July 14, 2026

ବେଲଗୁଣ୍ଠା ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବନ ମହୋତ୍ସବ

IMG-20240705-WA0025
Share

 

ବେଲଗୁଣ୍ଠା, 04/07, ବେଲଗୁଣ୍ଠା ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୁବ ରେଡକ୍ରସ୍ ଶାଖା ତରଫରୁ ବନ ମହୋତ୍ସବ ପାଳିତ ହୋଇଯାଇଛି I ଅନୁଷ୍ଠାନ ଅଧ୍ୟକ୍ଷା ଡ. ସଂଯୁକ୍ତା ପଣ୍ଡାଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟକ୍ରମରେ ବନପାଳ ଶରତଚନ୍ଦ୍ର ମହାନ୍ତି ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ରୂପେ ବିଶିଷ୍ଟ ଭଞ୍ଜ ସାହିତ୍ୟ ଗବେଷକ ମୋତିଲାଲ ପତି ଯୋଗ ଦେଇ ବୃକ୍ଷର ଗୁରୁତ୍ବ ସମ୍ପର୍କରେ ଆଲୋଚନା କରିଥିଲେ I ବନପାଳ ଶ୍ରୀ ମହାନ୍ତି ଛାତ୍ରଛାତ୍ରୀଙ୍କୁ ବନ ଓ ବନ୍ୟପ୍ରାଣୀ ସମ୍ପର୍କିତ ବିଭିନ୍ନ ପ୍ରଶ୍ନ ପଚାରି ପୁରସ୍କୃତ କରିଥିଲେ I ଉପସ୍ଥିତ ଅତିଥି ମାନେ ଅନୁଷ୍ଠାନ ପରିସରରେ ଚାରା ରୋପଣ କରିବା ସହିତ ପ୍ରତ୍ୟେକ ଛାତ୍ରୀଙ୍କୁ ଗୋଟିଏ ଗୋଟିଏ ଚାରା ବିତରଣ କରାଯାଇଥିଲା I କାର୍ଯ୍ୟକ୍ରମରେ ଅନୁଷ୍ଠାନର ଗ୍ରନ୍ଥାଗାର ସଂଗ୍ରହିତ୍ରୀ କୁମାରୀ ସଙ୍ଗୀତା ବିନ୍ଧାଣୀରା,ବନରକ୍ଷୀ ପ୍ରିୟଙ୍କା ପାତ୍ର,ସାମ୍ବାଦିକ ନାରାୟଣ ପଣ୍ଡା,ପ୍ରମିଳା ସିଅ, ଶତ୍ରୁଘ୍ନ ବିଷୋୟୀ,ରୂବୀନା ପରିଡ଼ା,ଅଶୋକ କୁମାର ପାଣିଗ୍ରାହୀ, ରାଜେନ୍ଦ୍ର ପାତ୍ର, ରତ୍ନାକର ପାତ୍ର ଉପସ୍ଥିତ ଥିଲେ I ରେଞ୍ଜର୍ ଲିଡର୍ ଗୀତାଶ୍ରୀ ସାମନ୍ତ ଧନ୍ୟବାଦ ଜ୍ଞାପନ କରିଥିଲେ I(ଵେଲଗୁଣ୍ଟା, ରିପୋର୍ଟ ପଞ୍ଚାନନ ସାହୁ)

 

You may have missed