ରାମାୟଣ ଧାରାବାହିକର ଦୁର୍ଯ୍ୟୋଧନ ଫେରିଲେ ରାଣୀ ପଣ୍ଡାଙ୍କ ନାଟ୍ୟମଣ୍ଡପକୁ
ସମ୍ବଲପୁର,୦୫. ୦୪():ଓଡ଼ିଶାର ଯାତ୍ରା ପ୍ରେମୀଙ୍କ ପାଇଁ ଏକ ବଡ଼ ଖବର। ଯାତ୍ରା ମଞ୍ଚରେ ଏଣିକି ଦେଖିବାକୁ ମିଳିବ ବଲିଉଡର ଦମଦାର ଅଭିନେତା ପୁନିତ ଇସରଙ୍କ ଜଲୱା। ମହାଭାରତ ଧାରାବାହିକରେ ‘ଦୁର୍ଯ୍ୟୋଧନ’ ଭୂମିକାରେ ଅଭିନୟ କରି ସାରା ବିଶ୍ୱରେ ଘରେ ଘରେ ପରିଚିତ ହୋଇଥିବା ପୁନିତ ଏବେ ଓଡ଼ିଶାର ଗାଁ ଗାଁରେ ଯାତ୍ରା ପରିବେଷଣ କରିବେ।ଏଭଳି ଏକ ତାଜା ଖବର ରାଣୀ ପଣ୍ଡା ନିଜ ସୋସିଆଲ ମିଡ଼ିଆରେ ଛାଡି ଯାତ୍ରା ଜଗତରେ ନାଟ୍ୟମଣ୍ଡପ ଭଳି ଆଉ ଏକ ଯାତ୍ରା ଦଳ ଓଡିଶା ବଜାରରେ ଉଭା ହେଉଥିବା ଖବର ଦେଇଛନ୍ତି।
ଆସନ୍ତା ୨୦୨୬-୨୦୨୭ ଯାତ୍ରାବର୍ଷ ପାଇଁ ପୁନିତ ଇସରଙ୍କୁ ନିଜ ପାର୍ଟିରେ ସାମିଲ କରିଥିବା କହିଛନ୍ତି ନାଟ୍ୟମଣ୍ଡପ ର ମୁଖ୍ୟ ସତ୍ତାଧିକାରୀ ରାଣୀ ପଣ୍ଡା।ନିଜ ସୋସିଆଲ ମିଡିଆରେ ସେ ଏହି ସୂଚନା ଦେଇଛନ୍ତି। ପୂର୍ବରୁ ପୁନିତ ଇସର ଓଡ଼ିଆ ସିନେମାରେ ଅଭିନୟ କରି ଦର୍ଶକଙ୍କ ମନ ଜିଣିଥିବା ବେଳେ, ଏବେ ମଞ୍ଚ ଉପରେ ତାଙ୍କର ସିଧାସଳଖ ଅଭିନୟ ଓ ଭାରୀ ସଂଳାପ ଦର୍ଶକଙ୍କୁ ବେଶ ଆକର୍ଷିତ କରିବ ବୋଲି ଆଶା କରାଯାଉଛି।ତେବେ ଯାତ୍ରା ମଞ୍ଚରେ ସେ କେଉଁ ନାଟକରେ ଏବଂ କେଉଁ ଚରିତ୍ରରେ ଅବତୀର୍ଣ୍ଣ ହେବେ, ସେ ନେଇ ଏବେଠାରୁ ଦର୍ଶକଙ୍କ ମଧ୍ୟରେ ଉତ୍କଣ୍ଠା ପ୍ରକାଶ ପାଇଛି। ବଲିଉଡରୁ ଯାତ୍ରା ମଞ୍ଚକୁ ପୁନିତଙ୍କ ଏହି ଆଗମନ ଓଡ଼ିଶା ଯାତ୍ରା ଜଗତରେ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିବାକୁ ଯାଉଛି।
