April 28, 2026

ଷ୍ଟେଟ ଫରେଷ୍ଟ ସ୍ପୋର୍ଟସ୍ ମିଟ:ଲିଜି ମହାପାତ୍ରଙ୍କୁ ସ୍ବର୍ଣ୍ଣ ଏବଂ ରୌପ୍ଯ ପଦକ

IMG-20241004-WA0034
Share

ସମ୍ବଲପୁର, (ରାଜାରାମ ଷଡ଼ଙ୍ଗୀ):ଅନୁଗୁଲ ସ୍ଥିତ ଓଡିଶା ବନରାଜିକ ମହା ବିଦ୍ୟାଳୟର ଗ୍ରାଉଣ୍ଡରେ ଦୁଇଦିନ ଧରି ଚାଲିଥିବା ରାଜ୍ୟସ୍ତରୀୟ ଫରେଷ୍ଟ ସ୍ପୋର୍ଟସ୍ ମିଟର ଡିସକସ୍-ଥ୍ରୋ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରି ସ୍ଵର୍ଣ୍ଣପଦକ ଏବଂ ହାମର୍-ଥ୍ରୋ ପ୍ରତିଯୋଗିତା ରେ ଦ୍ବିତୀୟ ସ୍ଥାନ ଅଧିକାର କରି ରୌପ୍ଯ ପଦକ ହାସଲ କରିଛନ୍ତି ବରଗଡ ଜିଲ୍ଲା ଗାଇସିଲେଟ ବ୍ଲକ ଅନ୍ତର୍ଗତ ଗୁଦେରପାଲି ଗାଁର ଦେବତା ପରିବାର ର ବହୂ ତଥା ସାମ୍ବାଦିକ ରିଙ୍କୁ ଦେବତାଙ୍କ ସ୍ତ୍ରୀ ବନରକ୍ଷୀ ଲିଜି ମହାପାତ୍ର। ବର୍ତ୍ତମାନ ଶ୍ରୀମତୀ ମହାପାତ୍ର ପଦ୍ମପୁର ବନାଞ୍ଚଲରେ କାର୍ଯ୍ଯରତ ଅଛନ୍ତି।ଏହି କ୍ରୀଡା ପ୍ରତିଯୋଗିତାରେ ରାଜ୍ୟର ମୋଟ ୧୨୩ଟି ବନଖଣ୍ଡ ଓ ଜଙ୍ଗଲ ପ୍ରତିଷ୍ଠାନର ୩୭୭ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ପ୍ରତିଯୋଗି ମାନଙ୍କ ମଧ୍ୟରେ ୨୬୨ ଜଣ ପୁରୁଷ ଓ ୧୧୫ ଜଣ ମହିଳା ଖେଳାଳି ରହିଥିଲେ। ଖେଳାଳି ମାନଙ୍କ ମଧ୍ୟରେ ଯୋରଦାର ଟକର୍ ହୋଇଥିଲା।ଶ୍ରୀମତୀ ମହାପାତ୍ର ବିଗତ ଦିନରେ ସମ୍ବଲପୁର ର ଭିଏସଏସ ଷ୍ଟାଡିୟମ ରେ ହୋଇଥିବା ଜୋନାଲ ଫରେଷ୍ଟ ସ୍ପୋର୍ଟସ ଡିସକସ୍-ଥ୍ରୋ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରି ଜୋନାଲ ରୁ ରାଜ୍ୟସ୍ତରୀୟ କ୍ରୀଡା ପ୍ରତିଯୋଗିତା କୁ ମନୋ ନିତ ହୋଇଥିଲେ। ତାଙ୍କ ଏହି କୃତିତ୍ବ ପାଇଁ ଆଞ୍ଚଳିକ ମୁଖ୍ୟ ବନସଂରକ୍ଷକ ଟିଆଶୋକ କୁମାର ସମ୍ବଲପୁର ଏବଂ ବରଗଡ ଡିଏଫଓ ବିକ୍ରମଦେବ ପଟ୍ଟନାୟକଙ୍କ ସହ ସମସ୍ତ ଅଧିକାରୀ ଏବଂ କର୍ମଚାରୀ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।