April 27, 2026

ଛତ୍ରପୁର କ୍ୟାଡ଼ର ଏପିପିଙ୍କର ପଦୋନ୍ନତି ପରେ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଆୟୋଜିତ

IMG-20250704-WA0031
Share

 

ଗଜପତି ଜିଲ୍ଲାରେ ଭାରପ୍ରାପ୍ତ ପବ୍ଲିକ ପ୍ରୋସିକ୍ୟୁଟର ଭାବେ କାର୍ଯ୍ୟ କରିବେ

 

ଛତ୍ରପୁର.ତା.୪/୭/୨୦୨୫(ଅରୁଣ କୁମାର ପଣ୍ଡା)ଦୀର୍ଘ ବର୍ଷ ଧରି ଗଞ୍ଜାମ ଜିଲ୍ଲାରେ ଗୃହ ବିଭାଗର ନିର୍ଦ୍ଦେଶରେ କ୍ୟାଡ଼ର ଏପିପି ଭାବେ ଛତ୍ରପୁର ଏସଡ଼ିଜେଏମ କୋର୍ଟରେ କାର୍ଯ୍ୟରତ ଥିବା ଶ୍ରୀ ରାଜେଶ କୁମାର ମିଶ୍ରଙ୍କର ଇତି ମଧ୍ୟରେ ପଦୋନ୍ନତି ହୋଇଛି। ଏହି ଖବର ଛତ୍ରପୁରରେ ଏକ ଖୁସିର ବାତାବରଣ ସୃଷ୍ଟି କରିଛି । କିନ୍ତୁ ଏବେ ଗୃହ ବିଭାଗର ନିର୍ଦ୍ଦେଶରେ ଶ୍ରୀ ମିଶ୍ର ଗଜପତି ଜିଲ୍ଲାରେ ଭାରପ୍ରାପ୍ତ ପବ୍ଲିକ ପ୍ରୋସେକ୍ୟୁଟର ଭାବେ କାର୍ଯ୍ୟ ଆରମ୍ଭ କରିବେ। ଏହି ପରିପ୍ରେକ୍ଷୀରେ ଛତ୍ରପୁର କୋର୍ଟରେ ଏକ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ସରକାରୀ ଓକିଲ ରମେଶ ଚୌଧୁରୀଙ୍କର ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଏହି ସଭାର ପ୍ରାରମ୍ଭରେ ସରକାରୀ ଓକିଲ ସୁରେଶ ପଣ୍ଡା ଶ୍ରୀ ମିଶ୍ରଙ୍କର ସଂକ୍ଷିପ୍ତ କାର୍ଯ୍ୟକାଳର ବିଷଦ ବିବରଣୀ ରଖି ଶ୍ରୀ ମିଶ୍ରଙ୍କର ପ୍ରସିକ୍ୟୁସନ ସର୍ଭିସରେ ବିଶେଷ ଅବଦାନ ତଥା ସମାଜସେବା ଉପରେ ତଥ୍ୟ ରଖିଥିଲେ। ପରେ ଛତ୍ରପୁରର ସ୍ପେଶାଲ ପବ୍ଲିକ ପ୍ରସିକ୍ୟୁଟର ସୀମାଞ୍ଚଳ ମହାପାତ୍ର ଓ ଏପିପି ଏଲ ଗୋପାଳ ରାଓ ଶ୍ରୀ ମିଶ୍ରଙ୍କର କାର୍ଯ୍ୟଶୈଳୀ ତଥା ବିଚକ୍ଷଣ ପ୍ରତିଭା ଓ ତ୍ୱରିତ ବିଚାର ବ୍ୟବସ୍ଥାରେ ଅବଦାନକୁ ନେଇ ବିଶେଷ ଚର୍ଚ୍ଚା କରିଥିଲେ। ଏହି ସଭାରେ ଛତ୍ରପୁରର ସମସ୍ତ ନନକ୍ୟାଡ଼ର ଏପିପି ଯୋଗ ଦେଇ ଶ୍ରୀ ମିଶ୍ରଙ୍କୁ ସମ୍ବର୍ଦ୍ଧିତ କରିବା ସହ ଉତ୍ତରୋତ୍ତର କାମନା କରି ସଭା ସମାପ୍ତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଓକିଲ ଭୈରବୀ ପଟ୍ଟନାୟକ, କୃଷ୍ଣଚନ୍ଦ୍ର ବେହେରା, ଉମାକାନ୍ତ ତ୍ରିପାଠୀ, ପ୍ରଦୀପ ପୁରୋହିତ, ଅପସାର ଜାନ ପ୍ରମୁଖ ଉପସ୍ଥିତ ରହି ସଭାକୁ ସଫଳ କରି ଶ୍ରୀ ମିଶ୍ରଙ୍କର ଉତ୍ତରୋତ୍ତର କାମନା କରିଥିଲେ।ଅନୁରୂପ ଭାବେ କୋର୍ଟ ପରିସରରେ ପ୍ରୋବେଶନର ଡ଼ି.ଏସ.ପି. ଦିବ୍ୟ ରଞ୍ଜନ ନାଥଙ୍କ ଅଧ୍ୟକ୍ଷତାରେ ତଥା କୋର୍ଟ ସି.ଏସ.ଆଇ. ସଂଜୟ ଭୁଜବଳ ଓ ଅନ୍ୟ ପୋଲିସ କର୍ମଚାରୀଙ୍କ ଉପସ୍ଥିତିରେ ଏକ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଆୟୋଜିତ ହୋଇଥିଲା। ଯେଉଁଥିରେ ଲେଖାଳି କୈଳାସ ସେଠୀ ଶ୍ରୀ ମିଶ୍ରଙ୍କର ପୋଲିସ ବିଭାଗ ପ୍ରତି ଥିବା ବିଶେଷ ଅବଦାନକୁ ସମସ୍ତଙ୍କ ସମ୍ମୁଖରେ ଉପସ୍ଥାପନ କରିଥିଲେ। ପରେ ଡ଼ି.ଏସ.ପି. ଶ୍ରୀ ନାଥ ଶ୍ରୀ ମିଶ୍ରଙ୍କୁ ସମ୍ବର୍ଦ୍ଧିତ କରିବା ସହ ସଭା ସମାପ୍ତ କରିଥିଲେ। ସୂଚନାଯୋଗ୍ୟ, ଆସନ୍ତା ସପ୍ତାହରେ ଶ୍ରୀ ମିଶ୍ର ଗଜପତି ଜିଲ୍ଲାରେ ଭାରପ୍ରାପ୍ତ ପବ୍ଲିକ ପ୍ରୋସେକ୍ୟୁଟର ଭାବେ ଯୋଗ ଦେବେ।