ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ସ୍ତରରେ ଲେପ୍ରୋସ୍କୋପି ଦ୍ଵାରା ବନ୍ଧ୍ୟାକରଣ ଅସ୍ତ୍ରୋପଚାର

ଛତ୍ରପୁର ତା.୪/୭/୨୦୨୫(ଅରୁଣ କୁମାର ପଣ୍ଡା)ଗଞ୍ଜାମ ଜିଲ୍ଲା ରେ ପ୍ରଥମ ଥର ପାଇଁ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ସ୍ତର ରେ ଅନୁଷ୍ଠିତ ହେଲା ଲେପ୍ରୋସ୍କୋପି ଦ୍ଵାରା ପରିବାର ନିୟୋଜନ ବନ୍ଧ୍ୟାକରଣ ଅସ୍ତ୍ରୋପଚାର । ରାଜ୍ୟ ସ୍ତରୀୟ ସ୍ଵତନ୍ତ୍ର ଡ଼ାକ୍ତର ଟିମ ସହ ଆଜି ମୁନିଶିପେଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଡ଼ା ସ୍ଵାଧୀନ ରଥ ଙ୍କ ତତ୍ୟବଧାନ ରେ ଆଜି ଦିନ ରେ ୬୦ ରୁ ଉର୍ଦ୍ଧ ଅସ୍ତ୍ରୋପଚାର ନିମନ୍ତେ ପଞ୍ଜୀକୃତ କରିଥିଲେ। ଡ଼ା ମୁକ୍ତିକାନ୍ତ ନାୟକ ଙ୍କ ଦ୍ଵାରା ଉକ୍ତ ଅସ୍ତ୍ରୋପଚାର କରାଗଲା। ଉକ୍ତ କାର୍ଯ୍ୟକ୍ରମ ର ଉଦ୍ଘାଟନ କାର୍ଯ୍ୟକ୍ରମ ରେ ଛତ୍ରପୁର ବ୍ଳକ ଉପାଧକ୍ଷା S ସାରଦା ରେଡ୍ଡୀ, ରାଜ୍ୟ ବି ଜେ ପି ପରିଷଦ ସଦସ୍ୟ ଶ୍ରୀ ପଦ୍ମ ଚରଣ ସାହୁ, ଏନ୍ ଦୁର୍ଯ୍ୟୋଧନ ରେଡ୍ଡୀ, କିଶୋର ରେଡ୍ଡୀ, ବାନୋଜ ନାୟକ, ପ୍ରତାପ ସେନାପତି ସହ ୧୦୦ ରୁ ଉର୍ଦ୍ଧ ଗ୍ରାମବାସୀ, ଆଶା କର୍ମୀ ଉପସ୍ଥିତ ଥିଲେ। ଶେଷ ରେ ପୋଟଲାମପୂର୍ ସମିତି ସଭ୍ୟ ଶମ୍ଭୁନାଥ ସ୍ୱାଇଁ ଧନ୍ୟବାଦ୍ ଅର୍ପଣ କରିଥିଲେ। ଜନ ସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ବରୁଣ କୁମାର ପାଣିଗ୍ରାହୀ, ବି ପି ଏ ମ୍ ସିମଞ୍ଚଳ ପ୍ରଧାନ ସମଗ୍ର କାର୍ଯ୍ୟକ୍ରମ କୁ ପରିଚାଲନ କରିଥିଲେ। ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ମୁନୁସିପେଣ୍ଠ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ସମସ୍ତ ପ୍ରକାର ଆନୁଷଙ୍ଗିକ ବ୍ୟବସ୍ଥା କରିଥିବା ହେତୁ ଡାକ୍ତର ସ୍ଵାଧୀନ ରଥ ବିଧାୟକ ଙ୍କ ଭୂଅସି ପ୍ରଶଂସା କରିଥିଲେ ମାଗଣା ରେ ସମସ୍ତ ସୁବିଧା ପାଇଥିବାରୁ ବିଧାୟକ ଙ୍କ ନିକଟରେ କୃତଜ୍ଞ ବୋଲି କହିଥିଲେ
