April 26, 2026

ନୃସିଂହନାଥ ପୀଠ ର ଉନ୍ନତି ପାଇଁ ବର୍ତ୍ତମାନ ସରକାର ଙ୍କ କୈାଣସି ଯୋଜନା ନାହିଁ 

IMG-20240904-WA0006
Share

 

 

ବରଗଡ଼/ପଦ୍ମପୁର : (ଜୟନ୍ତ କୁମାର ସେଠ) ପଶ୍ଚିମ ଓଡ଼ିଶା ର ପ୍ରସିଦ୍ଧ ତିର୍ଥଖେତ୍ର ବରଗଡ଼ ଜିଲ୍ଲା ର ନୃସିଂହନାଥ ପୀଠ ର ଉନ୍ନତି ପାଇଁ ବର୍ତ୍ତମାନ ସମୟରେ ରାଜ୍ୟ ସରକାରଙ୍କ କୈାଣସି ଯୋଜନା ନାହିଁ। ପଦ୍ମପୁର ନିର୍ବାଚନ ମଣ୍ଡଳୀ ର ବିଜେଡି ବିଧାୟୀକା ଶ୍ରୀମତୀ ବର୍ଷା ସିଂ ବରିହା ଙ୍କ ୩୧.୮.୨୦୨୪ ଦିବସ ବିଧାନସଭା ଅଣତାରକା ଚିହ୍ନିତ ପ୍ରଶ୍ନ ସଂଖ୍ୟା ୩୧୯୭ ରେ ପାଇକମାଳ ଠାରୁ ନୃସିଂହନାଥ ପୀଠ ପର୍ଯ୍ୟନ୍ତ ରାସ୍ତାର ପ୍ରଶସ୍ତିକରଣ, ଲାଇଟ୍ ବ୍ୟବସ୍ଥା,ସୈନ୍ଦର୍ଯକରଣ ପାଇଁ ସରକାର ପଦକ୍ଷେପ ନେବେକି ବୋଲି ପଚାରି ଥିବା ପ୍ରଶ୍ନ ରେ ବିଭାଗୀୟ ମନ୍ତ୍ରୀ ପ୍ରଭାତୀ ପରିଡ଼ା ବର୍ତ୍ତମାନ ସରକାର ଙ୍କ କୈାଣସି ଯୋଜନା ନାହିଁ ବୋଲି ସିଧାସଳଖ ଉତ୍ତର ରଖିଥିବା ବେଳେ ବିଧିବଦ୍ଧ ଭାବରେ ପ୍ରସ୍ତାବ ହସ୍ତଗତ ହେଲେ ଭିତ୍ତିଭୂମି ମୂଲ୍ୟାୟନ ସହ ଆର୍ଥିକ ସମ୍ବଳ ଦୃଷ୍ଟିରୁ ପର୍ଯ୍ୟାୟକ୍ରମେ ବିଚାରବିମର୍ଶ କରାଯାଇ ପାରିବ ବୋଲି ଉତ୍ତର ଆଣିଛନ୍ତି।

ଯାହା କୁ ନେଇ ପଶ୍ଚିମ ଓଡ଼ିଶା ର ସାଧାରଣ ଜନତା ନାପସନ୍ଦ କରିଛନ୍ତି। ନୃସିଂହନାଥ ପୀଠ କୁ ନେଇ ସ୍ଥାନୀୟ ନେତାମାନେ ରାଜ୍ୟ ତଥା ରାଜ୍ୟ ବାହାରେ ନିଜର ପରିଚୟ କୁ ସୁଦୃଢ କରିପାରୁଥିବା ବେଳେ ଏବେ ସିଧାସଳଖ ସରକାର ନୃସିଂହନାଥ ପୀଠ ଉନ୍ନତିକରଣ ପାଇଁ କୈାଣସି ଯୋଜନା ନାହିଁ ଓ ରାସ୍ତା ତିଆରି କାମ ପୁର୍ତବିଭାଗ ର ଅଟେ ବୋଲି ବିଧାନସଭା ରେ ପର୍ଯ୍ୟଟକ ବିଭାଗ ମନ୍ତ୍ରୀ ଉତ୍ତର ରଖିଥିବା କଥା କୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ।