June 24, 2026

ମୋହନା ଥାନାରେ ନୂତନ ଥାନା ଅଧିକାରୀ ବସନ୍ତ ସେଠୀ ଙ୍କ ଦାୟିତ୍ୱ ଗ୍ରହଣ

IMG-20230405-WA0014
Share

ଗଜପତି ଜିଲ୍ଲା ମୋହନା ଥାନାରେ ଆଜି ନୂତନ ଥାନା ଅଧିକାରୀ ଙ୍କ ଦାୟିତ୍ୱ ଗ୍ରହଣ କରିଛନ୍ତି।ସେ ପୂର୍ବରୁ ଗଞ୍ଜାମ ଜିଲ୍ଲା ର ଦିଗପହଣ୍ଡି ଓ ଗୋଳନ୍ଥରା ଥାନାରେ ବହୁ ବର୍ଷ ଧରି କାର୍ଯ୍ୟ କରି ସୁନାମ ଅର୍ଜନ କରିବା ସହ ଲୋକଙ୍କୁ ନ୍ୟାୟ ଦେଇ ଲୋକପ୍ରିୟ ହୋଇପାରିଥିଲେ।ସେ ଗତ ଦୁଇ ମାସ ପୂର୍ବେ ଗଜପତି ଜିଲ୍ଲାକୁ ବଦଳି ହୋଇ ଆସିଥିଲେ।ମୋହନା ଥାନାର ଥାନା ଅଧିକାରୀ ପ୍ରଶାନ୍ତ କୁମାର ନିଶିକା ଙ୍କୁ ଏସ. ପି. ସ୍ୱତୀ ଏସ. କୁମାର ଜିଲ୍ଲା ମୁଖ୍ୟାଳୟକୁ ବଦଳି କରି ନୂତନ ଭାବେ ଥାନା ଅଧିକାରୀ ଭାବେ ବସନ୍ତ କୁମାର ସେଠୀ ଙ୍କୁ ମୋହନା ରେ ନିଯୁକ୍ତି ଦେଇଛନ୍ତି।ଶ୍ରୀ ସେଠୀ ଏଠାରେ ଥାନା ଅଧିକାରୀ ଭାବେ ଦାୟିତ୍ୱ ଗ୍ରହଣ କରି ଆମ ପ୍ରତିନିଧି ଙ୍କ ସହ ଆଲୋଚନା କରି ଅଞ୍ଚଳର ଶାନ୍ତି ଶୃଙ୍ଖଳା ପ୍ରତି ଗୁରୁତ୍ୱ ଦେବେ ବୋଲି ପ୍ରକାଶ କରିଛନ୍ତି।