୂଜାରୀ, ଅଜିତ କର, ମାୟାଧର ପଣ୍ଡା, ଦେବରାଜ ରଣା, ଟିକୁନ ମହାପାତ୍ର, ସର୍ବେଶର ରଣା ଉପେନ୍ଦ୍ର ଚାନ୍ଦ ପ୍ରମୁଖ ଜ୍ୟୋତିର୍ବିଦ ଗଣ ଉପସ୍ଥିତ ଥିଲେ।