ବିଧାୟକଙ୍କ ପାଣ୍ଠିରୁ ଛତ୍ରପୁର ଜେଲରୋଡ ସ୍ଥିତ ହନୁମାନ ମନ୍ଦିର କାର୍ଯ୍ୟ ଶୁଭାରମ୍ଭ

ଛତ୍ରପୁର .ତା.୪/୭/୨୦୨୫(ଅରୁଣ କୁମାର ପଣ୍ଡା)ଛତ୍ରପୁର ସବ-ଜେଲ ରେ ନୂତନ କରି ଦାୟିତ୍ୱ ଗ୍ରହଣ କରିଥିବା ଜେଲ ସୁପେରିଟେଣ୍ଡେଣ୍ଟ- ଶ୍ରୀ ପ୍ରସନ୍ନ କୁମାର ସାହୁ ଙ୍କ କରକମଳ ରେ ଛତ୍ରପୁର ମାନ୍ୟବର ବିଧାୟକ ଶ୍ରୀ କୃଷ୍ଣ ଚନ୍ଦ୍ର ନାୟକ ଙ୍କ ଦ୍ୱାରା ଦିଆଯାଇଥିବା ଅନୁଦାନ ରାଶି ରେ ନୂତନ ମନ୍ଦିର କାର୍ଯ୍ୟ ଶୁଭ ଦିଆଯାଇଥିଲା l ଏହି ଅବସରରେ ଜେଲ ଫାର୍ମାସିଷ୍ଟ ମାଥୁ କିସକୁ, ସମାଜ ସେବୀ ତଥା ମନ୍ଦିର କମିଟି ସଦଶ୍ୟ ଦେବାଶିଷ ପଟନାୟକ, ରାମକୃଷ୍ଣ ମହାପାତ୍ର, ମନ୍ଦିର ପୂଜକ ତାରିଣୀ ଚରଣ ପଣ୍ଡା, କମିଟି ସଦସ୍ୟ ଅରୁଣ ପଣ୍ଡା, ସୁରୀ ରେଡ୍ଡୀ ସମସ୍ତେ ଉପସ୍ଥିତ ରହି ମନ୍ଦିର କାର୍ଯ୍ୟ ପାଇଁ ପୂଜାର୍ଚନା ସହିତ ଶୁଭ ଦିଆଯାଇଥିଲା l ଏହାକୁ ଅତିଶୀଘ୍ର ସମ୍ପୂର୍ଣ କରି ପ୍ରତିଷ୍ଠା କରିବା ପାଇଁ ମନ୍ଦିର କମିଟି, ଜେଲ ଅଧିକାରୀ ଏବଂ ମନ୍ଦିର ମିସ୍ତ୍ରୀ-ଅଜିତ ପଣ୍ଡା,ଜିତେନ୍ଦ୍ର ବେହେରା ଙ୍କ ସହିତ ଚର୍ଚ୍ଚା ହୋଇଥିଲା l ମନ୍ଦିର ମୁଖ୍ୟ ପଣ୍ଡିତ ଶ୍ରୀ ସରୋଜ ଶତପଥୀ ଓ ସ୍ଥପତି ପଣ୍ଡିତ ଶ୍ରୀ ବିଜୟ କୁମାର ତ୍ରିପାଠୀ ଙ୍କ ପ୍ରତକ୍ଷ୍ୟ ତତ୍ୱାବଧାନ ରେ ଏହି ମନ୍ଦିର କାର୍ଯ୍ୟ ସମ୍ପୂର୍ଣ ହେବ ବୋଲି କମିଟି ସଂଯୋଜକ କମଳ ପଣ୍ଡା ସୂଚନା ଦେଇଥିଲେ l ଏହି ନୂତନ ମନ୍ଦିର ତିଆରି ପାଇଁ ଅଞ୍ଚଳ ବାସୀଙ୍କୁ ସାହାର୍ଯ୍ୟ ସହଯୋଗ କରିବା ପାଇଁ କମିଟି ତରଫରୁ ଅନୁରୋଧ କରାଯାଇଥିଲା l
