May 19, 2024

ଦେଶୀ ମଦ ବିକ୍ରି ରେ ଅଭିଯୁକ୍ତ ଗିରଫ…

Share

ଅସ୍ତରଙ୍ଗ, ନିର୍ବାଚନ ଆଚରଣଵିଧି ଲାଗିବା ପରେ ଅସ୍ତରଙ୍ଗ ଅଞ୍ଚଳ ରେ ଦେଶୀ ମଦ ବ୍ୟବସାୟ ବୃଦ୍ଧି ପାଇବା ରେ ଲାଗିଛି । ଅସ୍ତରଙ୍ଗ ଅଞ୍ଚଳ ରେ ନଈଗୁଆଁ, ଓସ୍ତପୁର, ଆଳସାହି ଭିମାଛକ, ନଗର, ଅଠାତିରା, ଆଳଙ୍ଗପୁର, କାନମଣ ଆଦି ଅନେକ ସ୍ଥାନରେ ଚୋରା ଦେଶୀ ଓ ବିଦେଶୀ ମଦ ପ୍ରଚୁର ପରିମାଣ ରେ ବିକ୍ରି ହେଉଛି । ୪ତାରିଖ ସନ୍ଧ୍ୟା ୭.୩୦ ସମୟ ରେ ବିଶେଷ ସୂତ୍ର ରୁ ଖବର ପାଇ ଅସ୍ତରଙ୍ଗ ଥାନା ସବଇନିସପେକ୍ଟର ଦୀପକ ସାମନ୍ତସିଂହାର ଙ୍କ ନେତୃତ୍ୱ ରେ ଏକ ଟିମ୍ ଆଳାଙ୍ଗପୁର ସ୍ଥିତ ରାଜେନ୍ଦ୍ର ସାହାଣୀ (୫୮), ପିତା ସ୍ବର୍ଗତଃ ବିଶ୍ୱନାଥ ସାହାଣୀ ଙ୍କ ବ୍ୟବସାୟ ଅନୁଷ୍ଠାନ ଉପରେ ଚଢ଼ାଉ କରିଥିଲେ ଓ ରାଜେନ୍ଦ୍ର ସାହାଣୀ ଙ୍କୁ ପୋଲିସ ଗିରଫ କରିଥିଲା । ପାଞ୍ଚ ତାରିଖ ରେ ଅସ୍ତରଙ୍ଗ ପୋଲିସ ର ସୂଚନା ଅନୁଯାୟୀ ଉକ୍ତ ବ୍ୟକ୍ତି ନିକଟରୁ ଆସ୍କା-୪୦ଦେଶି , ୩୨ ଟି ବୋତଲ, ଯାହା ୬ଲିଟର ୪୦୦ ଜବତ କରାଯାଇଛି । ଉକ୍ତ ବ୍ୟକ୍ତି ର ଡାକ୍ତରୀ ମଇନା କରାଯିବା ସହ ୭୮/୨୪ ରେ ମାମଲା ୠଜୁ କରାଯାଇଛି । ଅଭିଯୋଗ କାରି ସବଇନିସପେକ୍ଟର ଦୀପକ ସାମନ୍ତସିଂହାର ଥିବା ବେଳେ ଏହି ମାମଲା ର ତଦନ୍ତକାରି ଅଧିକାରୀ ଏଏସଆଇ ଖଗେଶ୍ୱର କର ଅଛନ୍ତି। ,୫୨(ଏ ) ଓଡିଶା ଅବକାରୀ ଆଇନ ରେ ଆଜି ସକାଳ ୧୦ ଘଟିକା ରେ ଉକ୍ତ ବ୍ୟକ୍ତି କୁ କୋର୍ଟ ଚାଲାଣ କରାଯାଇଛି । କିନ୍ତୁ ଦୁର୍ଭାଗ୍ୟ ର କଥା ଆଳଙ୍ଗପୁର ରେ ଏହି ବ୍ୟବସାୟୀ ଜଣକ ବିଦେଶୀ ମଦ ପ୍ରଚୁର ପରିମାଣ ରେ ବିକ୍ରି କରୁଥିବା ଅନେକ ନଜିର ରହିଥିବା ବେଳେ ପୋଲିସ ର ଚଢ଼ାଉ ରେ କେବଳ ଦେଶୀ ଆସ୍କା-୪୦ ଜବତ ହୋଇଛି, ସେଥିପାଇଁ ଯାହା ଅନୁମାନ କରାଯାଉଛି ପୋଲିସ ର ଚଢ଼ାଉ ପୂର୍ବରୁ କୌଣସି ଉପାୟରେ ଚୋରା ବ୍ୟବସାୟୀ ଜାଣିପାରୁଛନ୍ତି ଯାହା ଫଳରେ କି ବିଦେଶୀ ଚୋରା ମଦ ପୋଲିସ ଠାବ କରିବାରେ ଅସମର୍ଥ ରହିଛି l
(ଦୁଃଶାସନ ନାୟକ,ଅସ୍ତରଙ୍ଗ)