ହାତୀ ଉପଦ୍ରବରେ ବିପଦରେ ଚାଷ, ଭୟରେ ଚାଷୀ
ବଅଁରପାଳ: ବଅଁରପାଳ ଅଞ୍ଚଳର ବିଭିନ୍ନ ଆଖପାଖ ଗ୍ରାମରେ ଦିନକୁ ଦିନ ହାତୀଙ୍କ ଉପଦ୍ରବ ବଢ଼ି ଚାଲିଥିବାରୁ ଚାଷୀଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି। ହାତୀପଲ ଚାଷଜମିରେ ପ୍ରବେଶ କରି ଫସଲ ନଷ୍ଟ କରୁଥିବାରୁ ଚାଷୀମାନେ ଆର୍ଥିକ କ୍ଷତିର ଆଶଙ୍କାରେ ରହିଛନ୍ତି।
ବର୍ତ୍ତମାନ ଚାଷ ଋତୁ ଚାଲିଥିବାରୁ ଚାଷୀମାନେ ନିଜ ଫସଲର ଯତ୍ନ ନେବା ସହ ହାତୀ ଉପଦ୍ରବ ଯୋଗୁଁ ରାତିରେ ମଧ୍ୟ ଭୟଭୀତ ଅବସ୍ଥାରେ ରହୁଛନ୍ତି। ହାତୀଙ୍କ ଗତିବିଧି ଯୋଗୁଁ ଧନଜୀବନ ପ୍ରତି ମଧ୍ୟ ବିପଦ ରହିଥିବା ନେଇ ଚିନ୍ତା ପ୍ରକାଶ ପାଇଛି।
ତେଣୁ ବନ ବିଭାଗ ପକ୍ଷରୁ ତୁରନ୍ତ ହାତୀଙ୍କୁ ଘଉଡ଼ାଇବା ସହ ଚାଷୀଙ୍କ ସୁରକ୍ଷା ଏବଂ ଫସଲର ସୁରକ୍ଷା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ଅଞ୍ଚଳବାସୀ ଓ ଚାଷୀମାନେ ଦାବି କରିଛନ୍ତି।
