June 21, 2026

କାଶୀନଗର ଠାରେ ବିଜେଡି ଦଳର ପଦଯାତ୍ରା 

IMG-20241104-WA0027
Share

କାଶୀନଗର (ଅନନ୍ତ ଆପଟ )

ତା 4/11/24

ଆଜି ଗଜପତି ଜିଲ୍ଲା କାଶୀନଗର ଠାରେ ବ୍ଲକ ସ୍ତରୀୟ ବିଜେଡି ର ପଦଯାତ୍ରା ପ୍ରତି ବର୍ଷ ପରି ଚଳିତ ବର୍ଷ ଅନୁଷ୍ଠିତ ହୋଇଛି।

ଏହି ପଦଯାତ୍ରା କାଶୀନଗର ବ୍ଲକ ର ସୀତାପୁର ପଞ୍ଚାୟତ ପରେ ଖାରଡ଼ା, ହାଡୁଭାଙ୍ଗି, କୀଡୀଗାଁ ଦେଇ କାଶୀନଗର ଏନ ଏ ସି, ବୁଦୁରା ପଞ୍ଚାୟତ ପରେ ଗରିବନ୍ଧା ପଞ୍ଚାୟତ ମାନଙ୍କରେ ପଦଯାତ୍ରା କରିଥିଲେ.ଏହି ପଦଯାତ୍ରାରେ ନେତୃତ୍ଵ ନେଇଥିଲେ ବିଜେଡି ର ଜିଲ୍ଲା ସଭାପତି ଜଗବନ୍ଧୁ ଦାସ, ବିଶିଷ୍ଟ ନେତାଙ୍କ ମଧ୍ୟରେ ଥିଲେ ବିଜେଡି ର ଆଗଧାଡିର ନେତା ପାରଳା ବିଧାୟକ ରୁପେଶ ପାଣିଗ୍ରାହି, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜି. ତିରୁପତି ରାଓ, ରାଜ୍ୟ ସମ୍ପାଦକ ପ୍ରଦୀପ ନାୟକ, ପାରଳାଖେମୁଣ୍ଡି ପୌର ପରିଷଦ ଅଧ୍ୟକ୍ଷା ନିର୍ମଳା ସେଠି, ବ୍ଲକ ଅଧ୍ୟକ୍ଷା ବାଲା ସାଇ ଆମ୍ମା, ଏନ ଏ ସି ଉପାଧ୍ୟକ୍ଷ ରଘୁରାମ ସାହୁ ଙ୍କ ସମେତ ଜିଲ୍ଲା କର୍ମକର୍ତ୍ତା ଏବଂ ସରପଞ୍ଚ , ସମିତି ସଭ୍ୟ ସଭ୍ୟ ଙ୍କ ସହ ବହୁ କର୍ମୀ ସଙ୍ଗେ ମହିଳା, ଯୁବ ବିଜେଡି କର୍ମ କର୍ତ୍ତା ଏହି ପଦଯାତ୍ରା ରେ ଭାଗ ନେଇ ବିଜେପି ସରକାର ର ଅପାରଗତା, ମହିଳା ଙ୍କୁ ଠକି ଥିବା କହି ସରକାରଙ୍କୁ ସମାଲୋଚନା କରିଥିଲେ। ଏହା ସଙ୍ଗେ ଆଗାମୀ ଦିନରେ ପୁଣି ନବୀନ ସରକାର ନିଶ୍ଚୟ ଓଡ଼ିଶା ରେ ଶାସନ କରିବ ବୋଲି ପ୍ରକାଶ କରିଥିଲେ। ଜିଲ୍ଲା ସଭାପତି ନିଜ ବକ୍ତବ୍ୟରେ ମୋହନ ସରକାର ନିର୍ବାଚନ ସମୟରେ ଯେଉଁ ପ୍ରତିଶ୍ରୁତି ଦେଇଥିଲେ ସେ ଗୁଡ଼ିକ ପାଳନ କରିବା ନିମନ୍ତେ ଆଜିର ଦିନରେ ଲୋକଙ୍କୁ ସଚେତନ କରିବା ସହ ସରକାରଙ୍କ ନିକଟରେ ଦାବି କରିଥିଲେ।