April 18, 2025

ଓପିଏସସି ପରୀକ୍ଷାରେ ସୁରଜଙ୍କ କୃତିତ୍ୱ, ଛତ୍ରପୁର ବିଧାୟକଙ୍କପକ୍ଷରୁ ସମ୍ବର୍ଦ୍ଧନା -ଗଞ୍ଜାମ

Share

ଓପିଏସସି ପରୀକ୍ଷାରେ ସୁରଜଙ୍କ କୃତିତ୍ୱ, ଛତ୍ରପୁର ବିଧାୟକଙ୍କପକ୍ଷରୁ ସମ୍ବର୍ଦ୍ଧନା -ଗଞ୍ଜାମ
**************************

ଗଞ୍ଜାମ -ପ୍ରଦୀପ କୁମାର ପଣ୍ଡା

ଗଞ୍ଜାମ ବ୍ଲକ ଅନ୍ତର୍ଗତ ଝାରେଡିରାଧାଗୋବିନ୍ଦ ପୁର ଗ୍ରାମର ସୁରଜ ନାୟକ 152 ରେଙ୍କ ରଖି ଓପିଏସସି ପରୀକ୍ଷାରେ କୃତିତ୍ୱ ହାସଲ କରିଛନ୍ତି l ଯାହାକୁ ନେଇ ସ୍ଥାନୀୟ ଅଂଚଳ ରେ ଖୁସିର ଲହରୀ ଖେଳିଯାଇଛି l ଏହି ସଫଳତା ଗଞ୍ଜାମ ବ୍ଲକ ଏବଂ ସ୍ଥାନୀୟ ଅଞ୍ଚଳ ପାଇଁ ଗୌରବ ଆଣିଦେଇଛି l ଏନେଇ ଗୁରୁବାର ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା ଓପି ଏସ ସି ପରୀକ୍ଷାରେ କୃତିତ୍ୱ ହାସଲ କରିଥିବା ସୁରଜଙ୍କୁ ପୁଷଗୁଚ୍ଛ ପ୍ରଦାନ କରି ଶୁଭେଚ୍ଛା ଓ ସମ୍ବର୍ଦ୍ଧନା ଜଣାଇଛନ୍ତି l ଏହି କାର୍ଯ୍ୟକ୍ରମ ରେ 15 ନମ୍ବର ଜିଲ୍ଲା ପରିଷଦ ସଭ୍ୟ ସନାତନ ବେହେରା, ପୂର୍ବତନ ବ୍ଲକ ଅଧକ୍ଷ ସୁରଥ ପ୍ରଧାନ , ସରପଞ୍ଚ ସିଧେସ୍ୱର ନାହାକ, ସମିତି ମେମ୍ବର ଚକା ନାହାକ, ବିଜେଡି ଯୁବନେତା ଚିତ୍ତରଞ୍ଜନ ନାହାକ, ମହେଶ୍ୱର ନାହାକ ପ୍ରମୁଖ ଉପସ୍ଥିତ ଥିଲେ l ସ୍ବର୍ଗତ ସୁଧୀର ନାହାକଙ୍କ ପୁଅ ସୁରଜ 2013ରେ ଏସ୍ଟି ସ୍କେଭେର ହାଇସ୍କୁଲରୁ ମ୍ୟାଟ୍ରିକ ପାସ କରିବା ପରେ ଆରିୟାନ ଗୁରୁକୁଳ ରେସିଡେଣ୍ଟଲ କଲେଜରେ ଅଧୟନ କରି 2015ରେ ଖଲିକୋଟ ଅଟୋନମସ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଗ୍ରାଜୁଏସନ ଶେଷ କରିଥିଲେ lସୁରଜଙ୍କ ଏଥିପାଇଁ ସେ କୌଣସି କୋଚିଂ ନେଇ ନ ଥିବା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି l ୟୁଟୁବୁ ସାହାର୍ଯ୍ୟରେ ଘରେ ପାଠ ପଢି ଏହି ସଫଳତା ହାସଲ କରିଛନ୍ତି ବୋଲି ଯୋଗାଯୋଗ ବେଳେ କହିଛନ୍ତି l ଏଥିପାଇଁ ସେ ପ୍ରଥମେ ଭଗବାନ ଓ ନିଜ ବାବା, ଜେଜେବାପା ଏବଂ ବଡ଼ ମାମୁଙ୍କୁ ମଧ୍ୟ ଶ୍ରେୟ ଦେଇଛନ୍ତି ସୁରଜ l ଏଥିସହ ତାଙ୍କର ଏହି ଲମ୍ବା କେରିଅରରେ ତାଙ୍କ ସାନ ଭଉଣୀ ଫିଉ ମଧ୍ୟ ତାଙ୍କୁ ସହଯୋଗ କରିଥିଲେ ବୋଲି କହିଛନ୍ତି ସୁରଜ l ଏହି ସଫଳତା ନିମନ୍ତେ ସୁରଜଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ଜଣାଇଛନ୍ତି ସମସ୍ତେ l l