May 19, 2024

ବେହେଡା କ୍ଲଷ୍ଟରରେ ଆମ ସଂସ୍କୃତି ଆମ ଖେଳନା କର୍ମଶାଳା ଅନୁଷ୍ଠିତ….

Share

ଉମରକୋଟ:-୦୬/୦୫/୨୦୨୪:-ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଅଧୀନରେ ଥିବା ଆଞ୍ଚଳିକ ସାଧନ କେନ୍ଦ୍ର ବେହେଡା ଆନୁକୂଲ୍ୟରେ ନୂଆଗୁଡା ପ୍ରାଥମିକ ବିଦ୍ୟାଳୟଠାରେ ଦୁଇଦିନ ଧରି ” ଆମ ସଂସ୍କୃତି ଆମ ଖେଳନା ” କର୍ମଶାଳା ଅନୁଷ୍ଠିତ ହୋଇଯାଇଛି l
କର୍ମଶାଳାର ପ୍ରଥମ ଦିବସରେ ସିଆରସିସି ବିଷ୍ଣୁ ପ୍ରସାଦ ସାହୁ ପ୍ରଦୀପ ପ୍ରଜ୍ବଳନ କରି ଏହାର ଶୁଭ ଉଦଘାଟନ କରିଥିଲେ l ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିମଲ ବାରୋଇ ସ୍ୱାଗତ ଭାଷଣ ଦେଇଥିବାବେଳେ କର୍ମଶାଳାର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବିଷୟରେ ଟୁଟୁବାବୁ ପଟ୍ଟନାୟକ ମତବ୍ୟକ୍ତ କରିଥିଲେ l
ତତ୍ପରେ ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ଶିକ୍ଷକ, ଶିକ୍ଷୟିତ୍ରୀବୃନ୍ଦ କାଗଜ, ସୋଲ, ସ୍କେଚ ପେନ ଆଦି ବ୍ୟବହାର କରି ଅଳ୍ପ ଅର୍ଥ ବିନିଯୋଗରେ ଆକର୍ଷଣୀୟ ଶିକ୍ଷଣ ସାମଗ୍ରୀ ଶିକ୍ଷାର୍ଥୀଙ୍କ ନିମନ୍ତେ ପ୍ରସ୍ତୁତ କରିଥିଲେ, ଯାହାଦ୍ୱାରା ପ୍ରତି ବିଦ୍ୟାଳୟର ଶୈକ୍ଷିକ ଭିତ୍ତିଭୂମି ସୁଦୃଢ ହୋଇପାରିବ l
ଦ୍ୱିତୀୟ ଦିବସରେ ପୁଣି କେତେକ ଉପାଦେୟ, ଆକର୍ଷଣୀୟ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତ ହୋଇଥିଲା l
ସାଧନ କର୍ମୀ ଭାବେ ମିହିର ଦାଶ,ପଦ୍ମାବତୀ ପରଜା,ନିର୍ମଳ ଗାନ୍ଧୀ, ପ୍ରଦୀପ ସାମଲ, ନୀଳକଣ୍ଠ ଚମ୍ପତ୍ତି, ଯଶୋବନ୍ତ ଦେ,ଲକ୍ଷ୍ମଣ ଭତ୍ରା, ରାଇଧର ଭତ୍ରା, ରମେଶ ଚନ୍ଦ୍ର ଓଝା, ବିଶ୍ୱଜିତ ପଟ୍ଟନାୟକ,ମୀନାରାଣୀ ସିପକା ପ୍ରମୁଖ ଉପସ୍ଥିତ ଥିବାବେଳେ ନିମାଇଁ ବିଶ୍ୱାସ, ସଞ୍ଜୟ କୁମାର ସାମଲ, ଫନିନ୍ଦ୍ର ଗାଇନ, ସୁରେଶ ଚନ୍ଦ୍ର ପଣ୍ଡା, ଲକ୍ଷ୍ମଣ ସରକାର, ତ୍ରିନାଥ ଝାଙ୍କର, ଅନ୍ଧାରୁ ଗଣ୍ଡ, ମୂରଲୀଧର ଭତ୍ରା, ନିରଞ୍ଜନ ସର୍ଦ୍ଦାର, ସନତରାମ ଗଣ୍ଡ, ରାଜକୁମାର ଦାସ, ସୁବ୍ରତ ସରକାର ସକ୍ରିୟ ସହଯୋଗ ପ୍ରଦାନ କରିଥିଲେ l କ୍ଲଷ୍ଟର ତରଫରୁ ସମସ୍ତଙ୍କୁ “ପ୍ରଶଂସା ପତ୍ର “ଦିଆଯାଇ ସମ୍ମାନିତ କରାଯାଇଥିଲା l ପରିଶେଷରେ, ବିମଲ ବାରୋଇ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l(ଏମ୍.ଦିନା°ଶୁ ଆଚାରୀ)