May 18, 2024

ୟାଲା କୋଣ୍ଡା ବାବୁଙ୍କ ପାଇଁ ବଞ୍ଚିଲେ ମା ଓ ଶିଶୁ

Share


ରାୟଗଡା : ମାନବ ସେବା ହିଁ ଭଗବାନ ଙ୍କ ସେବା ଏହି ମାନବ ସେବା କରିଦେଖାଇଛନ୍ତି ରାୟଗଡା ସହର ର ବିଶିଷ୍ଠ ସମାଜସେବୀ, ବରିଷ୍ଠ ବିଜେଡି ସଂଗଠକ ତଥା ରାୟଗଡା ଟ୍ରକ ମାଲିକ ସଂଘ ସଭାପତି ୟାଲା କୋଣ୍ଡା ବାବୁ l ସୂଚନା ଯୋଗ୍ୟଯେ ବିଜେଡିର ବରିଷ୍ଟ ସଙ୍ଗଠକ ଶ୍ରୀ ଯୁକ୍ତ ୟାଲ୍ଲା କୋଣ୍ଡା ବାବୁ ଆଜି ଟିକିରିରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ପ୍ରଚାର କାର୍ଯ୍ୟକ୍ରମ ରେ ଯୋଗଦେଇ ରାୟଗଡା ଫେରୁଥିବା ବେଳେ ଜାପାଖାଲ୍ ନିକଟରେ କୌଣସି ଏକ ଅଜଣା ଗାଡି ସହିତ ଦୁର୍ଘଟଣାଗ୍ରସ୍ତ ହୋଇ ତଳେ ପଡିଥିବା ମହିଳା ଏବଂ ଶିଶୁ ଙ୍କୁ ଦେଖି ଘଟଣା ସ୍ଥଳରେ ରହି ନିଜ ଗାଡ଼ିରୁ ଉଲ୍ଲାହିଁ ସେମାନଙ୍କୁ ପ୍ରଥମେ ରାୟଗଡା ଜିଲ୍ଲା ଚିକିତ୍ସାଳୟକୁ ଚିକିତ୍ସା କରିବା ସହିତ ସେମାନଙ୍କ ଟିକିରି ଗ୍ରାମରେ ତାଙ୍କ ବାସଭବନରେ ଶୁରୁଖୁରୁରେ ପହଞ୍ଚାଇ ମାନବିକତାଦେଖାଇଥିଲେ।
ସୂଚନା ଯୋଗ୍ୟଯେ ଆଜି ମୁଖ୍ୟମନ୍ତ୍ରୀ ଙ୍କ ନିର୍ବାଚନୀ ସଭା ନିମନ୍ତେ ରାୟଗଡା ରୁ ବିଜେଡି ର ଜ଼ିଲ୍ଲା ଓ ରାଜ୍ୟସ୍ତରୀୟ ପଦାଧିକାରୀ ଙ୍କ ସମତେ ବିଜେଡି ଦଳ ରୁ ନିର୍ବାଚିତ ଜନ ପ୍ରାତିନିଧି, ବିଧାୟକ, ମନ୍ତ୍ରୀ, ରାୟଗଡା ବିଧାୟକ ନିର୍ବାଚନ ମଣ୍ଡଳୀର ବିଜେଡି ର ସହ ପ୍ରଭାରୀ ସମସ୍ତେ ଦୁର୍ଘଟଣା ସ୍ଥଳ ଜପାଖାଲ ରାସ୍ତା ଦେଇ ଫେରିଥିଲେ କିନ୍ତୁ ନିଜର ମାନବିକତା ଭୁଲି ଦୁର୍ଘଟଣା ଗ୍ରସ୍ତ ମହିଳା ଓ ଶିଶୁ ଙ୍କୁ ଦେଖି ନ ଦେଖିଲା ପରି ଚାଲିଗଲେ ବୋଲି ସ୍ଥାନୀୟ ଅଧିବାସୀ ପ୍ରକାଶ କରିଛନ୍ତି l ମୁଖ୍ୟମନ୍ତ୍ରୀ ଙ୍କ ନିର୍ବାଚନୀ ସଭାରେ ଭୋଟ ପାଇଁ ଜନସାଧାରଣ ଙ୍କ ସାମ୍ନାରେ ସଭାସ୍ଥଳ ରେ ମଞ୍ଚଉପରୁ ଭୋଟ ପାଇଁ ମୁଣ୍ଡିଆ ମାରି ଭୋଟ ଭିକ୍ଷା କରି ଥିଲେ କିନ୍ତୁ ରାସ୍ତାରେ ଦୁର୍ଘଟଣା ଗ୍ରସ୍ତ ହୋଇ ପଡିଥିବା ବ୍ୟକ୍ତି ଙ୍କୁ ସାହାଯ୍ୟ ନ କରି ଚାଲିଯାଇଥିଲେ ବୋଲି ସ୍ଥାନୀୟ ବାସି ପ୍ରକାଶ କରିଛନ୍ତି l କିନ୍ତୁ କୋଣ୍ଡା ବାବୁ ଦୁର୍ଘଟଣା ଗ୍ରସ୍ତ ବ୍ୟକ୍ତି ଙ୍କୁ ଉଦ୍ଧାର କରି ତାଙ୍କରି ଛିକିତ୍ସା କରି ନିଜ ଗାଡ଼ିରେ ଟିକିରି ଗ୍ରାମରେ ପହଞ୍ଚାଇଥିବାରୁ ରାୟଗଡା ଜନସାଧାରଣ ତଥା ବିଜେଡି ରାଜ୍ୟସ୍ତରୀୟ ନେତା କୋଣ୍ଡା ବାବୁ ଙ୍କ ମହତ କାମ ପାଇଁ ଅଭିନନ୍ଦନ ଓ ସ୍ୱାଗତ କରିଛନ୍ତି l
(ରାୟଗଡା ରି ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ)