May 19, 2024

ଖରିଡା ଗ୍ରାମରେ ପଞ୍ଚୁଦଣ୍ଡ ମହାମିଳନ, ଶ୍ରଦ୍ଧାଳୁଙ୍କ ମହାସମାବେଶ

Share


ବୁଗୁଡ଼ା : ତା ୦୫/୦୪/୨୪ : ବୁଗୁଡ଼ା ବ୍ଲକ ଅନ୍ତର୍ଗତ ଖରିଡା ଗ୍ରାମରେ ପଞ୍ଚୁଦଣ୍ଡ ମହାମିଳନ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପଙ୍କଳବାଡି , ଭାମଶିଆଳି , ବୁଗୁଡ଼ା , ଜିଲିବା ଓ ଜାଲଖାଇ ଆଦି ୫ଟି ଗ୍ରାମର ଦଣ୍ଡଯାତ୍ରା ଦଳର ଢୋଲ ବାଦ୍ୟର ତାଳେ ତାଳେ ପଞ୍ଚକାଳୀ , ପଞ୍ଚରୁଦ୍ର ଓ ପଞ୍ଚବର ମିଳିତ ହୋଇଥିଲା । ଏହି ମହାମିଳନକୁ ଦେଖିବା ଲାଗି ଆଖପାଖ ଅଞ୍ଚଳର ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାବେଶ ଦେଖିବାକୁ ମିଳିଥିଲା। ଦଣ୍ଡଯାତ୍ରା ଦଳଗୁଡିକର ଗ୍ରାମ ପରିକ୍ରମା କାଳରେ ପ୍ରତ୍ୟେକ ଘର ସମ୍ମୁଖରେ ପୂର୍ଣ୍ଣକୁମ୍ଭ ଦୃଶ୍ୟମାନ ହେବା ସହ ଗ୍ରାମରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା । ଏଥି ସହ ପଞ୍ଚ ଦଣ୍ଡଦଳର ଧୂଳିଦଣ୍ଡ , ପାଣିଦଣ୍ଡ , ଅଗ୍ନିଦଣ୍ଡ , ସନ୍ଧ୍ୟା ଆଳତି ଆଦି କାର୍ଯ୍ୟକ୍ରମରେ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ଶାନ୍ତି ଶୃଙ୍ଖଳା ରକ୍ଷା ନିମନ୍ତେ ପୋଲିସ ଫୋର୍ସ ମୁତୟନ ରହିଥିଲେ ।