November 25, 2024

ବିପର୍ଯ୍ୟୟ ପରିଚାଳନାର ଟେବୁଲ ଟପ ଏକ୍ସରସାଇଜ ବୈଠକ ଅନୁଷ୍ଠିତ..

Share

ପାରଳାଖେମୁଣ୍ଡି, ତା ୦୫.୦୭.୨୦୨୪

ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ନିମନ୍ତେ ଆଜି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ଟେବୁଲ ଟପ ଏକ୍ସରସାଇଜ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଶ୍ରୀଯୁକ୍ତ ସ୍ମୃତି ରଞ୍ଜନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଶ୍ରୀଯୁକ୍ତ ଏସ.ଆନନ୍ଦ, ବନଖଣ୍ଡ ଅଧିକାରୀ ପାରଳାଖେମୁଣ୍ଡି, ଶ୍ରୀ କହ୍ନେୟା ଯୋଗୀ, ଡେପୁଟି କମାଣ୍ଡର ,ଏନଡିଆରଏଫ୍ ୩ୟ ବାଟାଲିୟନ ମୁଣ୍ଡଳୀ କଟକ, ଶ୍ରୀ ବୀରେନ୍ଦ୍ର କୁମାର ଦାସ, ଅତିରିକ୍ତ ଜିଲ୍ଲାପାଳ, (ରାଜସ୍ୱ) ଓ ଶ୍ରୀ ରାଜେନ୍ଦ୍ର ମିଞ୍ଜ ,ଅତିରିକ୍ତ ଜିଲ୍ଲାପାଳ ଗଜପତି, ଶ୍ରୀ ସୁନୀଲ କୁମାର ମହାନ୍ତି, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଗଜପତି, ଉପଜିଲ୍ଲାପାଳ ପାରଳାଖେମୁଣ୍ଡି ଶ୍ରୀ ଅନୁପ ପଣ୍ଡା,ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ଶ୍ରୀ କମଳକାନ୍ତ ପଣ୍ଡା ପ୍ରମୁଖ ଉପସ୍ଥିତ ରହିଥିଲେ। ଏହି ଟେବୁଲ ଟପ ଏକ୍ସରସାଇଜର ମୂଳ ଉଦ୍ଦେଶ୍ୟ ରହିଥିଲା ବିଭିନ୍ନ ସମୟରେ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଥିବା ବେଳେ ବନ୍ୟା, ବାତ୍ୟା, ଭୂସ୍ଖଳନ ଏବଂ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଜନସାଧରଣଙ୍କ ଧନ ଜୀବନକୁ କିପରି ରକ୍ଷା କରାଯାଇ ପାରିବ ସେ ନେଇ ଆଲୋଚନା କରାଯାଇଥିଲା। ଗଜପତି ଜିଲ୍ଲାକୁ ବିପର୍ଯୟ ପରିଚାଳନା ନିମନ୍ତେ ଜିଲ୍ଲାସ୍ତରୀୟ ,ବ୍ଲକ ସ୍ତରୀୟ ଓ ପାରଳାଖେମୁଣ୍ଡି ପୌରପରିଷଦ ଓ କାଶୀନଗର ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧିକାରୀ ମାନଙ୍କର କାର୍ଯ୍ୟଦକ୍ଷତା ଏବଂ କୁଶଳତାକୁ ସଠିକ ଭାବେ କାର୍ଯ୍ୟକ୍ରମ କରାଇବା l
ଜିଲ୍ଳାର ସମସ୍ତ ବିଭାଗୀୟ ଅଧିକାରୀ ସମ୍ଭାବ୍ୟ ବିପର୍ଯ୍ୟୟକୁ ସମ୍ମୁଖୀନ ହେବା ପୂର୍ବରୁ ଏହାର ମୁକାବିଲା କରିବା ପୂର୍ବରୁ ଏହାର ମୁକାବିଲା ପାଇଁ ବ୍ୟାପକ ସଜାଗ ରହିବା ପାଇଁ ପରାମର୍ଶ ଦିଆଯାଇଛି। ବିପର୍ଯ୍ୟୟ ସମୟରେ ଜିଲ୍ଲାର ସମସ୍ତ ବିଭାଗୀୟ ଅଧିକାରୀ ଗୋଟିଏ ଟିମ୍ ହୋଇ କାର୍ଯ୍ୟ କରିବା ସହିତ ପ୍ରଭାବିତ ଜନସାଧରଣଙ୍କୁ ଖାଦ୍ୟ, ଔଷଧ, ପାନୀୟ ଜଳ, ଚୁଡ଼ା, ଗୁଡ଼ ମହଜୁଦ ରଖିବା ଓ ସଠିକ ଭାବରେ ପରିଚାଳନା କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ଏହା ସହ ବିପର୍ଯ୍ୟୟ ସମୟରେ ସବୁ ବିଭାଗର ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବାକୁ ଅନୁରୋଧ କରାଯାଇଛି। ଆସନ୍ତା କାଲି ସକାଳ ୧୦ ଘଟିକା ସମୟରେ କାଶୀନଗର ବ୍ଲକ୍ ସ୍ଥିତ ବଂଶଧାରା ନଦୀର ବନ୍ୟା ଜଳରେ ଉଦ୍ଧାର କାର୍ଯ୍ଯ କିପରି କରାଯାଇପାରିବ ସେ ସଂପର୍କରେ ଏନଡିଆରଏଫ୍ ଦୋଳ ମକ୍ ଡ୍ରିଲ କରାଯିବ ।
ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ବିପର୍ଯ୍ୟୟ ପରିଚାଳନା ଅଧିକାରୀ ଶ୍ରୀ ପ୍ରଦୋଷ କୁମାର ଶତପଥି ପରିଚାଳନା କରିଥିବା ବେଳେ ,ବିଭାଗୀୟ କର୍ମଚାରୀମାନେ ସହଯୋଗ କରିଥିଲେ l
ଏହି ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ଟେବୁଲ ଟପ ଏକ୍ସରସାଇଜ ବୈଠକରେ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ,ଏନଡିଆରଏଫ୍ ଦୋଳ, ଜିଲ୍ଲା ଅଗ୍ନିଶମ ଟିମ୍ ପ୍ରମୁଖ ଉପସ୍ଥିତ ଥିଲେ।

