April 23, 2026

ଓଡିଆ ପକ୍ଷ ପାଳନ ଅବସରରେ କୋରାପୁଟରେ ଐତିହ୍ୟ ଗଣଦୌଡ଼ 

IMG-20260405-WA0039
Share

ଓଡିଆ ପକ୍ଷ ପାଳନ ଅବସରରେ କୋରାପୁଟ ସ୍ପୋର୍ଟସ କମ୍ପ୍ଲେକ୍ସ ଠାରେ ଐତିହ୍ୟ ଗଣଦୌଡ଼ ଅନୁଷ୍ଠିତ ହୋଇଯାଇଛି।କୋରାପୁଟ ଜିଲ୍ଲାପାଳ ମନୋଜ ସତ୍ୟୱାନ ମହାଜନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପତାକା ଦେଖାଇ ଗଣଦୌଡ଼ ପ୍ରତିଯୋଗିତାର ଶୁଭାରମ୍ଭ କରିଥିଲେ।ଏଥିରେ ବରିଷ୍ଠ,ଭିନ୍ନକ୍ଷମ,ପୁରୁଷ ଓ ମହିଳା ମାନେ ଭାଗ ନେଇଥିଲେ। କୃତୀ ପ୍ରତିଯୋଗୀମାନଙ୍କୁ ପ୍ରମାଣପତ୍ର ଏବଂ ପୁରସ୍କାର ମୁଖ୍ୟ ଅତିଥି ଓ ଅନ୍ୟ ଅତିଥିମାନଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା। ବରିଷ୍ଠ ବିଭାଗରେ ତ୍ରିନାଥ ଗୁରୁ ,ବଳରାମ ପ୍ରଧାନ ଓ ସରୋଜ କୁମାର ରଥ ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଏବଂ ତୃତୀୟ ସ୍ଥାନ ଅଧିକାର କରିଥିଲେ। ଭିନ୍ନକ୍ଷମ ବିଭାଗରେ ରଞ୍ଜିତ ଭତ୍ରା(ପ୍ରଥମ),ଏ ମୁଦୁଲି(ଦ୍ବିତୀୟ) ଓ ପଦଲାମ ଚାପାଡି (ତୃତୀୟ),ପୁରୁଷ ବିଭାଗରେ ଜିପୁ କଦମସେଠ (ପ୍ରଥମ), ଶୁଭମ ସୁବୁଦ୍ଧି(ଦ୍ବିତୀୟ) ଓ ଅବଳା ସୁକ ମାଝୀ(ତୃତୀୟ) ଏବଂ ମହିଳା ବିଭାଗରେ ଅପରାଜିତା ଖିଲୋ (ପ୍ରଥମ), ବୈଶାଳୀ ବିଶୋଇ(ଦ୍ୱିତୀୟ) ଓ ଯମୁନା ବାହାଦୁର ତୃତୀୟ ସ୍ଥାନ ଅଧିକାର କରିଥିଲେ। କୋରାପୁଟ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ରଘୁରାମ ମାଛ ମୁଖ୍ୟ ଅତିଥି ଭାବେ ଯୋଗଦେଇ କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରିଥିଲେ। କୋରାପୁଟ ପୌର ପରିଷଦ ଅଧ୍ୟକ୍ଷ ଲଲାଟ ରଞ୍ଜନ ସେଠୀ ଓ ଡେପୁଟି କଲେକ୍ଟର ସୌରଞ୍ଜିତା ମାଝୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଜିଲ୍ଲା କ୍ରୀଡା ଅଧିକାରୀ ଜ୍ଞାନଜିତ ତ୍ରିପାଠୀ ଯୋଗଦେଇ ପରିଚାଳନା କରିଥିଲେ।କୋରାପୁଟ ଜ଼ିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ଉପାନ୍ତ ଖବର

You may have missed