May 10, 2026

ବହୁ ପୁରାତନ ସାରଡାଙ୍ଗ ଘୋଡ଼ା ମେଳଣ ..

IMG-20250417-WA0050
Share

 

ବାଲେଶ୍ବର ( ଦେବାଶିଷ ଦାଶ )

ବାଲେଶ୍ବର ଜିଲ୍ଲା ଖଇରା ବ୍ଲକ ସାରଡାଙ୍ଗ ପଞ୍ଚାୟତ ଆମ୍ବଗାଡ଼ିଆ ଘୋଡ଼ା ମେଳଣ ବହୁ ପୁରାତନ‌ । ଏହି ମେଳଣ ଖଇରା ଅଞ୍ଚଳରେ ଏକ ସ୍ଵତନ୍ତ୍ର ସ୍ଥାନ ପାଇଛି । ପ୍ରତିବର୍ଷ ପରି ଏ ବର୍ଷ ମଧ୍ୟ ମେଳଣ ଦେଖିବା ପାଇଁ ପ୍ରାୟ ୪୦ ହଜାରରୁ ଉର୍ଦ୍ଧ ଲୋକଙ୍କ ସମାଗମ ହୋଇଥିବାର ଦେଖାଯାଇଥିଲା । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଲୋକମାନଙ୍କ ଗହଳି ପାଇଁ ମେଳଣ ପଡିଆର ଉଷ୍ମତା ବୃଦ୍ଧି ପାଇଥାଏ । ଏହି ପରିବେଶକୁ ପୂର୍ବାନୁମାନ କରି ପ୍ରତିବର୍ଷ ପରି ଏ ବର୍ଷ ମଧ୍ୟ ବାଲେଶ୍ଵର ଜିଲ୍ଲାର ଅଗ୍ରଣୀ ସାମାଜିକ ସ୍ଵେଚ୍ଛାସେବୀ ସଂଗଠନ ଜନହିତ ଯୁବକ ସଂଘ, ବାଲେଶ୍ୱର, ଓଡ଼ିଶା ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା । ସଂଘର ପୂର୍ବତନ କୋଷାଧ୍ୟକ୍ଷ ତଥା ଔପଦା ସରକାରୀ ଉଚ୍ଚ ବିଦ୍ୟାଳୟର ଖେଳ ଶିକ୍ଷକ କରୁଣାକର ଦଳେଇଙ୍କ ନେତୃତ୍ୱରେ ଜଳଦାନ ଶିବିରର ଆୟୋଜନ କରାଯାଇଥିଲା । ସକାଳ ୮ ଘଟିକାରୁ ସନ୍ଧ୍ୟା ୭ ଘଟିକା ଯାଏଁ ସଂଘର ସଦସ୍ୟ ମାନେ ଅକ୍ଲାନ୍ତ ପରିଶ୍ରମ କରି ୪୦୦୦ ଲିଟର ଗ୍ଲୋକୁଜ ଓ ଦହି ପାଣି ବଣ୍ଟନ କରିଥିଲେ । ସଂଘର ସଭାପତି ସୁରେଶ ରାଉତ, କାର୍ଯ୍ୟକ୍ରମ ଉପ ସମ୍ପାଦକ ରବୀନ୍ଦ୍ର ମହାରଣା, ଉପଦେଷ୍ଟା ସୁକାନ୍ତି ମଣି ସାହୁ, ଯଜ୍ଞାସେନି ଜେନା, କୁଞ୍ଜଲତା ମାହୁଁନ୍ତ, ଯୋଗଗୁରୁ ମୁକ୍ତିକାନ୍ତ ପାଣିଗ୍ରାହୀ ତଥା ସଦସ୍ୟ ସଂଗ୍ରାମ ବେହେରା, ଅଭିଷେକ ଗୁପ୍ତା, ପୂର୍ଣ୍ଣଚନ୍ଦ୍ର ଦାସ, ଜ୍ଞାନରଞ୍ଜନ ବେହେରା, କୃଷ୍ଣ ଚନ୍ଦ୍ର, ରଞ୍ଜିତ, ବିଭୂତି ତଥା ଚାନ୍ଦିପୁର ଶାଖା ସଦସ୍ୟା ରଶ୍ମିତା ଓ ଶିଖା ଉପସ୍ଥିତ ଥିଲେ । ସଂଘର ସମସ୍ତ ଉପଦେଷ୍ଟା, ସଦସ୍ୟ ଏବଂ ସଦସ୍ୟା ମାନେ ସାହାଯ୍ୟ କରିଥିଲେ । ସଂଘର ଏପରି କାର୍ଯ୍ୟକୁ ଆମ୍ବଗାଡ଼ିଆ ମେଳଣ କମିଟି ଦ୍ବାରା ଉଚ୍ଚ ପ୍ରଶଂସା କରାଯାଇଛି । ସଂଘର ଏତାଦୃଶ କାର୍ଯ୍ୟରେ ଉପସ୍ଥିତ ଶ୍ରଦ୍ଧାଳୁ ମାନେ ଵହୁ ଖୁସି ଅନୁଭବ କରିଛନ୍ତି ।।