ଶବରୀ ସାଂସ୍କୃତିକ ସଂସଦ ଭଵନ ଉଦ୍ଘାଟନ ଉତ୍ସବ ରେ ଉମରକୋଟ ଝିଅ ଉଦଘୋଷିକା ଇ. ଚନ୍ଦନା ମଲ୍ଲିକ……….

ଉମରକୋଟ:-(ଏମ୍.ଦିନ°ଶୁ ଆଚାରୀ) ୦୪/୦୭/୨୦୨୫ ଶବରୀ ସାଂସ୍କୃତିକ ସଂସଦ ପ୍ରୟାସ ରେ ନବନିର୍ମିତ ସ୍ୱଳ୍ପକାଳୀନ ବିଶ୍ରାମ ଗୃହ “ଶବରୀ ଭଵନ “ର ଶୁଭ ଉଦ୍ଘାଟନ ହୋଇଯାଇଛି | ଏହି ଭଵ୍ୟ କାର୍ଯ୍ୟକ୍ରମ ର ମୁଖ୍ୟ ଅତିଥି ଭାବେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଯୋଗଦେଇ ଶୁଭ ଉଦ୍ଘାଟନ କରିଥିଲେ | ଶବରୀ ସାଂସ୍କୃତିକ ପରିଷଦ ର ସଭାପତି ତଥା ଓଡିଶା ସରକାର ଙ୍କ ମାନ୍ୟବର କ୍ୟାବିନେଟ ମନ୍ତ୍ରୀ ଶ୍ରୀଯୁକ୍ତ ନିତ୍ୟାନନ୍ଦ ଗଣ୍ଡ ଅଧକ୍ଷତା କରିଥିବା ବେଳେ, ସମ୍ପୂର୍ଣ କାର୍ଯ୍ୟକ୍ରମ କୁ ଆଦିବାସୀ ଅଧୁଷିତ ନବରଙ୍ଗପୁର ଜ଼ିଲ୍ଲା ଉମରକୋଟ ର ଝିଅ ଇ. ଚନ୍ଦନା ମଲ୍ଲିକ ଅତି ସୁନ୍ଦର ଭାବେ ପରିଚାଳନା କରି ଅତିଥି ମାନଙ୍କ ଦ୍ୱାରା ପ୍ରଶଂସିତ ହୋଇଥିଲେ |
ଏହି କାର୍ଯ୍ୟକ୍ରମ ରେ ନବରଙ୍ଗପୁର ମାନ୍ୟବର ଲୋକସଭା ସାଂସଦ ଶ୍ରୀଯୁକ୍ତ ବଳଭଦ୍ର ମାଝୀ ପୂର୍ବତ୍ତନ ମନ୍ତ୍ରୀ, ନବରଙ୍ଗପୁର ସାଂସଦ ତଥା ଶବରୀ ସଂସ୍କୃତି ପରିଷଦ ର ପୂର୍ବତ୍ତନ ସଭାପତି ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ମାଝୀ, ରାଜ୍ୟସଭା ସଂସଦ ଜନାବ ମୁଜିବୁଲା ଖାନ, ଉପଦେଷ୍ଟା ତଥା ବିଧାୟକ ଶ୍ରୀଯୁକ୍ତ ତାରା ପ୍ରସାଦ ବାହିନୀପତି,ପଟାଙ୍ଗୀ ବିଧାୟକ ଶ୍ରୀଯୁକ୍ତ ରାମଚନ୍ଦ୍ର କାଡମ, ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର ମାଝୀ, ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ, ଝରୀଗାଁ ବିଧାୟକ ନର୍ସିଙ୍ଗ ଭତ୍ରା, ଲକ୍ଷ୍ମୀପୁର ବିଧାୟକ ପବିତ୍ର ସାଉଁତା, କୋଟପାଡ଼ ବିଧାୟକ ରୁପୁ ଭତ୍ରା, କୋରାପୁଟ ବିଧାୟକ ରଘୁରାମ ମାଛ, ମାଲକାନଗିରି ବିଧାୟକ ନରସିଂହ ମାଡ଼କାମୀ ରାୟଗଡା ବିଧାୟକ କାର୍ଡରକା ଅପ୍ଲସ୍ୱାମୀ, ବିଷମକଟକ ବିଧାୟକ ନୀଳମାଧଵ ହିକ୍କା