April 19, 2025

ପଦ୍ମଝରି ଗ୍ରାମରେ ଚାଷ ଜମିକୁ ନେଇ ଗୋଷ୍ଠୀ ସଂଘର୍ଷ

Share

ପଦ୍ମଝରି ଗ୍ରାମରେ ଚାଷ ଜମିକୁ ନେଇ ଗୋଷ୍ଠୀ ସଂଘର୍ଷ

ଉମରକୋଟ (ଆ. ପ୍ର )ନବରଙ୍ଗପୁର ଜିଲ୍ଲା ଉମରକୋଟ ଏକ ଚାଷ ବହୁଳ ଅଞ୍ଚଳ ହୋଇଥିବା ବେଳେ ଏଠାରେ ଦିନକୁଦିନ ଚାଷ ପାଇଁ ଗୋଷ୍ଠୀ ସଂଘର୍ଷ ହେଉଥିବା ଦେଖିବାକୁ ମିଳୁଛି l ବିଭିନ୍ନ ଆଦିବାସୀ ସମ୍ପ୍ରଦାୟର ଲୋକ ଜଙ୍ଗଲଜମି ଉପରେ ନିର୍ଭର କରି ନିଜର ଜୀବିକା ନିର୍ବାହ କରିଥାନ୍ତି, କିନ୍ତୁ ଗତ କିଛି ବର୍ଷ ହେଲା ନବରଙ୍ଗପୁର ଜିଲ୍ଲା ଉମରକୋଟ ଅଞ୍ଚଳରେ ଜଙ୍ଗଲଜମି କୁ ନେଇ ଗୋଷ୍ଠୀ ସଂଘର୍ଷ ବଢ଼ିବାରେ ଲାଗିଛି l ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଉମରକୋଟ ବ୍ଲକ ଅନ୍ତର୍ଗତ ତୋହରା ପଞ୍ଚାୟତ ଅଧୀନରେ ଥିବା ପଦ୍ମଝରି ଗ୍ରାମରେ l
ସୂଚନା ଅନୁସାରେ ପଦ୍ମଝରି ଗ୍ରାମର ଶିବ ସାନ୍ତା ନାମକ ବ୍ୟକ୍ତି ନିଜ ପରିବାର ସହ ୪ ଏକର ଜଙ୍ଗଲଜମି ରେ ଦୀର୍ଘ ୩୦ ବର୍ଷ ହେଲା ମକା ଚାଷ କରି ନିଜ ପରିବାର ପୋଷଣ କରୁଥିଲେ l ଗତ ୨୭ ତାରିଖ ଦିନ ତେଲନଦୀ ପଞ୍ଚାୟତର ନାଙ୍ଗଲସିଲ ଗ୍ରାମର ଲବ ସାନ୍ତା, ସାଧୁ ସାନ୍ତା, ଲଚ ସାନ୍ତା, ସାଣ୍ଡା ସାନ୍ତା ଙ୍କ ସମେତ ଗ୍ରାମର ପ୍ରାୟ ୨୦ ରୁ ୨୫ ଜଣ ବ୍ୟକ୍ତି ଗୋରୁପଲ ଧରି ଶିବ ସାନ୍ତାଙ୍କ ମକା ଜମିରେ ପଶିଥିଲେ l ଗୋରୁ ଗୁଡିକ ମକା ଗଛ ଖାଇ ଫସଲକୁ ସମ୍ପୂର୍ଣ ନଷ୍ଟ କରିଦେଇଥିବା ଦେଖିବାକୁ ମିଳିଛି l ଏହା ଦେଖି ଶିବଙ୍କ ପୁଅ ସଦନ, ଧର୍ମେନ୍ଦ୍ର, ଝିଅ ଅସ୍ମିତା, ରିତା ଓ ରୁକାନ୍ତି ଏହାର ପ୍ରତିବାଦ କରିବାରୁ ଲବ ସାନ୍ତା ଏକ ଟାଙ୍ଗିଆରେ ସେମାନଙ୍କୁ ଆକ୍ରମଣ କରିଥିଲା l ସଦନ ଓ ଧର୍ମେନ୍ଦ୍ର ଟାଙ୍ଗିଆ ଚୋଟରେ ଗୁରୁତର ହୋଇ ଉମରକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଚିକିସ୍ଚିତ ହୋଇଥିବାବେଳେ ଝିଅ ଅସ୍ମିତା, ରିତା ଓ ରୁକାନ୍ତିଙ୍କ ପୋଷାକ ଚିରି ସେମାନଙ୍କୁ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରି ଧମକ ଦେଇଥିଲେ ବୋଲି ଶିବଙ୍କ ସ୍ତ୍ରୀ ତିଲେ ସାନ୍ତା ଉମରକୋଟ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି l ଘଟଣା ସମ୍ପର୍କରେ ଥାନାରେ ଅଭିଯୋଗ କଲେ ଘରେ ପଶି ହାଣି ଦେବୁ ବୋଲି ଆକ୍ରମଣକାରି ମାନେ ଧମକ ଦେଇଥିବା ଏତଲାରେ ଉଲ୍ଲେଖ କରାଯାଇଛି l ମକା ଚାଷ କରାଯାଇଥିବା ଜଙ୍ଗଲଜମି କୁ ଛାଡିବାକୁ ନାଙ୍ଗଲସିଲ ଗ୍ରାମର କେତେଜଣ ବାଧ୍ୟ କରୁଛନ୍ତି ବୋଲି ଶିବଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି l ସେପଟେ ତିଲେ ସାନ୍ତା ଙ୍କ ଅଭିଯୋଗକୁ ଭିତ୍ତିକରି ଉମରକୋଟ ପୋଲିସ କେଶ ନମ୍ବର ୧୯୫/୨୩ ରେ ଏକ ମାମଲା ରୁଜୁ କରି ଘଟଣା ର ତଦନ୍ତ କରିବା ସହ ଅଭିଯୁକ୍ତ ମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସଡିପିଓ ଶୁଭେନ୍ଦୁ କୁମାର ଶବର ସୂଚନା ଦେଇଛନ୍ତି l