September 1, 2026

ଭିୟୁଜ ଅନୁଷ୍ଠାନ ତରଫରୁ ଜାତୀୟ ପରିବେଶ ଦିବସ ପାଳିତ…

IMG-20260605-WA0091
Share

 

ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଳକ ଅନ୍ତର୍ଗତ ସାମନ୍ତରାପୁର ପଂଚାୟତ ଅନ୍ତର୍ଗତ ସିନ୍ଦୁରପୁର ଠାରେ ଭିୟୂଜ ସଂଗଠନ ପକ୍ଷରୁ ଜାତୀୟ ପରିବେଶ ଦିବସ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବି ଡି ଓ ଲକ୍ଷ୍ମଣ ଚରଣ ସୋରେନ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ରେଞ୍ଜର ମନୋଜ କୁମାର ପାତ୍ର, ଭିମା ରାଓ, ସୁନୀଲ କୁମାର ଘଡେଇ , ଫରେଷ୍ଟର ଅଭିନାଶ ଚୌଧୁରୀ ଓ ସରୋଜ କୁମାର ଶତପଥୀ ଯୋଗ ଦେଇ ରାସାୟନିକ ସାରକୁ ପରିତ୍ୟାଗ କରି ଜୈବିକ ପଦ୍ଧତିରେ ଚାଷ କରିବା ଓ ଜଳବାୟୁ ପରିବର୍ତ୍ତନ ପାଇଁ ବୃକ୍ଷ ରୋପଣ କରିବା ପାଇଁ ଆହ୍ବାନ ଦେଇଥିଲେ। ସିନ୍ଦୁରପୁର ନିକଟସ୍ଥ ଶିବ ମନ୍ଦିର ଠାରେ ୫୦୦ ଚାରା ରୋପଣ କରାଯାଇଥିବା ବେଳେ ବିୟୁଜ ସଂସ୍ଥାର କର୍ମକର୍ତ୍ତା, ବନ ବିଭାଗ କର୍ମଚାରୀ ଓ ସ୍ଥାନୀୟ ଲୋକେ ଉପସ୍ଥିତ ରହି ସହଯୋଗ କରିଥିଲେ। (ଚିକିଟି ସୁଭଶ୍ରୀପ୍ରଧାନ)

You may have missed