ଗୁଣୁପୁର ବିଧାୟକ ସତ୍ୟଜିତ ଗମାଙ୍ଗ ଏବଂ ଶବରୀ ସାଂସ୍କୃତିକ ପରିଷଦ ର ଉପସଭାପତି ଗୋଦାବରୀଶ ମହାପାତ୍ର ପ୍ରମୁଖ ସମ୍ମାନିତ ଅତିଥିଭାବେ ଯୋଗଦେଇ “ଶବରୀ ଭବନ”ଶବରୀ ସାଂସ୍କୃତିକ ଅନୁଷ୍ଠାନର ପ୍ରୟାସ ରେ ନିର୍ମିତ ଏକ ସ୍ୱଳ୍ପ କାଳୀନ ବିଶ୍ରାମ ଗୃହ | ଅବିଭକ୍ତ କୋରାପୁଟ ଜ଼ିଲ୍ଲା ର ଅଧିବାସୀ ମାନଙ୍କର ଦୀର୍ଘ ବର୍ଷର ଆଶା, ଆକାଂକ୍ଷା, ଅଭାବ ଓ ଆବଶ୍ୟକତା ପୂରଣ ପାଇଁ ଏକ ବିନମ୍ର ପ୍ରୟାସ ବୋଲି କହିଥିଲେ |ରାଜଧାନୀର କଳେବର ବୃଦ୍ଧି ହେବା ସଙ୍ଗେ ସଙ୍ଗେ ସୁଦୂର ଅବିଭକ୍ତ କୋରାପୁଟ ଜ଼ିଲ୍ଲା ରୁ ପ୍ରତିଦିନ ବହୁ ସଂଖ୍ୟାରେ ଏହି ଜ଼ିଲ୍ଲା ର ଅଧିବାସୀ ମାନେ ବିଭିନ୍ନ ଜରୁରୀ କାର୍ଯ୍ୟରେ ରାଜଧାନୀ ଆସିଥାନ୍ତି | ସେମାନଙ୍କ ର ଅଭାବ ଏବଂ ଆବଶ୍ୟକତା ମଧ୍ୟ ବହୁଗୁଣିତ ହୋଇଥାଏ | ଏହାକୁ ଦୃଷ୍ଟିରେ ରଖି ଶବରୀ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଏହି ପ୍ରକଳ୍ପ ର ପରିକଳ୍ପନା କରାଯାଇଥିଲା, ବିଭିନ୍ନ ଆର୍ଥିକ ପ୍ରତିବନ୍ଧକ ଯୋଗୁଁ ଏହାକୁ ସମ୍ପୂର୍ଣ କରିବାକୁ ଦୀର୍ଘ ୧୦ ବର୍ଷ ରୁ ଅଧିକ ସମୟ ଲାଗିଲା | ଏହି ୫ ମହଲା ବିଶିଷ୍ଟ ନବ ନିର୍ମିତ କୋଠା ବିଳମ୍ବ ହେଲେ ମଧ୍ୟ ଅବିଭକ୍ତ କୋରାପୁଟ ଅଞ୍ଚଳ ବାସୀଙ୍କ କାମରେ ଆସିବ ବୋଲି ମୁଖ୍ୟ ଅତିଥି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଏବଂ ଉପସ୍ଥିତ ସମସ୍ତ ଅତିଥି ମତ ଦେଇଛନ୍ତି | ଏହି ସମ୍ପୂର୍ଣ କାର୍ଯ୍ୟକ୍ରମ କୁ ପରିଚାଳନା କରିବା ପାଇଁ ଆଦିବାସୀ ଅଧୁଷିତ ଅଞ୍ଚଳର ସୁପ୍ରସିଦ୍ଧ ଉପସ୍ଥାପିକା ସ୍ବେଛାସେବୀ ସଂସ୍ଥା ହେଲ୍ପ ଲାଇନ ର ଉପସଭାପତି ଇ. ଚନ୍ଦନା ମଲ୍ଲିକ ଙ୍କୁ ସୁଯୋଗ ଦେଇଥିବାରୁ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଏବଂ ଓଡିଶା ସରକାର ଙ୍କ କ୍ୟାବିନେଟ ମନ୍ତ୍ରୀ ଶ୍ରୀଯୁକ୍ତ ନିତ୍ୟାନନ୍ଦ ଗଣ୍ଡଙ୍କୁ ଇ. ଚନ୍ଦନା ମଲ୍ଲିକ ଅଶେଷ ଅଶେଷ ଧନ୍ୟବାଦ ଅର୍ପଣ କରିଛନ୍ତି |
