April 30, 2026

ରାଜ୍ୟ ବିଜେପି ସଭାପତି ଙ୍କୁ ରାମନାଗୁଡା ଭାରତୀୟ ଜନତା ପାର୍ଟି ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା 

Share

 

 

ରାମନାଗୁଡା:-୪-୮-୨୦୨୪-ରାୟଗଡା ଜିଲ୍ଲା ରାମନାଗୁଡା ରେ ରବିବାର ଦିନ ରାମନାଗୁଡା ଭାରତୀୟ ଜନତା ପାର୍ଟି ପକ୍ଷରୁ ମାନନୀୟ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ରାୟଗଡା ଜିଲ୍ଲା ଭାରତୀୟ ଜନତା ପାର୍ଟି ଦଳୀୟ ବୈଠକରେ ଯୋଗ ଦେଇ ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଯିବା ସମୟରେ ରାମନାଗୁଡା ଠାରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଙ୍କୁ ଫୁଲତୋଡା ଦେଇ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା ,ରାମନାଗୁଡା ରେ କିଛି ସମୟ ରହଣି ମଧ୍ୟରେ ଗୁଣୁପୁର ଥେରୁବାଲି ରେଳ ପ୍ରକଳ୍ପ କୁ ତ୍ୱରାନ୍ୱିତ କରିବା ସହ ଉକମ୍ବା ପଞ୍ଚାୟତ ଅଧୀନରେ ଥିବା ଟିକରପଡ଼ା ଏୟାରଷ୍ଟ୍ରିପ ,ଏବଂ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ କରିବା ସହିତ ଆଗାମୀ ଦିନରେ ସଙ୍ଗଠନକୁ ଆହୁରି ଅଧିକ ମଜବୁତ୍ କରିବା ସହ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସେବା, ସୁଶାସନ ଓ ଗରୀବ କଲ୍ୟାଣ ଯୋଜନାକୁ ଘରେ ଘରେ ପହଞ୍ଚାଇବା ପାଇଁ ଆଲୋଚନା କରାଯାଇଥିଲା ।ରାଜ୍ୟ ବିଜେପି ସଭାପତି ଶ୍ରୀ ସାମଲ ଙ୍କ ଗସ୍ତ ସମୟରେରାଜ୍ୟ ସଙ୍ଗଠନ ସମ୍ପାଦକ ମାନସ ମହାନ୍ତି, ରାୟଗଡା ଜିଲ୍ଲା ସଭାପତି ଶିବ ପଟ୍ଟନାୟକ,ବରିଷ୍ଠ ବିଜେପି କର୍ମୀ ଗୋବିନ୍ଦ ସେନାପତି, ରାୟଗଡା ଜିଲ୍ଲା ଯୁବ ମୋର୍ଚ୍ଚା ଉପ ସଭାପତି ଶ୍ରୀନିବାସ ପଣ୍ଡା,ମୋନ କି ବାତ ରାମନାଗୁଡା ବ୍ଲକ ସଂଯୋଜକ ଶିବ ପ୍ରସାଦ ବ୍ରହ୍ମା,ଯୁବ ମୋର୍ଚ୍ଚା ବରିଷ୍ଠ କର୍ମୀ ନରସିଂହ ମାଣ୍ଡାଙ୍ଗି,ରାମନାଗୁଡା ବ୍ଲକ ମଣ୍ଡଳ ସଭାପତି ଚିନ୍ନା କଣ୍ଡାଗରୀ, ଶେଖ ସାଲିମ ,ଅମିତ କୁମାର ସାହୁ,ସଂଜୀବ କୁମାର ଦାଶ,କିଶୋର ବେହେରା,କପିଳେଶ୍ୱର ଲାବଲା,ପ୍ରତାପ ହୁଈକା, ରୂପକ ସେନାପତି, ସୁବ୍ରତ ପୁରୁଷୋତ୍ତମ, ଅମିତ ରତ୍ନାଲୁ, ଭି ରାଜେଶଙ୍କ ସମେତ ରାମନାଗୁଡାର ଅନ୍ୟାନ୍ୟ ବିଜେପି କର୍ମୀ ଉପସ୍ଥିତ ଥିଲେ ।

 

ରିପୋର୍ଟ ସଞୀବ କୁମାର ଦାଶ

You may have missed