December 5, 2024

ଯୌତୁକ ନିର୍ଯ୍ୟାତନା ରେ ଜୁଇରେ ଜଳିଲା ନବବଧୂ

Share

ଯୌତୁକ ନିର୍ଯ୍ୟାତନା ରେ ଜୁଇରେ ଜଳିଲା ନବବଧୂ

====================

 

ଗଞ୍ଜାମ -ପ୍ରଦୀପ କୁମାର ପଣ୍ଡା

 

ରମ୍ଭା ଥାନା ହୁମ୍ମା ଫାଣ୍ଡି ଅନ୍ତର୍ଗତ ପୋଡ଼ଗଡ଼ ଗ୍ରାମର ନବବଧୂ ପାଦରୁ ଅଳତା ଲିଭିନଥିବା ବେଳେ ଜୁଇରେ ଜଳିଲେ ନବବଧୂ l ଏଭଳି ଏକ ଅଭାବନୀୟ ଘଟଣା ଦେଖିବା ମିଳିଛି l ବେଦୀରୁ ଶାଶୂଘର ମାତ୍ର ତିନିମାସ ତଳେ ବିଭାହ କରିଥିବା ବୋହୁ ଭରସ୍ୟାମ ହରାଇ ବିଷ ପିଇ ଆତ୍ମହତ୍ୟା କରିଥିବା ଶାଶୁ ଘର କହୁଥିବା ବେଳେ ଯୌତୁକ ନିର୍ଯ୍ୟାତନା ଦେଇ ତାଙ୍କୁ ଶାଶୂଘର ଲୋକେ ମାରିଦେଇଛନ୍ତି ବୋଲି ଝିଅର ପରିବାର ଲୋକେ ଅଭିଯୋଗ ଆଣିଛନ୍ତି l ଏନେଇ ବାପ ଘର ଲୋକେ ହୁମା ଫାଣ୍ଡିରେ ଏତଲା ଦେଇଛନ୍ତି l ଏତଲାକୁ ଭିତ୍ତି କରି ପୋଲିସ କେଶ ନଂ 567/23 ମାମଲା ରୁଜୁ କରି ଅଧିକ ତଦନ୍ତ ଚାଲିଥିବା ହୁମା ଫାଣ୍ଡି ଅଧିକାରୀ ଦେବଦତ୍ତ ପ୍ରିୟଦର୍ଶୀ ସୂଚନା ଦେଇଛନ୍ତି l ମିଳିଥିବା ସୂଚନା ଅନୁଯାଇ ସାତୁଳୀ ଗ୍ରାମର ବନମାଳୀ ବାରିକିଙ୍କ ଝିଅ ଜ୍ୟୋତି ବାରିକି ଝିଅ ପୋଡ଼lଗଡ଼ର ପବନା ପ୍ରଧାନଙ୍କ ପୁଅ ପିଣ୍ଟୁ ପ୍ରଧାନଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ l ବିବାହ ପର ଠାରୁ ଶାଶୁ ଘର ଲୋକେ କୁଆଡେ ତାଙ୍କୁ ଅଧିକ ଯୌତୁକ ଦାବୀରେ ନିର୍ଯ୍ୟାତନା ଦେଇଥିଲେ l ଫଳରେ ବିବାହର ଦଶଦିନ ପରେ ଦଶକର୍ତା ପାଇଁ ନିଜ ବାପଘରକୁ ଯାଇ ଝିଅ ଆଉ ସେ ଘରକୁ ଫେରି ନଥିଲେ l ବୁଝା ସୁଝା ପରେ ଗତ ଦୁଇ ଦିନ ତଳେ ସେ ନିଜ ଶାଶୁ ଘରକୁ ଆସିଥିଲେ l ପୁଣି ନିର୍ଯ୍ୟାତନା ଦେବାରୁ ଝିଅ ତାହା ସହ୍ୟ କରି ନପାରି ଆତ୍ମହତ୍ୟା କରିଥିବା ଝିଅର ପରିବାର ଅଭିଯୋଗ କରିଛନ୍ତି l ନବବଧୁ ଜଣକ ଚାଉଳରେ ପୋକ ନ ଲାଗିବା ପାଇଁ ଘରେ ଥିବା ପୋକମରା ଔଷଧ ଖାଇଦେଇଥିଲେ l ଏହା ଦେଖି ଶାଶୁ ଘର ଲୋକେ ସଙ୍ଗେ ସଙ୍ଗେ ପ୍ରଥମେ ହୁମାର ଏକ ଘେରେଇ କ୍ଲିନିକ କୁ ନେଇଥିଲେ ସେଠାରେ ଅବସ୍ଥା ସଙ୍କଟାପର୍ଣ୍ଣ ହେବାରୁ ବ୍ରହ୍ମପୁର ବଡ ମେଡିକାଲ ନେବା ବେଳେ ତାଙ୍କର ମୃତ୍ୟୁ ହୋଇଥିବା ଗ୍ରାମର ଜଣେ ବ୍ୟକ୍ତି କହିଛନ୍ତି l ହୁମା ଫାଣ୍ଡି ଏସଆଇ ଦେବଦତ୍ତ ପ୍ରିୟଦର୍ଶୀ ସଦଳେବଳେ ଉକ୍ତ ଗ୍ରାମରେ ପହଂଚି ଘଟଣାର ତଦନ୍ତ ଜାରୀ ରଖିଛନ୍ତି l ଏଥିସହ ଗ୍ରାମରେ ସାଇଣ୍ଟିଫିକ ଟିମ ମଧ୍ୟ ପହଂଚି ଘଟଣା ଛାନଭିନ୍ନ ଆରମ୍ଭ କରିଛି l ଶାଶୁ ଘର ଲୋକ ଅଧିକ ଯୌତୁକ ଲୋଭରେ ତାଙ୍କୁ ନିର୍ଯ୍ୟାତନା କରି ମରିବାକୁ ବାଧ୍ୟ କରିଥିବା ଅଭିଯୋଗ ପରେ v ପୋଲିସ ଅନୁସନ୍ଧାନ ଜାରୀ ରଖିଛି l ଏଥିସହ ଛତ୍ରପୁର ଏସ୍ଡ଼ିପିଓ ଗୌରହରି ସାହୁ , ରମ୍ଭା ଥାନା ଓ ହୁମା ଫାଣ୍ଡି ପୋଲିସର ଉପସ୍ଥିତରେ ଝିଅ ନେଇଥିବା ସମସ୍ତ ଯୌତୁକ ସାମଗ୍ରୀ ଫେରସ୍ତ ପାଇଁ ବାହାର କରିଛି l ଅନ୍ୟ ପଟେ ଘଟଣା ଶୁଣି ସ୍ୱାମୀ ପିଣ୍ଟୁ ବିଶାଖାପାଟଣାରୁ ଘରକୁ ଶୁକ୍ରବାର ଫେରିଥିବା ଗ୍ରାମର ଜଣେ ବ୍ୟକ୍ତି ସୂଚନା ଦେଇଛନ୍ତି l

You may have missed