ଛେଲାଗଡ ଉଚ୍ଚ ବିଦ୍ୟାଳୟ ଠାରେ ବନମହୋତ୍ସବ ପାଳିତ

IMG-20250705-WA0013
Share

ଅଦ୍ୟ ତା ୦୪.୦୭.୨୦୨୫ ରିଖ ଦିନ ସ୍ଥାନୀୟ ସ୍ଵେଚ୍ଛାସେବୀ ଅନୁଷ୍ଠାନ FREEDOM ଆନୁକୁଲ୍ୟରେ ତଥା ରାମଗିରି ବନ ବିଭାଗ ସହଯୋଗରେ ଛେଲାଗଡ ଉଚ୍ଚ ବିଦ୍ୟାଳୟ ଠାରେ ୭୬ତମ ବନମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ଛାତ୍ରଛାତ୍ରୀ ତଥା ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ସହଯୋଗ କ୍ରମେ ବିଦ୍ୟାଳୟରେ ଜନ ସଚେତନତା କାର୍ଯ୍ୟକ୍ରମ ମାଧ୍ୟମରେ ବୃକ୍ଷ ରୋପଣର ମାହାତ୍ମ୍ୟ, ଉପକାରିତା ସହିତ ପରିବେଶ ସୁରକ୍ଷା ଓ ପଲିଥିନ ବର୍ଜନ ଉପରେ ଆଲୋକପାତ କରାଯାଇଥିଲା। ସ୍କୁଲ ଛାତ୍ରଛାତ୍ରୀମାନଙ୍କୁ ନେଇ ଏକ ଲିଖିତ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ଏବଂ କୃତି ଛାତ୍ରଛାତ୍ରୀମାନଙ୍କୁ ଫ୍ରୀଡମ ଅନୁଷ୍ଠାନ ମାନପତ୍ର ସହ ପୁରସ୍କାର ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଜଗନ୍ନାଥ କୁମ୍ଭ ସଭାପତିତ୍ବ କରିଥିଲେ। ଶ୍ରୀ ଯୁକ୍ତ ତ୍ରୀନାଥ ବିଷୋଇରତ୍ନ ଫ୍ରୀଡମ ଅନୁଷ୍ଠାନର ସଭାପତି ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମର ଆୟୋଜନ କରିଥିଲେ, ତତ୍ ସହିତ ଶ୍ରୀ ଯୁକ୍ତ ନୀଳମାଧବ ନାୟକ, ଶ୍ରୀଯୁକ୍ତ ଧନୁର୍ଦ୍ଧରଇତ, ବନ ବିଭାଗ କର୍ମଚାରୀ ସହଦେବ ପାଲକା ସମ୍ମାନିତ ଅତିଥି ଭାବେ ଆସନ ଅଳଙ୍କୃତ କରିଥିଲେ ଓ ଶ୍ରୀଯୁକ୍ତ କେ. ଅବିନାଶ, ଶ୍ରୀଯୁକ୍ତ ମହିପାଳ ଭୂୟାଁ, ସୁଶ୍ରୀ ମିକି ପୂଜାରୀ, ଶ୍ରୀମତୀ ଉର୍ମିଳା ପ୍ରଧାନ ଆଦି ଉପସ୍ଥିତ ଥିଲେ ଏବଂ ଶ୍ରୀଯୁକ୍ତ ଦେବକାନ୍ତ ସାମଲ ସଭା ପରିଚାଳନା କରିଥିଲେ। ସଭା ପରେ ବିଦ୍ୟାଳୟ ଛାତ୍ର ଛାତ୍ରୀ, ଶିକ୍ଷକ, ଶିକ୍ଷୟିତ୍ରୀ ଓ ବନ କର୍ମଚାରୀଙ୍କ ସହଯୋଗରେ ବିଦ୍ୟାଳୟ ପ୍ରାଙ୍ଗଣରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।