May 19, 2024

ଅବକାରୀ ବିଭାଗ କୁ ସଫଳତା ୫୦୦ ବସ୍ତା ମହୁଲ ଜବତ ଦୁଇ ଗିରଫ…..

Share

 

ଉମରକୋଟ,
ସlଧାରଣ ନିର୍ବାଚନ କୁ ଦୃଷ୍ଟିରେ ରଖି ଓଡ଼ିଶା ଅବକାରୀ ଆୟୁକ୍ତ ନରସିଂହ ଭୋଳ ଓ ନବରଙ୍ଗପୁର ଜିଲାପାଳ ଡକ୍ଟର କୋମଳ ଲୋଚନ ମିଶ୍ରଙ୍କ ନିର୍ଦ୍ଦେଶ କ୍ରମେ ଜିଲା ଅବକାରୀ ଅଧୀକ୍ଷକ ଅଭିରାମ ବେହେରାଙ୍କ ପ୍ରତକ୍ଷ୍ୟ ତତ୍ତ୍ଵାବଧାନରେ ଅବକାରୀ ବିଭାଗର ନବରଙ୍ଗପୁର ଜିଲା ଅବକାରୀ ନୀରିକ୍ଷକ ଭ୍ରାମ୍ୟମାଣ ଏବଂ ୟୁନିଟ୍‌ ଓ ଉମରକୋଟ ଓଆଇସି ଓ ଷ୍ଟାଫ ମାନଙ୍କ ସହ ସନ୍ଧ୍ୟା ସମୟରେ ଥାଟବେଡା ଅଂଚଳରେ ପ୍ରହରା କାର୍ଯ୍ୟ ସମ୍ପାଦନ କରୁଥିବା ସମୟରେ ଚଚା ପଟୁ ଝରିଗାଁ ଆଡ଼କୁ ଆସୁଥିବା ଏକ ଟାଟା ଟ୍ରକ୍ କୁ ଥାଟବେଡା ଛକରେ ସନ୍ଦେହ ହେବାରୁ ଅଟକାଇ ମହୁଲ ବାସ୍ନା ହେଉଥିବାରୁ ବିଧିମତେ ତଲାସ କରିବାରୁ ଟ୍ରକ୍ ମଧ୍ୟରୁ ୫୦୦ ମହୁଲ ବସ୍ତା ଜବତ ହୋଇଥିଲା। ଜବତ ମହୁଲ ର କୌଣସି କାଗଜ ପତ୍ର ଦେଖେଇ ପାରିନଥିଲେ ଡ୍ରାଇଭର ।ଜବତ ବସ୍ତା ର ମୋଟ ପରିମାଣ ୧୭୫୦୦ କିଗ୍ରା ଜବତ ମହୁଲ ର କୌଣସି କାଗଜ ପତ୍ର ଦେଖେଇ ନ ପାରିବାରୁ ଦୁଇ ଜଣକୁ ଗିରଫ କରି ମାନ୍ୟବର କୋର୍ଟ କୁ ଚାଲାଣ କରାଯାଇଥିଲା । ଡ୍ରାଇଭର ମହେଶ୍ୱର କୁମାର ନାଗେଶ ଓ ହେଲ୍ପର ଭୂପେନ୍ଦ୍ର ଧୃୱ୍ ଡ୍ରାଇଭର ଓ ହେଲପର ହେଲେ ଛତିଶଗଡ଼ ରାଜ୍ୟର ଗରିଆ ବନ୍ଦ ଜିଲା ର ବୃନ୍ଦାବନଗଡ ଅଞ୍ଚଳ ର ବୋଲି ଜଣାପଡ଼ିଛି । ଜବତ ମହୁଲ କୁ ଉମରକୋଟ ର ଲାଇସେନ୍ସ ପ୍ରାପ୍ତ ଦେଶୀ ମଦଭାଟି କୁ ଜିମା ରେ ହସ୍ତାନ୍ତର କରାଯାଇଛି । ଅଭିଯୁକ୍ତ କହିବା ନୁସାରେ ମହୁଲ ବେଆଇନ ବାଝେଇ ଟ୍ରକ୍ ଛତିଶଗଡ ରାଜ୍ୟ କୁ ଯାଉଥିଲା ଟ୍ରକ୍ ଟି କୁ ଜବତ କରି ଉମରକୋଟ ଅବକାରୀ କାର୍ଯ୍ୟାଳୟରେ ରେ ରଖାଯାଇଥିବା ବେଳେ ।ଏହାର ତଦନ୍ତ ଚାଲିଛି । ଜବତ ମହୁଲ ର ବଜାର ମୂଲ୍ୟ ପ୍ରାୟ ୭ ଲକ୍ଷ୍ୟ ଟଙ୍କା ହେବ ବୋଲି ଜଣାପଡ଼ିଛି। ଏତେ ପରିମାଣରେ ମହୁଲକୁ ଜବତ କରିବା ଉମରକୋଟ ଅବକାରୀ ବିଭାଗର ଏକ ସର୍ବ କାଳୀନ ରେକର୍ଡ ବୋଲି ଜଣାପଡ଼ିଛି। ଏହି ଚଢ଼ାଉ ବେଳେ ନବରଙ୍ଗପୁର ଜିଲା ଅବକାରୀ ମୋବାଇଲ ୟୁନିଟର ଇନ୍ସପେକ୍ଟର ବି. ମଣ୍ଡଳ, ଏସ.ଆଇ ବିଙ୍ଗରାଜ ଦାମୀ , ମୋବାଇଲ ୟୁନିଟ, ଉମରକୋଟ ଅବକାରୀ ଇନ୍ସପେକ୍ଟର ରଂଜୁଲତା ବାରିକ, ଅବକାରୀ ଥାନାର ଓଆଇସି ତିଳକ ରାମ ନାୟକ, ଉମରକୋଟ ଅବକାରୀ ଥାନାର ଏଏସଆଇ ମାଖନ ହାଲଦାର, ଅବକାରୀ କନେଷ୍ଟବଳ ସୁବାଷ ଗୌଡ଼, ଦେବାଶିଷ ଦାସ, ଅନନ୍ତ ମଲିକ, ପ୍ରସାଦ ବଳବନ୍ତ ର।ୟ, ମହେନ୍ଦ୍ର ଭତ୍ରା ପ୍ରମୁଖ ଉପସ୍ଥିତ ଥିଲେ।। (ଏମ୍.ଦିନା°ଶୁ ଆଚାରୀ)