April 26, 2026

ଅଞ୍ଚଳ ମହାବିଦ୍ୟାଳୟ ଉଦ୍ଭିଦ ବିଜ୍ଞାନ ବିଭାଗରେ ସ୍ବାଗତ ସମ୍ବର୍ଦ୍ଧନା

IMG-20240904-WA0007
Share

 

 

ପଦ୍ମପୁର : (ଜୟନ୍ତ କୁମାର ସେଠ)ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟ ଉଦ୍ଭିଦ ବିଜ୍ଞାନ ବିଭାଗରେ ଗତକାଲି ତା.୦୩.୦୯.୨୦୨୪ ଦିନ ଭାରପ୍ରାପ୍ତ ଅଧ୍ୟକ୍ଷ ପ୍ରଫେସର୍ ତାରାପ୍ରସାଦ ତ୍ରିପାଠୀଙ୍କ ସଭାପତିତ୍ବରେ ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ପାଇଁ ସ୍ବାଗତ ସମ୍ବର୍ଦ୍ଧନା ଅନୁଷ୍ଠିତ ହୋଇଅଛି । ପ୍ରଫେସର୍ ତ୍ରିପାଠୀ ଛାତ୍ରଛାତ୍ରୀଙ୍କୁ ସ୍ବାଗତ ଜଣାଇବା ସହ ଶିକ୍ଷାର ମହତ୍ତ୍ଵ ଓ ଜୀବନର ମୂଲ୍ୟବୋଧ ଉପରେ ଉଦବୋଧନ ଦେଇଥିଲେ। ବିଭାଗ ମୁଖ୍ୟ ଅଧ୍ୟାପିକା ମୋନାଲିସା ସ୍ୱାଇଁ,ଅଧ୍ୟାପକ ଦୟାନିଧି ବଗର୍ତ୍ତୀ, ଅତିଥି ଅଧ୍ୟାପିକା ଟ୍ୱିଙ୍କଲ୍ ପ୍ରଧାନ, ଡେମନଷ୍ଟ୍ରେଟର ଘନଶ୍ୟାମ ପ୍ରଧାନ ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କୁ ସ୍ବାଗତ ଜଣାଇଥିଲେ। ଶେଷ ବର୍ଷ ଏବଂ ଦିତ୍ୱୀୟ ବର୍ଷ ଛାତ୍ରଛାତ୍ରୀ ମଧ୍ୟ ନବାଗତ ଛାତ୍ରଛାତ୍ରୀଙ୍କୁ ସ୍ବାଗତ କରିଥିଲେ । ସ୍ବାଗତ ସମ୍ୱର୍ଦ୍ଧନା ସହିତ ଉଦ୍ଭିଦ ବିଜ୍ଞାନର ପ୍ରାଚୀର ପତ୍ରିକା ‘ ଦି ଫ୍ଲୋରିଅନ୍ ‘ ପ୍ରଫେସର୍ ତ୍ରିପାଠୀଙ୍କ କରକମଳରେ ଉଦ୍ଘାଟନ ହୋଇଅଛି । ଶେଷରେ ଶେଷ ବର୍ଷ ଛାତ୍ର ସାଗର ପଟେଲ ଧନ୍ୟବାଦ ଅର୍ପଣ କରିଥିଲେ।