May 19, 2024

କଂଗ୍ରେସ ର ପ୍ରଚାର ଆରମ୍ଭ ବରିଷ୍ଟ ନେତା ଅନୁପସ୍ଥିତ କର୍ମୀଙ୍କୁ ଏକଜୁଟ କିରିବାରେ ପ୍ରାର୍ଥି ବିଫଳ

Share

 

କୋରାପୁଟ ଜ଼ିଲ୍ଲା କୋଟପାଡ଼ ସହର ପ୍ରସିଦ୍ଧ ମାଁ ବ୍ରହ୍ମଣ ଦେଇ ମିନ୍ଦିର ପ୍ରାଙ୍ଗଣ ଠାରୁ କଂଗ୍ରେସ ଟିକଟ ପାଇ ଥିବା ନବରଙ୍ଗ ପୁ୍ର ଜ଼ିଲ୍ଲା ସଭାପତି ତଥା କଂଗ୍ରେସ ର ସାଂସଦ ପ୍ରାର୍ଥି ଭୁଜବଳ ମାଝୀ ଏବଂ ନବରଙ୍ଗ ପୁ୍ର ବାସିନ୍ଦା କୋଟପାଡ଼ ବିଧାୟକ ପ୍ରାର୍ଥି ଅନାମ ଦିଆନ ପୂଜା ପାଠ କରି ନିଜ ସମର୍ଥକ ଙ୍କ ସହ ପ୍ରଚାର ଆରମ୍ଭ କରିଥିବା ଜଣା ଯାଇଛି I ନିଜ ଗ୍ରାମ ତଥା ଜ଼ିଲ୍ଲା ରେ ଏ ବାବୁ ମାନଙ୍କ ବିରୋଧ ରେ କର୍ମୀ ଦଳ ରୁ ଇସ୍ତଫା ଦେଉ ଥିବା ବେଳେ କୋଟପାଡ଼ ରେ ସୁବେଛା ସହ ସମ୍ବର୍ଦ୍ଧନା କେତକ କୁଜି ନେତା ଟିକଟ ଘୋଷଣା ର ପାଞ୍ଚ ଦିନ ପରେ ପ୍ରଦାନ କରୁ ଥିବା ଖବର ଜାଣିବା ପରେ ଜନ ସାଧାରଣ ରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି I ଆମ ନିର୍ବାଚନ ମଣ୍ଡଳୀ ସମେତ ଆମ ଜ଼ିଲ୍ଲା ମାନ ସମ୍ମାନ ପାଇଁ ଦୃଷ୍ଟି ଦବାକୁ ହବ ନବରଙ୍ଗ ପୁ୍ର ଠାରେ ରହିଲେ ସାଂସଦ ତେଣୁ କୋଟପାଡ଼ ବିଧାନ ସଭା ସଦର ମହକୁମାର ପ୍ରାର୍ଥି କୁ ବିଧାୟକ କଲେ ଆମକୁ ବହୁ ସୁବିଧା ହେବ ନ ହେଲେ ସଞ୍ଜ ସକାଳେ ନବରଙ୍ଗପୁର ଧାଉଁ ଧାଉଁ ସମୟ ସରିଯିବ ତେଣୁ ଆଗ ମାଟି ତା ପରେ ପାର୍ଟି ଭଡା ଘର ନେଇ ଭୋଟ ହାତେଇବା ପ୍ରୟାସ ଜାରି ରଖି ଥିବା ପ୍ରାର୍ଥି ଙ୍କୁ ଜାଗ୍ରତ ବୋଲି ଆଜି ବୈଠକ କୁ ଯାଇଥିବା କର୍ମୀ ନିଜ ନାମ ଆତ୍ମ ଗୋପନ ରଖିବା ସର୍ତ ରେ ଗଣ ମାଧ୍ୟମ କୁ ସୂଚନା ପ୍ରଦାନ କରିଛନ୍ତି. ଆଜି ପର୍ଯ୍ୟନ୍ତ ତିନୋଟି ଆଶାୟୀ ପ୍ରାର୍ଥି ଙ୍କୁ ଏକତ୍ରିତ କରି ସମାଧାନ କରା ଯାଇ ନାହିଁ. ନିର୍ବାଚନ ମଣ୍ଡଳୀ ର ସମସ୍ତ ସକ୍ରିୟକର୍ମୀ ଙ୍କ ମତା ମତ ନିଆ ନ ଯାଇ ପ୍ରାର୍ଥି ଚୟନ କରା ଯାଇ ଥିବାରୁ ଅସନ୍ତୋଷ କୁହୁଳିବାରେ ଲାଗି ଥିବା ବେଳେ ମୁଷ୍ଟିମେୟ ନେତାଙ୍କ ସଭା ସମିତି ବୁଦ୍ଧି ଜୀବି ମହଲ ରେ ନିନ୍ଦା କରା ଯାଇଛି. ବହୁ ବରିଷ୍ଟ ନେତା ଓ ଆଶାୟୀ ପ୍ରାର୍ଥି ଏବଂ ସକ୍ରିୟ କର୍ମୀଙ୍କ ଉପସ୍ଥିତ ନ ଥିବାର ଦେଖିବା କୁ ମିଳିଥିଲା I ଅନ୍ୟ ମାନଙ୍କ ମଧ୍ୟ ରେ କେରଲା ର ସଂଜୀବ ବିଶୋଇ. ମନୋହର ବିଶୋଇ. ବୋରିଗୁମା ର ରାମ ପାଢ଼ୀ. ପିସିସି ସଭ୍ୟ ମଣି ପଟ୍ଟନାୟକ. ପ୍ରକାଶ ମହାନ୍ତି. ବି ଲାଚନା. ନିତିନ ଗୁପ୍ତା ରଙ୍ଗ ହୋତା. ସୁବାସ ମାଝୀ . କୁରମ ନାଥ ମାଝୀ ଙ୍କ ସମେତ ପ୍ରାର୍ଥି ଙ୍କ ସମର୍ଥକ ଉପସ୍ଥିତ ଥିବାର ଜଣା ଯାଇଛି I( କୋରାପୁଟ ଜିଲ୍ଳା ପ୍ରତିନିଧି ଶ୍ରୀ ହରିଶ କୁମାର ପଟନାୟକ ଙ୍କ ରିପୋର୍ଟ ଉପାନ୍ତ ଖବର)