September 4, 2026

ଟାଇମ୍ସ ଫାଉଣ୍ଡେସନ ସହ ସହଭାଗୀତାରେ ଆର୍ସେଲର ମିତ୍ତଲ ନିପ୍ପନ ଷ୍ଟିଲ ଇଣ୍ଡିଆ ଦ୍ୱାରା ଆୟୋଜିତ ଏଏମଏନଏସ ଇଣ୍ଡିଆ ଟାଇମ୍ସ

IMG-20260904-WA0018
Share

ଟାଇମ୍ସ ଫାଉଣ୍ଡେସନ ସହ ସହଭାଗୀତାରେ ଆର୍ସେଲର ମିତ୍ତଲ ନିପ୍ପନ ଷ୍ଟିଲ ଇଣ୍ଡିଆ ଦ୍ୱାରା ଆୟୋଜିତ ଏଏମଏନଏସ ଇଣ୍ଡିଆ ଟାଇମ୍ସ କ୍ରିଟିକାଲ୍ ଥିଙ୍କିଂ ଚାମ୍ପିଅନସିପର ରାଉଣ୍ଡ-୧ ସଫଳତା ପାଇଁ ପାରାଦୀପରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସମାରୋହରେ ଯୋଗଦେବା ସହିତ ଛାତ୍ରଛାତ୍ରୀ ମାନଙ୍କ ଉଜ୍ଜଳ ଭବିଷ୍ୟତ କାମନା କରିଛନ୍ତି ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ l

ଏହି ଚାମ୍ପିଅନସିପ ଦକ୍ଷତା-ଆଧାରିତ ଏବଂ ଅଭିଜ୍ଞତାମୂଳକ ଶିକ୍ଷାକୁ ପ୍ରୋତ୍ସାହିତ କରିବା, ଯୁବ ଛାତ୍ରଛାତ୍ରୀ ମାନଙ୍କୁ ସମାଲୋଚନାତ୍ମକ ଚିନ୍ତାଧାରା, ବିଶ୍ଳେଷଣାତ୍ମକ ଯୁକ୍ତି, ସମସ୍ୟା ସମାଧାନ ଏବଂ ନିଷ୍ପତ୍ତି ଗ୍ରହଣରେ ଅତ୍ୟାବଶ୍ୟକ ଦକ୍ଷତା ସହିତ ସେମାନଙ୍କ ଭବିଷ୍ୟତ ଗଠନ ପାଇଁ ବ୍ୟାପକ ସଫଳତା ଆଣିବାରେ ସହାୟକ ହେବ l

ଆଜିର ଏହି କାର୍ଯ୍ୟକ୍ରମ ରେ ପାରାଦୀପର ୨୧ ଟି ବିଦ୍ୟାଳୟରୁ ୪,000 ରୁ ଅଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ରାଜ୍ୟ ସ୍ତରରେ ଆୟୋଜିତ ଏହି ପ୍ରତିଯୋଗିତା କ୍ଷେତ୍ରକୁ ପ୍ରତିନିଧିତ୍ୱ କରିବା ପାଇଁ ରାଉଣ୍ଡ- ୨ ପାଇଁ ଯୋଗ୍ୟତା ଅର୍ଜନ କରିଥିବାରୁ ପାରାଦୀପର ଗୋବିନ୍ଦ ଚନ୍ଦ୍ର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶ୍ରୀ ନିସାନ ମଣ୍ଡଳଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଏବଂ ଶୁଭେଚ୍ଛା ଏବଂ ସମସ୍ତ ଅଂଶଗ୍ରହଣକାରୀଙ୍କୁ ଅଭିନନ୍ଦନ ଜଣାଇବା ସହିତ ସେମାନଙ୍କ ଉଜ୍ଜଳ ଭବିଷ୍ୟତ କାମନା କରିଛନ୍ତି ଜଣାଇଛନ୍ତି ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ l ଏଏମଏନଏସ ତରଫରୁ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ପାରାଦୀପ ପୌରାଧ୍ୟକ୍ଷ ବସନ୍ତ ବିଶ୍ୱାଳ, ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ଅଭିଷେକ ପଣ୍ଡା ଙ୍କ ସହିତ ଏଏମଏନଏସ ଓ ଟାଇମ୍ସ ଫାଉଣ୍ଡେସନ ର ସମସ୍ତ ଅଧିକାରୀ ମାନେ ଉପସ୍ଥିତ ରହିଥିଲେ l

( ପାରାଦ୍ୱୀପ ରୁ ଦେବାଶିଷ ପାଣି ଙ୍କ ରିପୋର୍ଟ ଉପାନ୍ତ ଖବର )