May 14, 2026

ରାଜ୍ୟ ସ୍ତରୀୟ କ୍ରୀଡା ପ୍ରଶିକ୍ଷକଙ୍କ ଅବସର ପରେ ସମ୍ବର୍ଦ୍ଧନା

IMG-20240705-WA0020
Share

ସମ୍ବଲପୁର ,ତା.୦୬।୦୭: ଗ୍ରାମ ପଞ୍ଚାୟତ ସ୍ତରରୁ ରାଜ୍ୟ ସ୍ତରୀୟ କ୍ରୀଡ଼ାବିତ ସୃଷ୍ଟି କରିବାରେ ସଫଳ କୃତିତ୍ୱ ହାସଲ କରିଥିବା ଡଙ୍ଗରପଡା ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟର କ୍ରୀଡା ଶିକ୍ଷକ କିଶୋର ପଣ୍ଡା ଆଜି ଅବସର ଗ୍ରହଣ କରିଛନ୍ତି।୧୯୮୯ ରୁ ଏଯାବତ୍ ଦୀର୍ଘ ୩୫ ବର୍ଷ ଧରି କ୍ରୀଡା ଶିକ୍ଷକ ଭାବେ ନିଜର ଦକ୍ଷତା ପ୍ରଦର୍ଶନ କରି ସେ ସମଗ୍ର ଓଡିଶାରେ ଏକ ନୂତନ ପରିଚୟ ସୃଷ୍ଟି କରିଛନ୍ତି।ଜଣେ ମିଷ୍ଟଭାସି,ନମ୍ର,ଭଦ୍ର ଓ ପରୋପକାରୀ ଭାବେ ତାଙ୍କର ସୁନାମ ରହିଛି।

ଏହି ଅବସରରେ ଆଜି ସ୍କୁଲ ପରିସରରେ ପ୍ରଧାନ ଶିକ୍ଷକ ଜୟରାମ ଖମାରିଙ୍କ ସଭାପତିତ୍ୱରେ ଏକ ବିଦାୟ କାଳିନ ସଭା ଅନୁଷ୍ଠିତ ହୋଇଥିଲା।ଏଥରେ ହିନ୍ଦୀ ଶିକ୍ଷକ ମହେନ୍ଦ୍ର ମିଶ୍ର, ଦେବଦତ୍ତ ପ୍ରଧାନ, ଭାଗିରଥି ସାହୁ, ସ୍କୁଲ ପରିଚାଳନା କମିଟିର ସଭାପତି ବଂଶୀଧର ବେହେରା, କମିଟି ସଭ୍ୟ ଗୌରାଙ୍ଗ ପଧାନ, ଅମୃତ ଜୟପୁରିଆ, ପୁରାତନ ଛାତ୍ର ସଂସଦ ସଭାପତି ପ୍ରତାପ କୁମାର ନାୟକ, ଉଦୀୟମାନ କମିଟି ସଭ୍ୟ ବିଜ୍ଞାନ ବାରିକ ପ୍ରମୁଖ ଯୋଗ ଦେଇଥିବା ବେଳେ ସ୍କୁଲର ପ୍ରଧାନ ଶିକ୍ଷକ ସିଦ୍ଧେଶ୍ବର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।
ଏହି ସଭାରେ ଯୁଯୋମୁରା , ଜମନକିରା, ମାନେଶ୍ଵର ବ୍ଲକ ତଥା ସମ୍ବଲପୁର ଜିଲ୍ଲା ସ୍ତରରେ ଖ୍ୟାତନାମା ଖେଳ ପ୍ରଶିକ୍ଷକ,ପରିଚାଳନା କମିଟି ସମସ୍ତ ସଦସ୍ୟ ତଥା ପୁରାତନ ଛାତ୍ର ସାଂସଦ ସଭାପତି ଏବଂ ଆୟୁଷ ଡାକ୍ତର ପ୍ରଭାକର ପଧାନ ପ୍ରମୁଖଙ୍କ ଉପସ୍ଥିତି ରେ ଏକ ଭାବାବେଗ ପରିବେଶରେ ବିଦାୟ କାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହେବା ସହିତ ତାଙ୍କର ଭବିଷ୍ୟତ ପାରିବାରିକ ଜୀବନ ଉଜ୍ବଳମୟ କାମନା କରାଯାଇଥିଲା।