May 18, 2024
Share

 

୧-ଚିକିତ୍ସା କ୍ଷେତ୍ରରେ ପୁଣି ଇତିହାସ ରଚିଲା କଟକ ଏସସିବି,କଟକ ବଡ଼ ମେଡିକାଲରେ ଯକୃତ ପ୍ରତିରୋପଣ ସଫଳ।

୨-ଆଜି ଓଡିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି,ବିମାନବନ୍ଦର ଠାରୁ ରାଜଭବନ ପର୍ଯ୍ୟନ୍ତ ସୁରକ୍ଷା ବ୍ୟବସ୍ଥା ହେବ କଡାକଡି।

୩-୫ ଆସନ ପାଲଟିଛି ସମ୍ମାନର ଆସନ: ସମ୍ବଲପୁର, ବ୍ରହ୍ମପୁର, କଟକ, ପୁରୀ ଭୁବନେଶ୍ୱର ଉପରେ ବିଜେଡି ଓ ବିଜେପିର ଫୋକସ।

୪-ଓଡ଼ିଶାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ: ୪ ଲୋକସଭା ଆସନରେ ୩୭ ପ୍ରାର୍ଥୀ, ୧୭ ଜଣ କୋଟିପତି।

୫-ଏନଏସଆଇସିର ପ୍ରଥମ ଓଡ଼ିଆ ଅଧ୍ୟକ୍ଷ ଏବଂ ପ୍ରବନ୍ଧ ନିର୍ଦେଶକ ଭାବେ ଡ. ଶୁଭ୍ରାଂଶୁ ଶେଖର ଆଚାର୍ଯ୍ୟଙ୍କ ଦାୟିତ୍ବ ଗ୍ରହଣ ।

୬-ରାଜ୍ୟରେ ଆରମ୍ଭ ହୋଇଛି କଲରାପତରିଆ ବାଘ ଗଣନା,ଗଣନା ପ୍ରକ୍ରିୟା ପ୍ରାୟ ୪୦ ଦିନ ପର୍ଯ୍ୟନ୍ତ ଚାଲିବ।

୭-ନବରଙ୍ଗପୁର; ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ଭଲ ହୋଇଛି କି ,ଜନତାଙ୍କୁ ପଚାରିଲେ ନବୀନ।

୮-ଭୁବନେଶ୍ୱର:ଡିଏଲଇପିସି ପାଇଁ ୩୦୬୭ ଛାତ୍ରଛାତ୍ରୀ ମନୋନୀତ।

୯-ଭୁବନେଶ୍ୱର:ଆକ୍ସନ ମୋଡରେ ନିର୍ଵାଚନ କମିଶନ,ଅଫସର ଥରହର, ନେତାଙ୍କ ଛାତି ଧକଧକ।

୧୦-ଶ୍ରୀଲିଙ୍ଗରାଜଙ୍କ ଚନ୍ଦନଯାତ୍ରା,୧୨ଟାରେ ଦିଅଁଙ୍କ ନୀତି,୫ଟାରେ ଯାତ୍ରା।

୧୧-ନିମାପଡ଼ା ବିଜେଡିରେ କମ୍ପନ, ସମୀରଙ୍କ ପ୍ରାର୍ଥୀତ୍ୱ ପୁନର୍ବିଚାର ପ୍ରତିବାଦରେ ସମୂହ ଇସ୍ତଫା।

୧୨-ବାଙ୍କୀ:ଅବକାରୀ ଚଢ଼ାଉ, ୧୪୮୦ ଲିଟର ଚୋରା ଦେଶୀମଦ ଜବତ।

୧୩-ଜୟ ନାରାୟଣ ପୁରୀ ଲୋକସଭାରୁ କଂଗ୍ରେସର ନୂଆ ପ୍ରାର୍ଥୀ, ସକାଳେ ଟିକେଟ୍ ଫେରାଇଥିଲେ ସୁଚରିତା।

୧୪-ଶୁଖି ଯାଉଛି କେନ୍ଦ୍ରାପଡା ପାଟକୁରାର ଜୀବନରେଖା । ଶୁଖିଲା ପଡିଛି ଚତ୍ରୋତ୍ପଳା ନଦୀ ପଠା,ଜୀବିକା ହରାଇ ଚିନ୍ତାରେ ଚାଷୀ।

୧୫-ଓଡିଶା; ଷ୍ଟାର ପ୍ରଚାରକ ତାଲିକା ଦେଲା କଂଗ୍ରେସ, ସୋନିଆ, ରାହୁଲ, ପ୍ରିୟଙ୍କା,ଖଡଗେ, ରେବନ୍ତ ରେଡ୍ଡୀ, ଭୂପେଶ ବଘେଲ, ସଚିନ ପାଇଲଟ ତାଲିକାରେ ରହିଛନ୍ତି।

୧୬-ଭୁବନେଶ୍ୱର:ଆଜି ନିଟ୍, ଅପରାହ୍ନ ୨ଟାରୁ ୫ଟା ୨୦ ପର୍ଯ୍ୟନ୍ତ ପରୀକ୍ଷା।

୧୭-ରିଲ୍ସ ନିଶାରେ ଜୀବନ ଗଲା: ରାଉରକେଲା ବ୍ରାହ୍ମଣୀ ତାର୍କେରା ପମ୍ପ ହାଉସ ନଦୀ କୂଳରେ ରିଲ ସୁଟିଂ କରୁଥିବାବେଳେ ପଥର ଉପରୁ ଖସିଗଲା ଗୋଡ।

୧୮-ଜମ୍ମୁ-କଶ୍ମୀରର ପୁଞ୍ଚରେ ଆତଙ୍କୀ ଆକ୍ରମଣ: ବାୟୁସେନା ଯବାନଙ୍କ ଗାଡି ଉପରକୁ ଆତଙ୍କବାଦୀଙ୍କ ଗୁଳିମାଡ, ଆକ୍ରମଣରେ କିଛି ଯବାନ ଆହତ ସୂଚନା।

୧୯-IPL:ବେଙ୍ଗାଲୁରୁରେ ଗର୍ଜିଲା ଡୁପ୍ଲେସିସ୍‌ଙ୍କ ବ୍ୟାଟ୍: RCBର ହାଟ୍ରିକ ବିଜୟ।

୨୦-ବେଙ୍ଗାଳୁରୁ:ଅପହରଣ ମାମଲାରେ ଏଚ୍.ଡି.ରେଭନ୍ନାଙ୍କୁ ଗିରଫ କଲା SIT, କୋର୍ଟରେ ଅଗ୍ରୀମ ଜାମିନ ନିବେଦନ ଖାରଜ।