May 18, 2024

ହାୱା ମୈଦାନ ପାଖରେ କାହିଁକି ସଂକୁଚିତ ହୋଇ ରହିଯାଇଛି ରାସ୍ତା ର ପ୍ରଶାସ୍ତିକରଣ କାର୍ଯ୍ୟ, ଦାୟୀ କିଏ : ସୂର୍ଯ୍ୟ ପାଣିଗ୍ରାହୀ, ବିଜେପି ବରିଷ୍ଠ ନେତା ..

Share


କାହାର ଚାପରେ ଜେଲ ଛକ ରୁ ଚାରଭାଟି ଛକ ମଝିରେ ରାସ୍ତା ପ୍ରଶାସ୍ତିକରଣ କାର୍ଯ୍ୟ ଅଟକି ଯାଇଛି, ଶୀଘ୍ର ସମାଧାନ ପାଇଁ ଦାବୀ : ସୂର୍ଯ୍ୟ ପାଣିଗ୍ରାହୀ, ବରିଷ୍ଠ ବିଜେପି ନେତା ll
ସମ୍ବଲପୁର /ତା. 03/04/24
ସମ୍ବଲପୁର ସହର ର ଯେଭଳି ଭାବରେ ଜନସଂଖ୍ୟା ବଢିବା ସାଥିରେ ଯାନବାହାନ ସଂଖ୍ୟା ବଢ଼ିବାରେ ଲାଗିଛି, ସେହି ଦୃଷ୍ଟି ରୁ ସହରର ରାସ୍ତା ଗୁଡିକର ପ୍ରଶାସ୍ତିକରଣ ର ଆବଶ୍ୟକତା ରହିଛି l ସେହି ଦୃଷ୍ଟିରୁ ସମ୍ବଲପୁର ର ଏକ ମୁଖ୍ୟ ରାସ୍ତା ଧନୁପାଲି ଛକ ରୁ ଜେଲଛକ ରାସ୍ତା ର ପ୍ରଶାସ୍ତି କରଣ ତଥା ଦୁଇ ଥାକିଆ ରାସ୍ତା ନିର୍ମାଣ ହେବା ସ୍ୱାଗତ ଯୋଗ୍ୟ ପଦକ୍ଷେପ ବୋଲି ବିଜେପି ର ବରିଷ୍ଠ ନେତା ସୂର୍ଯ୍ୟ ପାଣିଗ୍ରାହୀ ଏକ ପ୍ରେସ ବିବୃତି ରେ ପ୍ରକାଶ କରିଛନ୍ତି l କିନ୍ତୁ ବର୍ଷବ୍ୟାପୀ ଏହି ରାସ୍ତା ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇନପାରିବା ଦୁର୍ଭାଗ୍ୟଜନକ ବିଷୟ ବୋଲି ଶ୍ରୀ ପାଣିଗ୍ରାହୀ ଉଦବେଗ ପ୍ରକାଶ କରିଛନ୍ତି l ଜିଲ୍ଲା ପ୍ରଶାସନ ତଥା ପୂର୍ତ୍ତ ବିଭାଗ ଓ ସମ୍ବଲପୁର ମହାନଗର ନିଗମ କର୍ତ୍ତୃପକ୍ଷ ଙ୍କୁ ଶ୍ରୀ ପାଣିଗ୍ରାହୀ ପ୍ରଶ୍ନ କରିଛନ୍ତି ଯେ, ରାସ୍ତା ନିର୍ମାଣ ସମୟରେ ଜମି ଅଧିଗ୍ରହଣ ବେଳେ ଟି.ଭି.ଏସ. ସୋ ରୁମ ର ସିଡ଼ି ରାସ୍ତା ଭାଙ୍ଗି ଦିଆଗଲା, ଇଣ୍ଡିଆ ବଜାର ର ରାସ୍ତା ତଥା ଅନେକ ଘର ଭାଙ୍ଗି ଦିଆଗଲା କିନ୍ତୁ, କାହାର ଚାପରେ କି କାହାର ନିର୍ଦେଶ ରେ ଟି.ଭି.ଏସ. ସୋରୁମ ଓ ସି.ଆର.ପି.ଏଫ. ମଝିରେ ଥିବା ଜମି ମାଲିକ ଙ୍କର ବାଉଣ୍ଡ୍ରି କାହିଁକି ଭଙ୍ଗା ଯାଉନି କି ଜମି ଅଧିଗ୍ରହଣ ବି କରାଯାଉନି l ଯେଉଁଥି ପାଇଁ ରାସ୍ତା ନିର୍ମାଣ ମଧ୍ୟ ଅଟକି ଯାଇଛି ଏବଂ ସଂକୁଚିତ ହୋଇ ଯାଇଛି, ଯଦ୍ୱାରା ବଡ଼ବଡ଼ ଯାନବାହନ ଗଲା ସମୟରେ ରାସ୍ତା ଦୁର୍ଘଟଣା ର ସମ୍ଭାବନା ସୃଷ୍ଟି ହେଉଛି ବୋଲି ଶ୍ରୀ ପାଣିଗ୍ରାହୀ ଚିନ୍ତାପ୍ରକଟ କରିଛନ୍ତି l
ଏହି ବିଷୟକୁ ନେଇ ଶ୍ରୀ ପାଣିଗ୍ରାହୀ ଅବିଳମ୍ବେ ଗୁରୁତ୍ୱ ର ସହ ବିଚାର କରି ସମସ୍ୟା ର ସମାଧାନ କରିବାକୁ ଶ୍ରୀ ପାଣିଗ୍ରାହୀ ପ୍ରଶାସନ ପାଖରେ ଦାବୀ ଉପସ୍ଥାପନ କରିଛନ୍ତି l ଏହାର ତୁରନ୍ତ ସମାଧାନ ନ କଲେ ଯଦି ଆଗାମୀ ଦିନରେ ରାସ୍ତା ର ଏହି ନିର୍ଦ୍ଧିଷ୍ଟ ସ୍ଥାନରେ ଏକ ସାଙ୍ଘାତିକ ମୋଟର ଦୁର୍ଘଟଣା ସାଙ୍ଘଟିତ ହୁଏ ତାହେଲେ ସେଥିପାଇଁ ଜିଲ୍ଲା ପ୍ରଶାସନ ଦାୟୀ ରହିବେ ବୋଲି ଶ୍ରୀ ପାଣିଗ୍ରାହୀ ଏହି ପ୍ରେସ ବିବୃତି ପ୍ରକାଶ କରିଛନ୍ତି l