June 21, 2026

ବାଲିପଦରରେ ଧର୍ମ ସଙ୍ଗଠନ ପ୍ରବଚନ ସମ୍ମିଳନୀ 

IMG-20241104-WA0025
Share

ବୁଗୁଡା : ତା ୦୪/୧୧/୨୪ : ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ଯ ବାଲିପଦର ମକର ପଡିଆଠାରେ ଧର୍ମ ଜାଗରଣ ସମିତି ପକ୍ଷରୁ ୨୧ତମ ଧର୍ମ ସଂଗଠନ ପ୍ରବଚନ ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି। ବିଭିନ୍ନ ଧର୍ମ ସଂଗଠନ ପକ୍ଷରୁ ଏଗାର ଜଣ ପ୍ରବଚକ ସମ୍ମିଳନୀରେ ଯୋଗଦେଇ ନିଜ ନିଜ ସଂସ୍ଥାର ନୀତି, ଆଦର୍ଶ ଓ ଦର୍ଶନ ତତ୍ତ୍ବର ବ୍ୟାଖ୍ୟା କରିଥିଲେ। ଗହଣ ଦଳ ପକ୍ଷରୁ ସର୍ଦ୍ଦାର ଲିଙ୍ଗରାଜ ଦାଶ ଯୋଗଦେଇ ଥିବାବେଳେ ସର୍ବଶ୍ରୀ ଗୋବିନ୍ଦ ନାହାକ (ସନାତନ ଧର୍ମ) , ରବୀନ୍ଦ୍ର ବେହରା (ଠାକୁର ଅନୁକୂଳ ଚନ୍ଦ୍ର), ବ୍ରହ୍ମା କୁମାରୀ ଶିବ କନ୍ଯା (ଓଁ ଶାନ୍ତି), ଆଚାର୍ଯ୍ୟ ସ୍ରୁ୍ୂତିପ୍ରିୟ(ଆର୍ଯ୍ୟ ସମାଜ), ସାଧୁ ପୂର୍ଣ୍ଣାନନ୍ଦ (ଅଲେଖ ମହିମା), ଆର.ଦୀନବନ୍ଧୁ (ସନ୍ଥ ନିରଙ୍କରୀ),ଗୌରୀ ପତି ଦାଶ(ସତ୍ୟସାଇ) ,ସିମାଞ୍ଚଳ ପାତ୍ର(ଗାୟତ୍ରୀ ପରିବାର) ,ଭାଗିରଥି ମହାପାତ୍ର (ଶ୍ରୀ ମା ଅରବିନ୍ଦ) ,ରାଜେନ୍ଦ୍ର କୁମାର ମହାରାଜ(ବୈଷ୍ଣବ ଧର୍ମ) ପ୍ରମୁଖ ଯୋଗଦେଇ ଉପସ୍ଥିତ ଶ୍ରଦ୍ଧାଳୁଙ୍କୁ ପ୍ରବଚନ ପ୍ରଦାନ କରିଥିଲେ । ପ୍ରକାଶ ଚନ୍ଦ୍ର ରଥଙ୍କ ପୌରହିତ୍ୟରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମକୁ ବି.ପ୍ରକାଶ ଚନ୍ଦ୍ର ପାତ୍ର ସଂଯୋଜନା କରିଥିବା ବେଳେ ବିଜୟ ଚନ୍ଦ୍ର ମହାରଣା ବାର୍ଷିକ ବିବରଣୀ ପାଠ କରିଥିଲେ। ପରିଶେଷରେ ବଂଶୀଧର ବିଷୋୟୀ ଧନ୍ଯବାଦ ଅର୍ପଣ କରିଥିଲେ।