ଓକିଲ ସଂଘ ଦ୍ୱାରା ନବରଙ୍ଗପୁର ଜିଲ୍ଲା ରେ ସମ୍ବର୍ଦ୍ଧନା ସଭା

IMG-20230904-WA0023
Share

ଓକିଲ ସଂଘ ଦ୍ୱାରା ନବରଙ୍ଗପୁର ଜିଲ୍ଲା ରେ ସମ୍ବର୍ଦ୍ଧନା ସଭା

(ନବରଙ୍ଗପୁର ଜିଲ୍ଲା ରୁ ଏମ୍.ଦୀନା°ଶୁ ଆଚାରୀ ଙ୍କ ରିପୋର୍ଟ)

ନବରଙ୍ଗପୁର ଜିଲ୍ଲା ଓକିଲ ସଙ୍ଘ ଦ୍ୱାରା ଆଜି ଏକ ସମ୍ବର୍ଦ୍ଧନା ସଭା ର ଆୟୋଜନ କରାଯାଇଛି l ଏଥିରେ ନବନିର୍ବାଚିତ ଓଡିଶା ରାଜ୍ୟ ବାର କାଉନସିଲ ସଭ୍ୟ ଶ୍ରୀ ପି. ରମେଶ ପାତ୍ର ଓ ଶ୍ରୀ ଧନଞ୍ଜୟ ମୁଣ୍ଡ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା l ସଭା ଆରମ୍ଭ ରେ ଦୁଇ ସଦସ୍ୟ ମହାତ୍ମା ଗାନ୍ଧୀ ଓ ମଧୁସୂଦନ ଦାସ ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରି ସଭା କାର୍ଯ୍ୟ ଆରମ୍ଭ କରାଯାଇଥିଲା l ନବରଙ୍ଗପୁର ଜିଲ୍ଲା ଓକିଲ ସଙ୍ଘ ସଭାପତି ଶ୍ରୀ ନରସିଂହ ତ୍ରିପାଠୀ ଏଥିରେ ସଭାପତିତ୍ୱ କରିଥିଲେ l ସମ୍ପାଦକ ଶ୍ରୀ ତପନ ସିଂ ସ୍ୱାଗତ ଭାଷଣ ଦେଇଥିବା ବେଳେ ଓକିଲ ସଙ୍ଘ ର ସଦସ୍ୟ ମାନେ ନିଜ ନିଜର ବକ୍ତବ୍ୟ ପ୍ରଦାନ କରି ଓକିଲ ମାନଙ୍କ ବିଭିନ୍ନ ସମସ୍ୟା ଉପରେ ଦୃଷ୍ଟି ଆକର୍ଷଣ କରିଥିଲେ l ରାଜ୍ୟ ଆଇନଜୀବି ପରିଷଦ ସଦସ୍ୟ ଶ୍ରୀ ପି. ରମେଶ ପାତ୍ର ଓକିଲ ମାନଙ୍କ ସ୍ୱାର୍ଥ ପ୍ରତି ସେ ପ୍ରତିଜ୍ଞାବଦ୍ଧ ବୋଲି କହିଥିବା ବେଳେ ଶ୍ରୀ ଧନଞ୍ଜୟ ମୁଣ୍ଡ ଆଗାମୀ ଦିନରେ ଓକିଲ ମାନଙ୍କ ଦାବିକୁ ସେ ପରିଷଦ ରେ ଉପସ୍ଥାପନ କରିବେ ବୋଲି ପ୍ରତିଶୃତି ଦେଇଥିଲେ l ଏଥିରେ ନବରଙ୍ଗପୁର ଜିଲ୍ଲା ଓକିଲ ସଙ୍ଘ ର ସଦସ୍ୟ ମାନେ ଉପସ୍ଥିତ ରହି ସେମାନଙ୍କ ବିଭିନ୍ନ ଦାବୀ ଙ୍କୁ ଉପସ୍ଥାପନ କରିବା ସହ ଆଗାମୀ ଦିନରେ ଓକିଲ ମାନଙ୍କ ସମୂହ ସ୍ୱାର୍ଥକୁ ଅଗ୍ରାଧିକାର ଦିଆଯିବ ବୋଲି କହିଥିଲେ l

You may have missed