April 27, 2026

ଶେରଗଡ଼ରେ ସପ୍ତାହ ବ୍ୟାପି ଚାଲିଥିବା ଶ୍ରୀମଦ୍‌ ଭାଗବତ କଥାମୃତ ଉଦ୍‌ଯାପିତ ପଣ୍ଡିତ ଜଗନ୍ନାଥ ପଣ୍ଡାଙ୍କ ଦୀକ୍ଷାନ୍ତ ପ୍ରବଚନ

da623b5f-4cff-4510-a5be-388a696c0ca3
Share

ଶେରଗଡ଼,5/4 : ଈଶ୍ବରଙ୍କୁ ଜାଣିବା ଏବଂ ନିଷ୍ଠାର ସହିତ ଉପାସନା କଲେ ଭଗବତ୍‌ ପ୍ରାପ୍ତ ହୋଇପାରିବ ବୋଲି ଭାଗବତ ଭାସ୍କର ପଣ୍ଡିତ ଜଗନ୍ନାଥ ପଣ୍ଡା ମତ ଦେଇଛନ୍ତି ସ୍ଥାନୀୟ କଳିଙ୍ଗ ବୈଶ୍ୟ ସମାଜ ଗୃହ ଠାରେ ସପ୍ତାହ ବ୍ୟାପି ଚାଲିଥିବା ଶ୍ରୀମଦ୍‌ ଭାଗବତ କଥାମୃତ କାଯର୍‌ୟକ୍ରମରେ ଉଦବୋଧନ ଦେଇ ଶ୍ରୀ ପଣ୍ଡା କହିଲେ ମାନବୀୟ ଗୁଣବୃତ୍ତିର ବିକାଶ, ଈଶ୍ବରୀୟ ଚେତନାରେ ସାମାଜିକ ଶୃଙ୍ଖଳା ରକ୍ଷା କରିବା, ଗୃହେ ଗୃହେ ଭାଗବତ ଜ୍ଞାନ ବିତରଣ ଓ ପ୍ରସାର କରିବା ଆବଶ୍ୟକତା ରହିଛି ଗୌରାଙ୍ଗ ଚେତନାର ବିକାଶ, ଗୁରୁବାଦ, ଶାସ୍ତ୍ରବାଦ, ଏକେଶ୍ବରବାଦ, ଜନ୍ମାନ୍ତରବାଦ ପ୍ରତିଷ୍ଠା ଲାଭ କରିବା ପାଇଁ ଆହ୍ବାନ ଦେଇଥିଲେ
ଉଦଯାପନୀ ଦିବସରେ ବରିଷ୍ଠ ସାମ୍ବାଦିକ ତଥା ନବୀନର ସମ୍ପାଦକ ରବି ରଥ ପ୍ରଦୀପ ପ୍ରଜ୍ବଳନ କରି ଆଜିର ସମାଜରେ ଭାଗବତ ଚେତନାର ଆବଶ୍ୟକତା ରହିଛି ବୋଲି କହିଥିଲେ ଏହି ଅବସରରେ ବୃନ୍ଦାବନବାସୀ ସୁଚିତ୍ର ମହାରାଜ, ସତ୍ୟସାଇ ସଂଗଠନର ମୁଖ୍ୟ ମୁନା ଦାଶ, ବାବୁଲି ପାତ୍ର, ସମାଜସେବୀ ବଳରାମ ପାଢ଼ୀ କାଯର୍‌ୟକ୍ରମ ପରିଚାଳନାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ଶେରଗଡ଼ ବ୍ଲକ ଅଧ୍ୟକ୍ଷ କୃଷ୍ଣଚନ୍ଦ୍ର ନାୟକ, କଳିଙ୍ଗ ବୈଶ୍ୟ ସମାଜର ସଭାପତି ଅଶୋକ କୁମାର ପାତ୍ର, ପୂର୍ବତନ ସଭାପତି ବି. ଚେଇନି ପାତ୍ର, ସଭ୍ୟ ଏସ. କାମେଶ୍ବର ପୃଷ୍ଟି ପ୍ରମୁଖ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ ପ୍ରତ୍ୟହ ଶେରଗଡ଼ ସମେତ ଆଖପାଖ ଅଞ୍ଚଳର ହଜାର ହଜାର ଶ୍ରଦ୍ଧାଳୁଙ୍କ ନିମନ୍ତେ ଅନ୍ନଭୋଗ ବ୍ୟବସ୍ଥା ହୋଇଥିଲା

ବଳରାମ ପାଢ଼ୀ
ମୁଖ୍ୟ ଆୟୋଜକ