May 10, 2026

ହନୁମାନ ବାଟିକା ଠାରେ ଶ୍ରୀରାମ ମନ୍ଦିର ପାଈଁ ଭିତ୍ତିପ୍ରସ୍ତର ସ୍ଥାପନ।  

IMG-20250412-WA0097
Share

 

 

ବୋଲଗଡ, (ଉପାନ୍ତ ଖବର): ବୋଲଗଡ ବଜରଙ୍ଗ ପ୍ରଖଣ୍ଡ ପକ୍ଷରୁ ଶ୍ରୀ ରାମ ଙ୍କ ଭବ୍ୟ ମନ୍ଦିର ନିର୍ମାଣ ନିମିତ୍ତ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି।ଆଜି ପବିତ୍ର ଚୈତ୍ର ପୂର୍ଣ୍ଣିମା ତିଥି ଅନୁଯାଇ ପ୍ରଭୁ ହନୁମାନ ଜୟନ୍ତୀରେ ଖୋଲ ବନ୍ଧ ନିକଟସ୍ତ ହନୁମାନ ବାଟିକା ଠାରେ ବହୁ ଆଡମ୍ବରରେ ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ ଉତ୍ସବ ପାଳନ କରା ଯାଇ ଥିଲା। ଗତ ପବିତ୍ର ଶ୍ରୀରାମ ନବମୀ ଅବସର ରେ ସାଂସଦ ପ୍ରତିନିଧି ପ୍ରକାଶ ବିଜୁଳି ଏବଂ ରବୀନ୍ଦ୍ର ନାଥ ସୁବୁଦ୍ଧି, ବୋଲଗଡ଼ ସଦର ମହକୁମାରେ ଏକ ଶ୍ରୀ ରାମ ଙ୍କ ଭବ୍ୟ ମନ୍ଦିର ନିର୍ମାଣ ପାଈଁ ପ୍ରତିଶୃତି ଦେଇଥିଲେ।ଯାହାକି ଆଜି ହନୁମାନ ଜୟନ୍ତୀ ଅବସରରେ ବୋଲଗଡ଼ ବୁଢ଼ୀ ବୁଢିଆଣୀ ପୀଠ ନିକଟସ୍ଥ ଖୋଲ ବନ୍ଧ ଠାରେ ସାଂସଦ ଙ୍କ ପ୍ରତିନିଧି ରବୀନ୍ଦ୍ର ନାଥ ସୁବୁଦ୍ଧି,ସମାଜସେବୀ ଅଖୟ ରାଉତରାୟଙ୍କ ଉପସ୍ଥିତିରେ ଭବ୍ୟ ରାମ ମନ୍ଦିର ପାଈଁ ଶୁଭ ସ୍ଥାପନ କରାଯାଇଥିଲା | ଏହି ଅବସର ରେ ଜିଲ୍ଲା ଗୋରକ୍ଷା ପ୍ରମୁଖ ମୁକେଶ ସମନ୍ତରାୟ, ପ୍ରଖଣ୍ଡ ସଂଯୋଜକ ଇତେଶକୁମାରବେହେରା ,ଲୋକଜିତ ପରିଡ଼ା, ସରୋଜ ଜେନା, ତରୁଣ ସାହୁ, ଅମ୍ଲାନ ଜ୍ୟୋତି ସାହୁ ପ୍ରମୁଖ କାର୍ଯ୍ୟ କ୍ରମ ପରିଚାଳ କରିବା ଶହ ବଜରଙ୍ଗ ଦଳର ବହୁ ସଦସ୍ୟ ମାନେ ସାମିଲ ହୋଇଥିଲେ।

 

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।