April 23, 2026

ବିଶ୍ୱ ସ୍ୱାସ୍ଥ୍ୟ ଦିବସ ପୂର୍ବରୁ ମାଗଣା ପରଳ ଚକ୍ଷୁ ପରୀକ୍ଷା ଶିବିର*

IMG-20260405-WA0048
Share

ଏପ୍ରିଲ ୭ ତାରିଖରେ ପାଳିତ ହେବାକୁ ଯାଉଛି ବିଶ୍ୱ ସ୍ୱାସ୍ଥ୍ୟ ଦିବସ। ଏହି ଦିବସକୁ ନଜରରେ ରଖି ଆଜି ପାରଳାଖେମୁଣ୍ଡି ନିକଟସ୍ଥ ଯାଜପୁର ଗ୍ରାମବାସୀ ତଥା ହିଞ୍ଜିଳିକାଟୁର ସମରଝୋଳରେ ଅବସ୍ଥିତ ଶଙ୍କର ଚକ୍ଷୁ ଚିକିତ୍ସାଳୟ ଓ ବଜରଙ୍ଗ ଦଳର ମିଳିତ ସହଯୋଗରେ ଯାଜପୁରସ୍ଥିତ ଗ୍ରାମ ସରକାରୀ ବିଦ୍ୟାଳୟରେ ଏକ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି।

 

ଗଜପତି ଜିଲ୍ଲା ନ୍ୟାୟାଳୟର ଭାରପ୍ରାପ୍ତ କ୍ୟାଡ଼ର ପବ୍ଲିକ ପ୍ରସିକ୍ୟୁଟର ରାଜେଶ କୁମାର ମିଶ୍ର ତଥା ଶଙ୍କର ଚକ୍ଷୁ ଚିକିତ୍ସାଳୟର କ୍ୟାମ୍ପ ମ୍ୟାନେଜର ନଳିନୀକାନ୍ତ ରାଉତଙ୍କ ସଂଯୋଜନାରେ ତଥା ବଜରଙ୍ଗ ଦଳର ସମାଜସେବୀ କୈଳାଶ ଚନ୍ଦ୍ର ବିଶ୍ୱାଳଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ହେଉଥିବା ଏହି ଶିବିରରେ ଆଜି ୬୩ଜଣଙ୍କର ଚକ୍ଷୁ ପରୀକ୍ଷା କରାଯାଇଥିଲା। ସେଥିମଧ୍ୟରୁ ଆଖିର ପରଳ ଚିକିତ୍ସା ନିମନ୍ତେ ଆଜି ୧୯ଜଣ ବ୍ୟକ୍ତିବିଶେଷଙ୍କ ପରିବାରକୁ ଜଣାଇ ଉତ୍ତମ ଚିକିତ୍ସା ନିମନ୍ତେ ସେମାନଙ୍କୁ ବସ ଯୋଗେ ଶଙ୍କର ଚକ୍ଷୁ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଆଉ ଚିହ୍ନଟ ହୋଇଥିବା ବଳକା ବ୍ୟକ୍ତିବିଶେଷଙ୍କୁ ଆସନ୍ତା ୭ ତାରିଖ ମଙ୍ଗଳବାର ଦିନ ପୁଣି ଅଧିକ ଚିକିତ୍ସା ନିମନ୍ତେ ଉକ୍ତ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯିବା ନେଇ ଶ୍ରୀ ବିଶ୍ୱାଳ ସୂଚନା ଦେଇଛନ୍ତି।

 

ଆଜିର ଏହି ସେବା କାର୍ଯ୍ୟକୁ ସଫଳ କରିବା ନିମନ୍ତେ ଯଥାର୍ଥ ସାହାଯ୍ୟ ସହଯୋଗର ହାଥ ବଢାଇଥିଲେ ସମାଜସେବୀ ଡିଲେଶ୍ୱର୍ ବାରିକ, ହରିଶ୍ ଚନ୍ଦ୍ର ନାୟକ, ପୁର୍ଣ୍ଣ ଚନ୍ଦ୍ର ବରାଡ, ପୂର୍ବତନ ସେନା ବାହିନୀ ସଦସ୍ୟ ବାଲୁ ଜେନା ଏବଂ ଶିକ୍ଷକ ଶ୍ରୀ ମୋହନ ବାରିକ ପ୍ରମୁଖ। ସୂଚନାଯୋଗ୍ୟ, ଆଗକୁ ମଧ୍ୟ ଗଜପତି ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ପର୍ଯ୍ୟାୟ କ୍ରମେ ଏହିଭଳି ଶିବିର ଆୟୋଜନ କରାଯିବ ବୋଲି କ୍ୟାମ୍ପ ମ୍ୟାନେଜର ନଳିନୀକାନ୍ତ ରାଉତ ସୂଚନା ଦେବା ସହ ସମସ୍ତଙ୍କ ଉତ୍ତମ ସ୍ୱାସ୍ଥ୍ୟ କାମନା କରି ସମସ୍ତ ଗ୍ରାମବାସୀଙ୍କୁ ଧନ୍ୟବାଦ ଦେଇ ଏହି କାର୍ଯ୍ୟକ୍ରମକୁ ସମାପ୍ତ କରିଥିଲେ।

You may have missed