ଅଲିଭ ରିଡ଼ଲେ କଇଁଛଙ୍କ ଆଗମନ ପୂର୍ବରୁ ଚମକିଲା ପୋଡ଼ମପେଟା ବେଳାଭୂମି ଛତ୍ରପୁର -୨୫/୧୧/୨୪(ଅରୁଣ କୁମାର ପଣ୍ଡା )ଶୀତଋତୁର ଆଗମନରେ ଗଞ୍ଜାମ ଜିଲ୍ଲାର ଋଷିକୂଲ୍ୟା ନଦୀ ମୁହାଣ ନିକଟସ୍ଥ ପୋଡ଼ମପେଟା ବେଳାଭୂମି ତଥା ଗୋଖରକୁଦା ଅଞ୍ଚଳ ଅଲିଭ ରିଡ଼ଲେ କଇଁଛମାନଙ୍କ ଆଗମନରେ ଚଳଚଞ୍ଚଳ ହୋଇଉଠେ। ଏହି ବିରଳ ପ୍ରଜାତିର କଇଁଛମାନଙ୍କର କିପରି ସୁରକ୍ଷା କରାଯାଇପାରିବ ତଥା ବେଳାଭୂମିର ସୌନ୍ଦର୍ଯ୍ୟ ରକ୍ଷା କରାଯାଇପାରିବ ସେ ନେଇ ଆଜି ଗଞ୍ଜାମ ନିକଟସ୍ଥ ପୋଡ଼ମପେଟା ବେଳାଭୂମିରେ ଟାଟା ଷ୍ଟିଲ ଫାଉଣ୍ଡେସନ, ଓ.ଏସ.ଏ.ପି. ୮ମ ବାଟାଲିୟନ, ରାମଚଣ୍ଡୀ ପୂଜା କମିଟି ଓ ସେବା ପ୍ରତିନିଧି ସଙ୍ଗଠନର ମିଳିତ ଉଦ୍ୟମରେ ଏକ ବିଶାଳ ସଫେଇ କାର୍ଯ୍ୟକ୍ରମ ସକାଳ ୮ଘଟିକାରୁ ଆରମ୍ଭ ହୋଇ ଦିବା ୯.୩୦ମିନିଟ ପର୍ଯ୍ୟନ୍ତ ଚାଲିଥିଲା। ଏଥିରେ ସହଯୋଗର ହାଥ ବଢାଇଥିଲେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା, ସହକାରୀ ପରିଚାଳକ ରାଜେଶ୍ୱରୀ ଗୌଡ଼, ଅଶ୍ୱିନୀ କୁମାର ପୃଷ୍ଟି, ବାଟାଲିୟନ କମାଣ୍ଡାଣ୍ଟ ଶାରଦା ପ୍ରସାଦ ଦାଶ, ଛତ୍ରପୁର ଏସଡ଼ିଜେଏମ କୋର୍ଟର କ୍ୟାଡ଼ର ଏପିପି ରାଜେଶ କୁମାର ମିଶ୍ର, ସମାଜସେବୀ ମନୋଜ ମିଶ୍ର, ଟୁଟୁ ନାୟକ, ଏସ. ରବି, ରାଜେଶ ପାତ୍ର, ଦିନେଶ ମହାନ୍ତି, ଦୀପକ ବେହେରା, ମାଧବ ସାସମଲ, ଓକିଲ ଲସିତ ବେହେରା, ନାରାୟଣ ସାହୁ ପ୍ରମୁଖ। ସେହିପରି ଏହି କାର୍ଯ୍ୟ ନିମନ୍ତେ କୋଟକ ମହିନ୍ଦ୍ରା ବ୍ୟାଙ୍କ ସମସ୍ତ ଆବଶ୍ୟକୀୟ ସହାୟତା ଯଥା ଗ୍ଲୋବସ୍ ଓ ଝୋଟ ବସ୍ତା ଯୋଗାଇ ଦେଇଥିଲେ। ଶେଷରେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା ସମସ୍ତଙ୍କୁ ଧନ୍ୟବାଦ ଦେବା ସହ ଏହି କାର୍ଯ୍ୟ ଆଗକୁ ଜାରି ରହିବ ବୋଲି ସୂଚନା ଦେଇଥିଲେ।.

You may have missed