September 12, 2026

ଉମରକୋଟ ଠାରେ ଅସହାୟ କୁ ସେବା ର ହାତ ବଢ଼େଇ ଛନ୍ତି ବିପଦର ବନ୍ଧୁ ରବି ନାରାୟଣ ସିଂ …..

IMG-20250704-WA0018
Share

 

 

ଉମରକୋଟ:-(ଏମ୍.ଦିନା°ଶୁ ଆଚାରୀ) ବିଭିନ୍ନ ସମୟରେ ସୁବିଧା ଅସୁବିଧାରେ ଲୋକଙ୍କ ବିପଦର ବନ୍ଧୁ ଭାବେ ସେବା ଯୋଗାଇ ଆସୁଥିବା ସମାଜ ସେବି ରବି ନାରାୟଣ ସିଂ ଜଣେ ସାଧାରଣ ବ୍ୟକ୍ତି। ରବି ନାରାୟଣ ଉମରକୋଟ ସହରେ ଥିବା ସ୍ୱର୍ଗତ ଡାକ୍ତର ବିପିନ ବିହାରୀ ସାହୁ ଙ୍କ ପାଖରେ ରେ ରହି ରୋଗୀ ଙ୍କ ସେବା କରୁଥିଲେ। କରୋନା କାଳରେ ରୋଗୀମାନଙ୍କୁ ସେବା ଯୋଗାଉ ଯୋଗାଉ କୋରାନା ଆକ୍ରାନ୍ତରେ ଡାକ୍ତର ସାହୁଙ୍କ ଦେହାନ୍ତ ହୋଇଥିଲା। ଡାକ୍ତର ଙ୍କ ଦେହାନ୍ତ ପରେ ମଧ୍ୟ ରୋଗୀ ସେବା ଜାରି ରଖିଛନ୍ତି ସମାଜ ସେବୀ ରବି ନାରାୟଣ। ପିଲା ଟି ବେଳୁ ହିଁ ରବି ସମାଜ କଲ୍ୟାଣ କାମ ରେ ନିଜକୁ ସାମିଲ କରି କାହାକୁ କିଛି ଆସୁବିଧା ହେଲେ ସବୁବେଳେ ଲୋକଙ୍କୁ ସହାୟତାର ହାତ ବଢାଇଛନ୍ତି । କାହାର ଦେହ ଅସୁସ୍ଥ ହେଲେ ମେଡିକାଲ ଆଡ଼ମିସନ ହେଉକି କି ଅନ୍ୟ କିଛି,ଯେ କୋୖଣସି କାର୍ଯ୍ୟ ପାଇଁ ସବୁବେଳେ ସହଯୋଗ କରିନ୍ତି। ଉମରକୋଟ,

ନବରଙ୍ଗପୁର ଠାରୁ ଆରମ୍ଭ କରି କୋରାପୁଟ,ବିଶାଖାପାଟଣା,

ରାୟପୁର ପର୍ଯ୍ୟନ୍ତ ଯେ କୌଣସି ମେଡିକାଲ ରେ ସେବା ପ୍ରଦାନ ପାଇଁ ଲୋକଙ୍କ ସହ ନିଜକୁ ସାମିଲ କରୁଛନ୍ତି। ନିଜର ଏହି ଭଳି ନିସ୍ୱାର୍ଥପର ସେବା ଯୋଗୁଁ ଲୋକେ ତାଙ୍କୁ ସାଧୁ ବାଦ ଦିଅନ୍ତି।